ୟୁନିସେଫ ସହ ହାତ ମିଳାଇଲେ ମାନୁଶି

ମୁମ୍ବାଇ: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଶି ଚ୍ଛିଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଶି ୟୁନିସେଫ ସହ ଯୋଡି ହୋଇଥିବା ସୂଚନା ମିଳିଛି। ମାନୁଶିଙ୍କ ଟିମ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହା କୁହାଯାଇଛି। ସ୍ବଚ୍ଛତା, ପର୍ଯ୍ୟାପ୍ତ ସ୍ବଚ୍ଛତା ସୁବିଧା ଓ ମହିଳା ସ୍ବଚ୍ଛତା ସହ ଯୋଡି ହୋଇଥିବା ଉତ୍ପାଦ ଗୁଡିକ ସମ୍ପର୍କରେ ମାନୁଶି ପ୍ରଚାର କରିବେ ବୋଲି ଜଣାପଡିଛି। ସେ ନିଜେ ‘ପ୍ରୋଜେକ୍ଟ ଶକ୍ତି’ ନାମରେ ଏକ କାର୍ଯ୍ୟକ୍ରମ ଚଳାଉଛନ୍ତି ଯେଉଁଥିରେ ମାସିକ ଋତୁସ୍ରାବକୁ ଗୁରୁତ୍ୱ ଦିଆଯାଇଛି। ଏହା ଦେଶର ବିଭିନ୍ନ ରାଜ୍ୟରେ କାମ କରୁଛି। ମାନୁଶି କହିଛନ୍ତି ମହତ୍ୱପୂର୍ଣ୍ଣ ବିଷୟକୁ ନେଇ ସଚେତନତା ସୃଷ୍ଟି କରିବା ଜରୁରୀ। ପ୍ରତିଟି ନାରୀଙ୍କୁ ସେମାନଙ୍କ ଶରୀର ଉପରେ ଜ୍ଞାନ ରହିବା ଦରକାର। ତାହେଲେ ଯାଇ ଜଣେ ସୁରକ୍ଷିତ ଜୀବନ ଅତିବାହିତ କରିପାରିବ। ତେବେ ମାସିକ ଋତୁସ୍ରାବକୁ ନେଇ ଆମେ ସମସ୍ତେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଦରକାର। ଏହାକୁ ନେଇ ସେ ଏବେ ୟୁନିସେଫ ସହ ଯୋଡି ହୋଇ ଯାଇଥିବାରୁ ନିଜକୁ ଭାଗ୍ୟବାନ ବୋଲି ମନେକରନ୍ତି। ମାନୁଶି ଜଣେ ମେଡିକାଲ ଛାତ୍ରୀ ହୋଇଥିବା ବେଳେ ସେ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏପରି କରିବାକୁ ଯାଉଛନ୍ତି ସଲମାନ ଖାନ୍‌

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ତାଙ୍କର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ...

ପ୍ରଶଂସକଙ୍କୁ ମତୁଆଲା କରୁଛି କ୍ରିତିଙ୍କ ନୂଆ ଲୁକ୍‌

ମୁମ୍ବାଇ: ଏ ଆର୍ ରେହେମନଙ୍କ ସୁପରହିଟ୍ ଟ୍ରାକ୍ ‘ପରମ ସୁନ୍ଦରୀ’ ରୁ କ୍ରିତି ସାନନ ପୁଣିଥରେ ତେହେଲକା ମଚେଇବାକୁ ଆସିଯାଇଛନ୍ତି । ଏଥର ତାଙ୍କ ସହ...

କାହାକୁ ନିଜର କରିବେ କାର୍ତ୍ତିକ, ସାରା ନା ଅନନ୍ୟା

ମୁମ୍ବାଇ: ବଲିଉଡ୍‌ର ନବାଗତ ନାୟକ କାର୍ତ୍ତିକ ଆର୍ୟନଙ୍କ ପ୍ରେମରେ ପଡିଛନ୍ତି କୁଆଡେ ବଲିଉଡ୍‌ ଦୁନିଆର କେତେଜଣ ନବାଗତା ନାୟିକା ତଥା ଷ୍ଟାରକିଡ୍‌। ହେଲେ କାର୍ତ୍ତିକ କାହାକୁ...

ବିବାହ କରିବେନି ଆଲିଆ-ରଣବୀର!

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।...

ନଟି ବରୁଣ

ବଲିଉଡ୍‌ର ୟଙ୍ଗ ସେନସେଶନ ବରୁଣ ଧାଓ୍ବନ। ଆଗଧାଡିର ନିର୍ଦ୍ଦେଶକ ଡେଭିଡ ଧାଓ୍ବନଙ୍କ ପୁଅ ହେଲେ ମଧ୍ୟ ଅଭିନେତା ଭାବରେ ସେ ନିଜ ଗୋଡ଼ରେ ନିଜେ ଠିଆ...

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲା ଯଖପୁରା ରେଳ ଷ୍ଟେଶନରେ ଟ୍ରେନ୍‌ ଚଢୁଥିବା ସମୟରେ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଲୋକପ୍ରିୟ ଏବିସି କମେଡି ‘ଲାଭର୍ନେ ଆଣ୍ଡ୍‌ ଶର୍ଲି’ରେ ସ୍କ୍ବିଗି ଭୂମିକାରେ ଅଭିନୟ କରିଥିବା ଅଭିନେତା ଡେଭିଡ୍‌ ଲେଣ୍ଡରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩...

ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗୁଛି ଭାଇଜାନଙ୍କ ଫିଲ୍ମ ‘ଭାରତ’

ମୁମ୍ବାଇ,୭।୬: ଦବଙ୍ଗ ଖାଁଙ୍କ ଫିଲ୍ମ ‘ଭାରତ’ ପରଦାରେ ରିଲିଜ୍‌ ହୋଇସାରିଛି। ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଏବେ ବକ୍ସ ଅଫିରେ ରେକର୍ଡ ଭାଙ୍ଗୁଛି।...

Advertisement
Archives

Model This Week