ୟୁନିଟ୍‌-୧ ମାର୍କେଟରୁ ହୋମ୍‌ ଡେଲିଭରି ସୁବିଧା

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ଖୁଚୁରା ବେପାରୀ ଅଧିକ ଦର ନେଉଥିବା ଅଭିଯୋଗ ପରେ ବିଏମ୍‌ସି ଭୁବନେଶ୍ୱରବାସୀଙ୍କ ପାଇଁ ନୂଆ ବ୍ୟବସ୍ଥା କରିଛି। ୟୁନିଟ୍‌-୧ ହୋଲ୍‌ସେଲ୍‌ ମାର୍କେଟରୁ ସିଧାସଳଖ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚତ୍ବ। ଏନେଇ କେତେଜଣ ବ୍ୟବସାୟୀ ହୋମ୍‌ ଡେଲିଭରି ପାଇଁ ଆଗ୍ରହ ପ୍ରକାଶ କରିବା ପରେ ବିଏମ୍‌ସି ସେମାନଙ୍କୁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି। ମିିଳିଥିବା ସୂଚନାନୁସାରେ, ହୋମ୍‌ ଡେଲିଭରି ଭାବେ ଲୋକେ ପନିପରିବା, କ୍ଷୀର, ଫଳ, ଗ୍ରସେରୀ, ମାଛ ଓ ଅଣ୍ଡା ଅର୍ଡର କରିପାରିବେ। ଏଥିପାଇଁ ଓ୍ବେବ୍‌ସାଇଟ୍‌ (ୟୁନିଟ୍‌୧ମାର୍କେଟ.କମ୍‌) ଓ ଦୁଇଟି ମୋବାଇଲ୍‌ ଫୋନ୍‌ (ନଂ.+୯୧୬୩୭୨୮୯୩୦୦୫ ଓ ୭୯୯୧୦୩୯୧୭୧) କିମ୍ବା ଏହି ନମ୍ବର ସହ ସଂଯୁକ୍ତ ହ୍ବାଟ୍‌ସଆପ୍‌ରେ ଅର୍ଡର ଦେବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯାଉ କରୋନା ଟିକା: ନୱାବ ମଲିକ

ମୁମ୍ବାଇ,୫ ।୧୨: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ସମସ୍ତଙ୍କ ନଜର କରୋନା ଟିକା ବା ଭ୍ୟାକ୍ସିନ ଉପରେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କଳା ପ୍ରତିଭା ପ୍ରଦର୍ଶନ କଲେ କଳାକାର

ଦେଓଗାଁ,୧୭ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲାରେ କୋଶଳୀ ଲୋକନୃତ୍ୟ ଏକାଡେମୀର ୨୨ତମ ପ୍ରତିଷ୍ଠା ଦିବସ ଓ ଗଣ୍ଡାବଜା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା...

ଗଜପତିରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ

ପାରଳାଖେମୁଣ୍ଡି,୨୪ା୨(ଡି.ଏନ୍‌.ଏ.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ l ପଞ୍ଚମ ପର୍ଯ୍ୟାୟରେ ଗଜପତି ଜିଲାର ଗୋଷାଣୀ ବ୍ଲକର ଦୁଇଟି...

ଗଞ୍ଜାମରେ ବେକାବୁ କରୋନା: ଜିଲାରେ ଆକ୍ରାନ୍ତ ସଂଖ୍ୟା ୮୩

ଭୁବନେଶ୍ୱର,୯।୫(ବ୍ୟୁରୋ): ପୁଣି ଚିନ୍ତା ବଢ଼ାଇଲା ଗଞ୍ଜାମ। ଜିଲାରେ ଶୁକ୍ରବାର ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଶନିବାର ୧୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଏବେ...

କରୋନା ପ୍ରଭାବ: ନିଜେ ଟାଇପ୍‌ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି...

ଖଣି ଜଗିବ ଡ୍ରୋନ୍‌

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ବେଆଇନ ଖଣି କାରବାର ଉପରେ ନଜର ରଖିବ ଡ୍ରୋନ୍‌। ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଖଣି ଚୋରିକୁ ରୋକାଯିବ। ଇସ୍ପାତ ଓ ଖଣି ବିଭାଗ...

୨୧ ଦିନ ମଧ୍ୟରେ ଅସଂଯୋଜିତ ଲକଡାଉନକୁ ନେଇ କେବେ ଯୁଦ୍ଧରେ ବିଜୟୀ ହେବନାହିଁ: ରାହୁଲ

ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ଅତିକ୍ରମ କରି ଯାଇଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ରର...

ଅଧା ବାଟରେ ରୋଗୀଙ୍କୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ଛତ୍ରପୁର/ ଗଞ୍ଜାମ,୨୫ା୧(ଡି.ଏନ.ଏ.)-ଟଙ୍କା ନ ଦେବାରୁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଅଧାବାଟରେ ଓହ୍ଲାଇ ଦେଇ ଚାଲିଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାରେ। ଜିଲାପାଳଙ୍କ ନିର୍ଦ୍ଦେଶ...

Advertisement
Archives

Model This Week