ୟୁପି ସ୍କୁଲ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ ହେବାର ୪ବର୍ଷ ବିତିଲା: ଶିକ୍ଷକ ନିଯୁକ୍ତି ହେଉନି, ଶିକ୍ଷାଦାନ ବାଧାପ୍ରାପ୍ତ

ଶେରଗଡ,୧୯ା୭(ଡି.ଏନ.ଏ.)- ଶେରଗଡ ବ୍ଲକରେ ଗତ ୨୦୧୪ରେ ୧୪ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷାବିଭାଗ ପକ୍ଷରୁ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଛାତ୍ରୀଛାତ୍ରମାନେ ଗୋଟିଏ ବିଦ୍ୟାଳୟରେ ମାଟ୍ରିକ ପର୍ଯ୍ୟନ୍ତ ପଢିବେ। ମାତ୍ର ଉକ୍ତ ବିଦ୍ୟାଳୟକୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଶିକ୍ଷକ ଯୋଗାଇ ଦିଆଗଲା ନାହିଁ। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ଓ ରେଜଲ୍ଟ ମଧ୍ୟ ଖରାପ ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି ଉକ୍ତ ୧୪ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଅଭିଭାବକ ଓ ଗ୍ରାମବାସୀ। ଯେ, ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୪ରେ ବ୍ଲକର ଲାଞ୍ଜିଆପଲ୍ଲୀ, ଧବଳପୁର, କୃଷ୍ଣଛାଇ, ଗୋଠଗଁା, ଠୁରୁବୁରାଇ, ବରମୁଣ୍ଡଳୀ, କାଞ୍ଜିଆମ୍ମା, ଡେଙ୍ଗାପଦର, କୁମାରପାଣି, ପି.ଖିରିଡା, ବି.ବ୍ରହ୍ମପୁର, ବ୍ରାହ୍ମଣଛାଇ, ନରେନ୍ଦ୍ରପୁର ଓ ରାମଚନ୍ଦ୍ରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟଭାବେ ଉନ୍ନୀତ କରାଯାଇ ପାଠପଢା ଆରମ୍ଭ କରାଗଲା। ମାତ୍ର ଏନେଇ ଶିକ୍ଷକ ନିଯୁକ୍ତି ହେଲାନାହିଁ। ଫଳରେ ପ୍ରାଥମିକ ଶିକ୍ଷକ ଉଚ୍ଚ ଶ୍ରେଣୀର ପିଲାମାନଙ୍କୁ ପଢାଇଥିଲେ। ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ପରିଚାଳନା କମିଟି ବାରମ୍ବାର ବିଇଓଙ୍କଠାରୁ ଆରମ୍ଭ କରି ଜିଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କଲେ, ହେଲେ କିଛି ସୁଫଳ ମିଳିଲା ନାହିଁ। ଫଳରେ ୪ ବର୍ଷ ଧରି ଏହିସବୁ ବିଦ୍ୟାଳୟରେ ମାଟ୍ରିକ ରେଜଲ୍ଟ ଖରାପ ହେଉଛି। ଫଳରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଶିକ୍ଷକ ନିଯୁକ୍ତି କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଅଭିଭାବକ ଓ ସ୍କୁଲ ସଭାପତିମାନେ ଚେତାବନୀ ଦେଇଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କୁ ଯୋଗଯୋଗ କରିବାରୁ ସେ କହିଛନ୍ତି, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି, ଅତିଶୀଘ୍ର ନିଯୁକ୍ତି ହେବ। ତଥାପି କୌଣସି ବିଦ୍ୟାଳୟକୁ ଦରକାର ପଡିଲେ ଗତବର୍ଷ ଅବସର ନେଇଥିବା ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ବର୍ଷେ ଦୁଇ ବର୍ଷ ପାଇଁ ଅତିଥି ଶିକ୍ଷକ (ଗେଷ୍ଟ ଟିଚର) ଭାବେ ନିଯୁକ୍ତି ଦେଇହେବ। ଉକ୍ତ ବ୍ଲକରେ ଏପରି ଶିକ୍ଷକ ଥିଲେ ଆବେଦନ କରିପାରିବେ, ତୁରନ୍ତ ତାଙ୍କୁ ନିଯୁକ୍ତି ଦେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?