ୟେସ୍‌ ବ୍ୟାଙ୍କରୁ ଫେରି ଆସିବ ମହାପ୍ରଭୁଙ୍କ ଜମା ଟଙ୍କା

ପୁରୀ ଅଫିସ,୧୮।୩: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ଗତ କିଛିଦିନ ଧରି ଯେଉଁ ବାଦବିବାଦ ଲାଗିରହିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଗୁରୁବାର ୟେସ୍‌ ବ୍ୟାଙ୍କରୁ ସମସ୍ତ ୫୪୫ କୋଟି ଟଙ୍କା ଉଠାଯାଇ ଏକ ଜାତୀୟକରଣ ବ୍ୟାଙ୍କରେ ଜମା କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଏହି ଟଙ୍କା ଇ-ଟ୍ରାନ୍ସଫର ମାଧ୍ୟମରେ ଉଠାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଜମା କରାଯିବାକୁ ନେଇ ଗତ କିଛିଦିନ ଧରି ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା। ଏହି ଘଟଣାକୁ ନେଇ ବିରେଧୀ ଦଳ ଶାସକ ଦଳକୁ ଘେରିଥିଲେ। ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଏତେ ଗୁଡିଏ ଟଙ୍କା କାହିଁକି ଜମା କରାଗଲା ତାହାର ତଦନ୍ତ ଲାଗି ସରକାର ଏକ ଗୃହ କମିଟି ମଧ୍ୟ ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ପାଟଣାଗଡ଼ରେ ବନ୍ଦର ପ୍ରଭାବ

ପାଟଣାଗଡ଼,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପାଟଣାଗଡ଼ ଉପଖଣ୍ଡରେ ମଧ୍ୟ...

ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବରୀ/ରତ୍ନଗିରି,୧୭ା୮(ସ୍ବ.ପ୍ର./ଡି.ଏନ.ଏ.): ବରୀ ଥାନା ଅଞ୍ଚଳରେ ଗୁରୁବାର ଜଣେ ନାବଳିକାଙ୍କୁ ବଳାତ୍କାର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ନଂ-୧୯୪/୧୯ ରୁଜୁ କରିବା ସହ...

ଜିରୋନାଇଟ୍‌ ସେଲିବ୍ରେଶନକୁ ନା

ଢେଙ୍କାନାଳ ଅଫିସ, ୨୬ା୧୨: ଦ୍ରୁତଗତିରେ ମାଡ଼ିଚାଲିଛି ଓମିକ୍ରନ୍‌। ଓଡ଼ିଶାର ଶିଶୁଙ୍କୁ ସଂକ୍ରମିତ କଲାଣି ଏହି ମାରାତ୍ମକ ଭୂତାଣୁ। ଭୋଜିଭାତ, ସମାବେଶ, ଗହଳି ବଢ଼ିଲେ ସ୍ଥିତି ଅଣାୟତ୍ତ ହେବା...

ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌

ସାକ୍ଷୀଗୋପାଳ,୧୦।୧ (ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ପଛପାଶର୍‌ବରେ ପାର୍କିଂ କରିଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ସୋମବାର ମଧ୍ୟାହ୍ନରେ ନିଅଁା ଲାଗିଯାଇଛି। ବସ୍‌ର ଯାତ୍ରୀମାନେ ସ୍ନାନ,ଶୌଚ...

ଜାତୀୟ ସ୍କୋଏ ମାର୍ଶଲ ଆର୍ଟ: ଅନୁଗୋଳକୁ ୨ ପଦକ

ଅନୁଗୋଳ ଅଫିସ, ୧୨।୭-ଷଷ୍ଠ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା କଶ୍ମୀର ପହଲ ଗ୍ରାମ ଠାରେ ଜୁନ୍‌ ୧୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ...

ଝାରସୁଗୁଡ଼ାରେ ନବ ଦାସ ଆଗୁଆ

ଲଖନପୁର,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗୁଆ ରହିଛନ୍ତି। ନବ ୧୮୨୭୯ ଭୋଟ ପାଇଥିବାବେଳେ...

ଡିଭାଇଡରରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ...

Advertisement
Archives

Model This Week