Posted inଖେଳ

ୟୁରୋ ୨୦୨୧, କୋପା ଆମେରିକା ସ୍ଥଗିତ

ଲାଉସାନେ, ୧୮ା୩ (ଏଏଫ୍‌ପି)-ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ୨୦୨୧ ପର୍ଯ୍ୟନ୍ତ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଛି।
ସେହିପରି ଜୁନ୍‌ ୧୨ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଓ କଲମ୍ବିଆରେ ଖେଳାଯିବାକୁଥିବା କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଏହି ପ୍ରତିଯୋଗିତା ପ୍ରଥମଥର ଦୁଇଟି ଦେଶରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା। ମଙ୍ଗଳବାର ୟୁରୋପିଆନ ଫୁଟ୍‌ବଲ ଗଭର୍ନିଂବଡ଼ିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ୟୁରୋ ୨୦୨୦କୁ ସ୍ଥଗିତ ରଖାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ଇଭେଣ୍ଟ ମହାଦେଶର ବିଭିନ୍ନ ସ୍ଥାନର ଜୁନ୍‌ ଓ ଜୁଲାଇରେ ଖେଳାଯାଇଥାନ୍ତା। କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଥିବାରୁ ସମଗ୍ର ବିଶ୍ୱରେ କ୍ରୀଡ଼ା ଏକ ପ୍ରକାର ସ୍ଥିର ହୋଇଯାଇଛି। ବହୁ ଦେଶ ସେମାନଙ୍କ ସୀମାନ୍ତକୁ ବନ୍ଦ କରିଦେଇଛନ୍ତି। କୋଭିଡ୍‌-୧୯ ଏମରଜେନ୍ସି ଯୋଗୁ ସମସ୍ତ ଘରୋଇ ପ୍ରତିଯୋଗିତା ମଧ୍ୟ ସ୍ଥଗିତ ରଖାଯାଇଛି। ସେଗୁଡ଼ିକ ଶେଷ ହେବା ଦରକାର। ୟୁଫା ଚାମ୍ପିୟନ୍ସ ଲିଗ୍‌ ଏବଂ କ୍ଲବଗୁଡ଼ିକୁ ନେଇ ୟୁରୋପା ଲିଗ୍‌ ପ୍ରତିଯୋଗିତାକୁ ଇତିମଧ୍ୟରେ ସସ୍‌ପେଣ୍ଡ କରାଯାଇଛି। ଉଭୟ ପ୍ରି-କ୍ୱାର୍ଟର ପର୍ଯ୍ୟାୟରେ ପହଞ୍ଚତ୍ସାରିଥିଲା। ଦେଶ ବିଦେଶ ଯାତାୟାତ କଟକଣା ଉଠିବା ପରେ ଯାଇ ଅସମାପ୍ତ ପ୍ରତିଯୋଗିତା ଗୁଡ଼ିକ ସମ୍ପନ୍ନ ହେବ। କହିବାକୁ ଗଲେ ୟୁରୋପ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଯାଇଛି। ଇଟାଲି ଓ ସ୍ପେନ ପରେ ଫ୍ରାନ୍ସରେ ଅଧିକ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳ ସ୍ବରୂପ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥିଲେ ୟୁରୋପ ନେତାମାନେ ମହାଦେଶରେ ସେମାନଙ୍କ ଗସ୍ତକ୍ରମ ସ୍ଥଗିତ ରଖିଛନ୍ତି। ଖବର ଅନୁସାରେ କେବଳ ଇଟାଲିରେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ୨,୧୦୦ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ରୋମ୍‌ରେ ୟୁରୋ ୨୦୨୦ର ଓପନିଂ ଗେମ୍‌ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା। ବର୍ତ୍ତମାନ ପରିସ୍ଥିତିରେ ୟୁରୋପରେ ସମସ୍ତ ପ୍ରକାର ଫୁଟ୍‌ବଲ ଟୁର୍ନାମେଣ୍ଟକୁ ସ୍ଥଗିତ ରଖିବା ଉଚିତ୍‌ ବୋଲି ଇଟାଲି ଫୁଟ୍‌ବଲ ଫେଡେରେଶନ ମୁଖ୍ୟ ଗାବ୍ରିଲି ଗ୍ରାଭିନା ପୂର୍ବରୁ ସମସ୍ତଙ୍କୁ ନିବେଦନ କରି ସାରିଛନ୍ତି। ୟୁରୋ ୨୦୨୦ର ମ୍ୟାଚ୍‌ଗୁଡ଼ିକ ଡବ୍‌ଲିନ ଓ ବିଲ୍‌ବାଉଠାରୁ ଆରମ୍ଭ କରି ସେଣ୍ଟ ପିଟର୍ସବର୍ଗ ଓ ବାକୁ ପର୍ଯ୍ୟନ୍ତ ମହାଦେଶର ୧୨ଟି ସହରରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ସେମିଫାଇନାଲ ଓ ଫାଇନାଲ ଲଣ୍ଡନରେ ଖେଳାଯାଇଥାନ୍ତା। ମହିଳା ୟୁରୋପିଆନ ଚାମ୍ପିୟନଶିପ୍‌ ଆସନ୍ତା ଜୁଲାଇ ୭ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ହେବ। ଫାଇନାଲ ଓ୍ବେମ୍ବଲିଠାରେ ଖେଳାଯିବ। ୟୁଫା ମଧ୍ୟ ଆସନ୍ତାବର୍ଷ ଜୁନ୍‌ରେ ହଙ୍ଗେରୀ ଓ ସ୍ଲୋଭେନିଆରେ ୨୧ ବର୍ଷରୁ କମ୍‌ ୟୁରୋ ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ କରିବା ଲାଗି ଯୋଜନା କରିଛି। ୟୁରୋରେ ଭାଗ ନେବାକୁ ଥିବା ୨୪ଟି ଟିମ୍‌ ମଧ୍ୟରୁ ୨୦ଟି ଦଳ ଇତିମଧ୍ୟରେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ପ୍ଲେ-ଅଫ୍‌ ଜରିଆରେ ଅନ୍ୟ ୪ଟି ଦଳ ନିର୍ଦ୍ଧାରଣ କରାଯାଇଥାନ୍ତା। ଏହି ମ୍ୟାଚଗୁଡ଼ିକ ଚଳିତମାସ ଶେଷଭାଗରେ ଖେଳାଯାଇଥାନ୍ତା। ମାତ୍ର ସେଗୁଡ଼ିକୁ ପରେ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri