ହ୍ୟାଟ୍ରିକ୍‌ ଅପେକ୍ଷାରେ ଦେବରାଜ

ନବାଗତ ନାୟକ ଦେବରାଜ। ଗତବର୍ଷ ତାଙ୍କର ଡେବ୍ୟୁ ଫିଲ୍ମ ‘ତୋ ପ୍ରେମରେ ପଡ଼ିଲା ପରେ’ ରିଲିଜ୍‌ ହୋଇଥିଲା। ଆରମ୍ଭରୁ ହିଁ ସେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ସଫଳତା। ଆଉ ଏବେ ବ୍ୟାକ୍‌-ଟୁ-ବ୍ୟାକ୍‌ ତିନୋଟି ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଛି। ସେଗୁଡ଼ିକ ହେଲା-ସରୋଜକାନ୍ତଙ୍କ ନିର୍ଦ୍ଦେଶିତ ‘ଚାଲ୍‌ ଟିକେ ପ୍ରେମ କରିବା, ଏସ୍‌. ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ତୁ ଲୈଲା ମୁଁ ମଜ୍‌ନୁ’ ଏବଂ ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ବାବାଜୀକା ଠୁଲୁ’। ଏ ସମ୍ପର୍କରେ ଦେବରାଜ କହନ୍ତି, ‘ଏହି ତିନୋଟି ଫିଲ୍ମର କାହାଣୀ ଭିନ୍ନ ଧରଣର ଏବଂ ମୋତେ ମିଳିଥିବା ଭୂମିକାଗୁଡିକରେ ନୂତନତ୍ୱ ରହିଛି। ‘ବାବାଜୀକା ଠୁଲୁ’ରେ ମୋତେ ଝିଅ ଗେଟ୍‌ଅପରେ ଦର୍ଶକ ଦେଖିବାକୁ ପାଇବେ। ଅନ୍ୟ ଦୁଇଟି ସିନେମାରେ ମୋତେ ମିଳିଛି ଭିନ୍ନ ଧରଣର ରୋମାଣ୍ଟିକ୍‌ ଭୂମିକା। କେବଳ ଏହି ତିନୋଟି ଫିଲ୍ମ ନୁହେଁ, ମୋ ଭୂମିକାଗୁଡିକ ମଧ୍ୟ ଦର୍ଶକଙ୍କୁ ଡିଫରେଣ୍ଟ ଟେଷ୍ଟ ଦେବ ବୋଲି ବିଶ୍ୱାସ ରହିଛି।’ ‘ବାବାଜୀକା ଠୁଲୁ’ରେ ତାଙ୍କ ଅପୋଜିଟ୍‌ରେ ସ୍ବାତୀ ନାୟିକା ସାଜିଥିବା ବେଳେ ଦ୍ୱିଭାଷୀ (ଓଡ଼ିଆ-ଛତିଶଗଡି) ‘ତୁ ଲୈଲା ମୁଁ ମଜନୁ’ରେ ଛତିଶଗଡି ଫିଲ୍ମ ଇଣ୍ଡଷ୍ଟ୍ରିର ରୋମାଣ୍ଟିକ୍‌ ନାୟିକା ଆନିକେତ ଚୌହାନ ଓ ଓଡ଼ିଆ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ଏବଂ ‘ଚାଲ୍‌ ଟିକେ ପ୍ରେମ କରିବା’ରେ ଚିନ୍ମୟୀ ପ୍ରିୟଦର୍ଶିନୀ ଫିମେଲ୍‌ ଲିଡ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

‘ଆଶାଙ୍କ କଣ୍ଠରେ ‘ଳ’ ଉଚ୍ଚାରଣ ନ ହେବାରୁ କାଳିଆ ସ୍ଥାନରେ କରାଗଲା ମଣିମା’

ଭୁବନେଶ୍ୱର,୧୩ା୪: ଆଶା ଭୋସ୍‌ଲେ, ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ। ସଂଗୀତ ପ୍ରତି ସମର୍ପିତ ଏହି ଗାୟିକା ଭଜନ, ଗଜଲ, ଶାସ୍ତ୍ରୀୟ ସଙ୍ଗୀତ, ପପ୍‌ ମ୍ୟୁଜିକ୍‌…

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ସଙ୍ଗୀତ ଜଗତରେ ଶୋକର ଛାୟା: ନୀରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri