Posted inଜାତୀୟ

ୟୁପିରେ ସ୍ଥଗିତ ହେବ ୩୫ ଶ୍ରମ ଆଇନ

ନୂଆଦିଲ୍ଲୀ,୧୦।୫: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଅର୍ଥନୀତିକୁ ସଜାଡିବା ଲାଗି ଜରୁରୀ ପୁଞ୍ଜି ଆକର୍ଷଣ କରିବା ଲକ୍ଷ୍ୟରେ ୩୮ ଶ୍ରମ ଆଇନ ମଧ୍ୟରୁ ୩୫ଟିକୁ ୩ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ଶିଳ୍ପସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନ ତିନିବର୍ଷ ଯାଏ ପ୍ରାୟତଃ ସମସ୍ତ ଶ୍ରମ ଆଇନରୁ ମୁକ୍ତ ରହିବେ। ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ ଶ୍ରମିକମାନେ ସେମାନଙ୍କ ଅଧିକାରରୁ ବଞ୍ଚତ୍ତ ହେବେ। ବ୍ୟବସାୟ ସଂସ୍ଥାଗୁଡ଼ିକ ମନଇଚ୍ଛା କର୍ମଚାରୀ ନିଯୁକ୍ତି ଓ ଛଟେଇ କରିପାରିବେ ବୋଲି କୁହାଯାଉଛି। ଯୋଗୀ ଆଦିତ୍ୟନାଥ ସରକାର ଆଣିଥିବା ଅଧ୍ୟାଦେଶରୁ ଅଟ୍ଟାଳିକା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ, ୧୯୯୬, ଶ୍ରମିକ କ୍ଷତିପୂରଣ ଆଇନ, ୧୯୨୩ ଏବଂ ଗୋତି ଶ୍ରମିକ ବ୍ୟବସ୍ଥା (ଉଚ୍ଛେଦ) ଆଇନ, ୧୯୭୬କୁ ବାଦ୍‌ ଦିଆଯାଇଛି। ଫଳରେ ଏହି ୩ଟି ଆଇନ ପୂର୍ବଭଳି ରାଜ୍ୟରେ କାର୍ଯ୍ୟକାରୀ ହେବ। ଏହାକୁ ବାଦ୍‌ ଦେଲେ ସର୍ବନିମ୍ନ ମଜୁରି ଆଇନ, ମଜୁରି ପ୍ରଦାନ ଅଧିନିୟମ ଏବଂ ବୋନସ ପ୍ରଦାନ ଅଧିନିୟମ ଭଳି କେନ୍ଦ୍ରୀୟ ଆଇନ ସମେତ ୩୫ଟି ଆଇନ ଆଗାମୀ ୩ ବର୍ଷ ପାଇଁ କାର୍ଯ୍ୟକାରୀ ହେବନାହିଁ।
ଶ୍ରମ ଯୁଗ୍ମ ତାଲିକାରେ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଆଇନ ପ୍ରଣୟନ କରିପାରିବାର ବ୍ୟବସ୍ଥା ରହିଛି। ତେବେ କୌଣସି ରାଜ୍ୟ ସରକାର ଚାହିଁଲେ କେନ୍ଦ୍ରୀୟ ଆଇନକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖିପାରିବ କି ବୋଲି ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ସରକାର ଆଣିଥିବା ଅଧ୍ୟାଦେଶ କେନ୍ଦ୍ରର ଅନୁମୋଦନ ପାଇଁ ପଠାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଆର୍‌.କେ. ତିଓ୍ବାରୀ କହିଛନ୍ତି। ଏହାର ଅର୍ଥ ସମ୍ବିଧାନର ଅନୁଚ୍ଛେଦ ୨୧୩ ଅନୁଯାୟୀ ରାଜ୍ୟ ସରକାର ଶାସନାଦେଶ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଯଦି ସାମ୍ବିଧାନିକ ପ୍ରକ୍ରିୟା ଅନୁପାଳନ କରାଯାଏ, ତେବେ ଅଧ୍ୟାଦେଶକୁ ଅନୁମୋଦନ କରିବା କେନ୍ଦ୍ର ପାଇଁ ଲଜ୍ଜାଜନକ ହେବ। କାରଣ କେନ୍ଦ୍ର ସରକାର ଶ୍ରମ ଆଇନକୁ ସରଳ ଓ ସୁବ୍ୟବସ୍ଥିତ କରିଛନ୍ତି। କେନ୍ଦ୍ରୀୟ ଆଇନକୁ ସ୍ଥଗିତ ରଖିବା ନେଇ ସମ୍ବିଧାନର ଅନୁଚ୍ଛେଦ ୨୧୩(୧)ରେ ନିମ୍ନୋକ୍ତ ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଲା: (କ) ସମ୍ବିଧାନ ଅନୁଯାୟୀ ସମାନ ବ୍ୟବସ୍ଥା ଥିବା ବିଲ୍‌ ବିଧାନସଭାରେ ଉପସ୍ଥାପନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଆବଶ୍ୟକ। (ଖ) ରାଷ୍ଟ୍ରପତି ଚାହିଁଲେ ସମାନ ବ୍ୟବସ୍ଥା ଥିବା କୌଣସି ବିଲ୍‌କୁ ଆବଶ୍ୟକସ୍ଥଳେ ବିଚାର ପାଇଁ ସଂରକ୍ଷିତ ରଖିପାରନ୍ତି। (ଗ) ରାଜ୍ୟ ବିଧାନସଭାର କୌଣସି ଆଇନରେ ସମାନ ବ୍ୟବସ୍ଥା ଥିଲେ, ସମ୍ବିଧାନ ଅନୁଯାୟୀ ତାହା ଅବୈଧ ହୋଇଯିବ, ଯଦି ତାହା ରାଷ୍ଟ୍ରପତିଙ୍କ ବିଚାର ପାଇଁ ସଂରକ୍ଷିତ ରହି ନ ଥିବ ଏବଂ ରାଷ୍ଟ୍ରପତିଙ୍କ ସ୍ବୀକୃତି ହାସଲ କରି ନ ଥିବ। ଅତି ଜରୁରୀ ସ୍ଥିତିରେ ବିଧାନସଭା ଅଧିବେଶନ ଡାକି ଆଇନ ପ୍ରଣୟନ କରିବା ପାଇଁ ଅପେକ୍ଷା କରିବାକୁ ସମୟ ନ ଥିବା ସରକାର ଅନୁଭବ କଲେ, ଅଧ୍ୟାଦେଶକୁ ଅନୁମୋଦନ କରିଥାନ୍ତି। ତେବେ ଏହି ଅଧ୍ୟାଦେଶକୁ ୬ ମାସ ମଧ୍ୟରେ ବିଧାନସଭାରେ ଅନୁମୋଦନ କରାଇବାକୁ ପଡ଼ିଥାଏ।
ଅନୁଚ୍ଛେଦ ୨୫୪(୨) ଅନୁଯାୟୀ ଯୁଗ୍ମ ତାଲିକା ଅନ୍ତର୍ଗତ କୌଣସି ବିଲ୍‌, ଯାହା କେନ୍ଦ୍ରୀୟ ଆଇନ ପାଇଁ ଅସଙ୍ଗତ, ତାହାର କାର୍ଯ୍ୟକାରିତା ଲାଗି ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ ପଡ଼ିଥାଏ। ଅର୍ଥାତ୍‌ ଏହାକୁ କେନ୍ଦ୍ର ମଞ୍ଜୁରୀ ଦେବାକୁ ହୋଇଥାଏ। ଏହା ଅଧ୍ୟାଦେଶ କ୍ଷେତ୍ରରେ ଅନୁଚ୍ଛେଦ ୨୧୩(୧) ଭଳି ଲାଗୁ ହୋଇଥାଏ। ଅଧିକାଂଶ କେନ୍ଦ୍ରୀୟ ଆଇନର ବ୍ୟବସ୍ଥା ଅନୁଯାୟୀ ଏଥିରେ କେତେକ କ୍ଷମତା ରାଜ୍ୟ ସରକାରଙ୍କୁ ଦିଆଯାଇଛି। ତଦନୁଯାୟୀ ରାଜ୍ୟ ସରକାର ଚାହିଁଲେ ଉକ୍ତ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରି ନ ପାରନ୍ତି। ତେବେ କାର୍ଯ୍ୟକ୍ଷେତ୍ର କେନ୍ଦ୍ର ଅଧୀନରେ ଥିଲେ ରାଜ୍ୟ ସିଧାସଳଖ ଏଭଳି ପଦକ୍ଷେପ ନେଇପାରିବ ନାହଁ।
ସାଧାରଣ ସ୍ଥିତିରେ ରାଜ୍ୟର ଏଭଳି ପଦକ୍ଷେପ କେନ୍ଦ୍ରକୁ ଅଡୁଆରେ ପକାଇପାରେ। ତେବେ କରୋନା ମହାମାରୀ ଭଳି ଏକ ଅସାଧାରଣ ସ୍ଥିତିରେ ୟୁପି ସରକାର ଏକାଥରକେ ଅନେକ କେନ୍ଦ୍ରୀୟ ଆଇନକୁ ସ୍ଥଗିତ କରିବାକୁ ଚାହୁଛନ୍ତି। ଏହି ରାଜ୍ୟ ଭାଜପା ଶାସନାଧୀନ ଥିବାରୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସହ ପରାମର୍ଶ କରିଥାଇପାରେ ବୋଲି କୁହାଯାଉଛି। ଏହା ସତ୍ତ୍ୱେ ଯଦି ଉକ୍ତ ଅଧ୍ୟାଦେଶକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଏ ତେବେ କେନ୍ଦ୍ର ସରକାର ଅଡୁଆରେ ପଡ଼ିବେ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ସବୁ ଶ୍ରମ ଆଇନକୁ ସ୍ଥଗିତ ରଖିବା ମୌଳିକ ଅଧିକାରର ଏବଂ ସମ୍ବିଧାନର ରାଷ୍ଟ୍ର ନୀତି ନିର୍ଦ୍ଧାରଣ ସିଦ୍ଧାନ୍ତର ଗୁରୁତର ଉଲ୍ଲଂଘନ ବୋଲି ଶ୍ରମ ଆଇନ ବିଶେଷଜ୍ଞ ତଥା ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି କେ. ଚନ୍ଦ୍ରୁ ମତ ଦେଇଛନ୍ତି।
ସୂଚନାଯୋଗ୍ୟ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଉତ୍ତରପ୍ରଦେଶର ଉଦ୍ୟାନ କୃଷି ଓ ଅର୍ଥନୈତିକ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ଫଳରେ ରାଜ୍ୟର ବ୍ୟବସାୟ ଓ ଆର୍ଥିକ କାରବାର ଏକପ୍ରକାର ଠପ୍‌ ହୋଇଯାଇଛି। ରାଜ୍ୟକୁ ପୁଞ୍ଜି ଆକର୍ଷଣ କରିବା ଲାଗି କେନ୍ଦ୍ରୀୟ ଆଇନରୁ ସାମୟିକ ମୁକ୍ତି ପାଇଁ ଅଧ୍ୟାଦେଶ ଅଣାଯାଇଥିବା ସରକାର କହିଛନ୍ତି। ତେବେ ୟୁପି ସରକାରଙ୍କ ଏଭଳି ପଦକ୍ଷେପ ଦେଶକୁ ୧୦୦ ବର୍ଷ ପଛକୁ ନେଇଯିବ। ଏହା ଶ୍ରମିକମାନଙ୍କ ପାଇଁ ଦାସତ୍ୱ ଭଳି ସ୍ଥିତି ସୃଷ୍ଟି କରିବ, ଯାହା ଆଦୌ ଗ୍ରହଣୀୟ ନୁହେଁ। ଏହା ମାନବତା ଓ ମୌଳିକ ଅଧିକାରର ଉଲ୍ଲଂଘନ। ଏହାକୁ ଅଦାଲତରେ ଚ୍ୟାଲଞ୍ଜ କରାଯିବା ଆବଶ୍ୟକ ବୋଲି ଶ୍ରମ ଆଇନର ବରିଷ୍ଠ ଓକିଲ ରାମପ୍ରିୟ ଗୋପାଳକ୍ରିଷ୍ଣନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri