Posted inଖେଳ

ୟୁଏସ୍‌ ଓପନ୍‌ ଟେନିସ୍‌: ନାଡାଲଙ୍କ ବିଜୟ ଅଭିଯାନ, ତୃତୀୟ ରାଉଣ୍ଡରେ ଡିମିଟ୍ରୋଭ, ନିଶିକୋରି

ନ୍ୟୁୟର୍କ,୨୯।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତେଜଣ ସିଡେଡ ଖେଳାଳି ସେମାନଙ୍କ ବିଜୟ ଅଭିଯାନ ଆରମ୍ଭ କରିଥିବା ବେଳେ କେତେଜଣ ଖେଳାଳି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ବୁଲଗେରିଆର ଗ୍ରିଗର ଡିମିଟ୍ରୋଭ ଓ ଜାପାନର ସପ୍ତମ ସିଡ ଖେଳାଳି କେଇ ନିଶିକୋରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରୁ କ୍ରୋଏସିଆର ଦ୍ୱାଦଶ ସିଡ ଖେଳାଳି ବର୍ନାଡ କୋରିକ୍‌ ଇଞ୍ଜୁରି କାରଣରୁ ଓହରିବାରୁ ଡିମିଟ୍ରୋଭ ଓ୍ବାକ୍‌ ଓଭର ପାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ନିଶିକୋରି ଆମେରିକାର ବ୍ରାଡଲି କ୍ଲାନଙ୍କୁ ୬-୨, ୪-୬, ୬-୩, ୭-୫ ସେଟରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୦୧୦, ୨୦୧୩ ଓ ୨୦୧୭ରେ ୟୁଏସ୍‌ ଓପନ୍‌ ଚାମ୍ପିୟନ ହୋଇଥିବା ଦ୍ୱିତୀୟ ସିଡ୍‌ ନାଡ଼ାଲ ମଙ୍ଗଳବାର ବିଶ୍ୱର ୬୦ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନଙ୍କୁ ୬-୩, ୬-୨, ୬-୨ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆର ନିକ୍‌ କିର୍ଗିୟସ୍‌ ୬-୩, ୭-୬,୬-୪ ସେଟ୍‌ରେ ଆମେରିକାର ଷ୍ଟିଭ୍‌ ଜନସନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ଇଟାଲୀର ଚତୁର୍ଥ ସିଡ୍‌ ଥୋମାସ ଫାବିଆନୋଙ୍କଠାରୁ ୬-୪, ୩-୬, ୬-୩, ୬-୨ ସେଟରେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେହିପରି ଗ୍ରୀସ୍‌ର ଅଷ୍ଟମ ସିଡ୍‌ ଖେଳାଳି ଷ୍ଟିଫାନୋସ ସିଟସିପାସ ପ୍ରଥମ ରାଉଣ୍ଡରେ ୬-୪, ୬-୭, ୭-୬, ୭-୫ ମାରାଥନ ସେଟରେ ରୁଷିଆର ଆଣ୍ଡ୍ରେ ରୁବ୍ଲେଭଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ତେବେ ଷଷ୍ଠ ସିଡ ଜର୍ମାନୀ ଆଲେକଜାଣ୍ଡର ଭେରେଭ ମୋଲଡୋଭାର ରାଡୁ ଆଲବୋଟଙ୍କୁ ୬-୧, ୬-୩, ୩-୬, ୪-୬, ୬-୨ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କ୍ରୋଏସିଆର ମାରିନ୍‌ ସିଲିକ ୬-୩, ୬-୨, ୭-୬ ସେଟ୍‌ରେ ସ୍ଳୋଭାକିଆର ମାର୍ଟିନ କ୍ଳିଜାନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ତୃତୀୟ ରାଉଣ୍ଡରେ ପ୍ଲିସ୍କୋଭା
ମହିଳା ସିଙ୍ଗଲ୍ସରେ ୨୦୧୬ ୟୁଏସ୍‌ ଓପନ୍‌ ରନର୍ସଅପ୍‌ ତୃତୀୟ ସିଡ ଖେଳାଳି ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ୬-୧,୬-୪ ସେଟ୍‌ରେ ଜର୍ଜିଆ କ୍ୱାଲିଫାୟର ମାରିଆମ୍‌ ବୋଲକ୍‌ଭାଜଙ୍କୁ ପରାସ୍ତ କରି ପ୍ରଥମ ଖେଳାଳିଭାବେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜାପାନର ନାଓମି ଓସାକା ରୁଷିଆର ଆନ୍ନା ଭ୍ଲାଡିମୀରୋଭନାଙ୍କୁ ୬-୪,୬-୭ ,୬-୨ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଚତୁର୍ଥ ସିଡ୍‌ ରୋମାନିଆର ସିମୋନା ହାଲେପ ୬-୩, ୩-୬, ୬-୨ ସେଟରେ ଆମେରିକାର ନିକୋଲ ଗିବ୍ସଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଡେନ୍‌ମାର୍କର କାରୋଲିନ୍‌ ଓଜ୍‌ନିଆକି ୧-୬, ୭-୫, ୬-୩ ସେଟ୍‌ରେ ଚାଇନାର ଓ୍ବାଙ୍ଗ୍‌ ୟାଫାନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରୁଷିଆର ଶ୍ୱେତଲାନା କୁଜନେଶୋଭା ୫-୭, ୨-୬ ସେଟରେ ଆମେରିକାର କ୍ରିଷ୍ଟି ଆନଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଷଷ୍ଠ ସିଡ୍‌ ଚେକ ଗଣରାଜ୍ୟର ପେଟ୍ରା ଭିଟୋଭା ନିଜ ଦେଶର ଡେନିସା ଆଲେର୍ଟୋଭାଙ୍କୁ ୬-୨, ୬-୪ ସେଟ୍‌ରେ ୧ ଘଣ୍ଟା ୧୯ ମିନିଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ଆଣ୍ଡ୍ରିଆ ପେଟ୍‌କୋଭିକ୍‌ଙ୍କୁ ଭେଟିବେ। ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ପେଟ୍‌କୋଭିକ୍‌ ରୋମାନିଆରକ ମିହାଏଲା ବୁଜାରନେସ୍କୁଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫର୍ମକୁ ଫେରି ସମସ୍ତଙ୍କ ମୁହଁ ବନ୍ଦ କଲେ ଏହି ଭାରତୀୟ କ୍ରିକେଟର: ଦୀର୍ଘ ବର୍ଷେ ପରେ…

ପୁଣେ,୨୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଶନିବାର ଖେଳାଯାଉଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ...

ଭାଙ୍ଗିଲା ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ

ସିଡନୀ,୧।୧୧: ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର...

ଦିନିକିଆରୁ ଅବସର ନେଇ ପାରନ୍ତି ଧୋନୀ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୯।୧- ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ କ୍ୟାରିୟରକୁ ନେଇ ନାନା ଆଲୋଚନା ଚାଲିଛି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ...

ଏଥର ବି ମିଳିବନି ସୁଯୋଗ

ଅହମ୍ମଦାବାଦ୍‌,୧୦।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପୂର୍ବ ଦୁଇ ମ୍ୟାଚ୍‌...

କୋହଲିଙ୍କ ଉପରେ ରାଗିଗଲେ ସେହଓ୍ବାଗ୍‌: କହିଲେ ‘କଣ ତୁମ ଉପରେ ଏହି ନିୟମ ଲାଗୁ’

ଅହମ୍ମଦାବାଦ,୧୪।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ର ଟସ୍‌ ପଡିବା ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଖୁଲାସା କରିଥିଲେ। ମ୍ୟାଚ୍‌ ଆରମ୍ଭର ୨୪...

ଓଡ଼ିଶା କ୍ରିକେଟରେ ଦ୍ୱିତୀୟ ପିତାପୁତ୍ର

ଭୁବନେଶ୍ୱର, ୨୧ା୨-କଟକ ଟାଙ୍ଗିସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି ପ୍ରୀତ୍‌...

କୋହଲିଙ୍କ ଶରୀରରେ ଅଛି ୧୧ ଟାଟୁ: ଜାଣନ୍ତୁ କାହାର ଅର୍ଥ କ’ଣ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିଅର୍‌ ସମୟରେ ସେ ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ୧୧ଟି ଟାଟୁ...

ସୁଯୋଗ ହାତଛଡ଼ା କରି ମୂଲ୍ୟ ଦେଲୁ: ଚେନ୍ନାଇନ୍‌ କୋଚ୍‌

ମାରଗାଓ, ୧୫।୩(ପି.ଟି.)- ଆଇଏସ୍‌ଏଲ୍‌ ଫାଇନାଲରେ ଏଟିକେଠାରୁ ୧-୩ ଗୋଲରେ ପରାସ୍ତ ହୋଇ ଚେନ୍ନାଇନ୍‌ ରନର୍ସଅପ୍‌ ହୋଇଛି। ତେବେ ଏହା ଚେନ୍ନାଇନ୍‌ ହେଡ୍‌ କୋଚ୍‌ ଓଓ୍ବେନ କୋଏଲ୍‌ଙ୍କର...

Advertisement
Archives

Model This Week