ହ୍ବାଇଟ ଟପିଂ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର,୧୩ା୨: ରାସ୍ତାର ରକ୍ଷଣାବେକ୍ଷଣ ଅଭାବ ଏବଂ ଖାଲ ଯୋଗୁ ଲୋକମାନଙ୍କୁ ଅନେକ ଅସୁବିଧା ସାମ୍ନା କରିବାକୁ ପଡୁଛି। ରାସ୍ତା ଭିତ୍ତିଭୂମି ବିଗିଡିବା ଏବଂ ଗାଡି ସଂଖ୍ୟା ବୃଦ୍ଧି ଫଳରେ ଲୋକଙ୍କ ଜୀବନ ଶୈଳୀ ଉପରେ ନକରାତ୍ମକ ପ୍ରଭାବ ଏବଂ ଦୁର୍ଘଟଣାମାନ ଘଟୁଥିବା ଦେଖାଯାଉଛି। କେବଳ ଭୁବନେଶ୍ୱର ନୁହେଁ ଦେଶର ବିଭିନ୍ନ ସହରରେ ଏହି ସମସ୍ୟା ଉପୁଜିଛି। ରାସ୍ତାରେ ଖାଲ ଯୋଗୁ ନିୟମିତ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ସଙ୍କଟାପର୍ଣ୍ଣ ହେଉଛି। ଏହି ସମସ୍ୟାର ସମାଧାନ ନେଇ ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି। ଏଭଳି ସ୍ଥିତିରେ ଦ୍ୱାଇଟ ଟପିଂ ଟେକ୍ନୋଲୋଜିର ଆବଶ୍ୟକତା ରହିଥିବା କୁହାଯାଇଛି। ଏହା ଦୀର୍ଘ ୨୦ ବର୍ଷ ପାଇଁ ଗାତମୁକ୍ତ ରାସ୍ତା ପ୍ରଦାନ କରିବା ଦିଗରେ ସହାୟକ ହେବ। ଏହା ବିଶେଷ ଭାବେ ମରାମତି ଖୋଜେ ନାହିଁ। ଦେଶର ପ୍ରମୁଖ ସହରଗୁଡିକରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ହ୍ବାଇଟ ଟପିଂ ସଲ୍ୟୁଶନ ଗାତ ସମସ୍ୟାର ଏକ ସ୍ଥାୟୀ ସମାଧାନ,ଅର୍ଥନୈତିକ ବିକାଶରେ ସହାୟକ ହେବା ସହ ପ୍ରାକୃତିକ ସମ୍ବଳ ଉପରେ କମ୍‌ ଚାପ ପକାଏ ବୋଲି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ସ୍କୁଲ ଅଫ ଇନଷ୍ଟ୍ରାଷ୍ଟ୍ରକଚର ଆସୋସିଏଟ ପ୍ରଫେସର ଦିନାକର ପସଲା ଏଥିରେ ମତ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ରାସ୍ତାର ମରାମତି ଲାଗି ହ୍ବାଇଟ ଟପିଂ ସଲ୍ୟୁଶନ ଏକ ସହଜ ଏବଂ ଉପଯୋଗୀ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଡେପୁଟି ମ୍ୟାନେଜର କାଲି କଲ୍ୟାଣ ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦୁଇ ଅଭିଯୁକ୍ତଙ୍କୁ ୱାଣ୍ଟେଡ୍‌ ଘୋଷଣା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଫେରାର ଥିବା ଆଉ ଦୁଇ ଅଭିଯୁକ୍ତଙ୍କୁ କ୍ରାଇବ୍ରାଞ୍ଚ ୱାଣ୍ଟେଡ୍‌ ଘୋଷଣା କରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏବଂ ସ୍ପେଶାଲ ଟାସ୍କ ଫୋର୍ସ...

ସୁନ୍ଦରଗଡ଼ରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି

ସୁନ୍ଦରଗଡ଼, ୯।୫(ଡି.ଏନ୍‌.ଏ.): ରାଜ୍ୟରେ ଶନିବାର ସକାଳେ ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ...

କେନ୍ଦ୍ରାପଡ଼ା ଜିଲାରେ ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୩ା୨: ରାଜ୍ୟ ସରକାରଙ୍କ ସର୍ଭେ ରିପୋର୍ଟରେ କେନ୍ଦ୍ରାପଡ଼ା ଜିଲାର କୌଣସି ବ୍ଲକ ଅଞ୍ଚଳରେ ପିଇବାକୁ ଉପଯୁକ୍ତ ପାଣି ନାହିଁ । ଏହି ଜିଲାରେ...

ବଦଳିପାରେ ସ୍କୁଲ ଛୁଟି ସମୟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ସ୍ଥିତି ଦେଖି ସ୍କୁଲ ଛୁଟି ସମୟ ବଦଳିପାରେ। ଏପ୍ରିଲ ୩୦ ପରେ ଏସ୍‌ଆରସିଙ୍କ ପରାମର୍ଶରେ ଛୁଟି ନିଷ୍ପତ୍ତି ନିଆଯିବ ବୋଲି ଏନେଇ ସୂଚନା ଦେଇଛନ୍ତି...

‘ସଂକ୍ରମଣ ବଢ଼ିଲେ ବି ହସ୍ପିଟାଲ ଯିବା ସଂଖ୍ୟା କମ୍‌’

ଭୁବନେଶ୍ୱର, ୧୪ା୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଉପରମୁହଁା ରହିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ଖୁବ୍‌ କମ୍‌ ଦିନରେ ଆମେ...

ଟିକାକୁ ନେଇ ଟଣାଓଟରା: ଓଡ଼ିଶାରେ ୬୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୭।୬(ବ୍ୟୁରୋ): କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ କୋଭିଡ୍‌ ଭାକ୍ସିନ ଯୋଗାଇ ଦେଉଛୁ ବୋଲି ଦାବି କରୁଥିବା ବେଳେ ଓଡ଼ିଶାରେ ଟିକା ଅଭାବରୁ ପ୍ରାୟ ୬୦୦ଟିକାକରଣ କେନ୍ଦ୍ର...

ବିଚକ୍ଷଣ ସଂସଦୀୟ ତଥ୍ୟ

ଭୁବନେଶ୍ୱର, ୧୨।୬: home ଓଡିଶା ବିଧାନସଭାର ପ୍ରାୟ ୧ବର୍ଷ ଜୀବନକାଳ ଥିବା ସତ୍ତ୍ୱେ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ନିଷ୍ପତ୍ତି ନେଇଥିଲେ।...

ରାଜ୍ୟ ରାଜନୀତିରେ ପରିବାରବାଦ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସାରା ଦେଶରେ ନିର୍ବାଚନ ଫଳାଫଳ ଘୋଷିତ ହୋଇସାରିଛି। ନୂଆ ସରକାର ପାଇଁ ଶାସକ ଅଣ୍ଟା ଭିଡୁଥିବା ବେଳେ ବିରୋଧୀ ପରାଜୟର କାରଣ ଖୋଜୁଛନ୍ତି। ରାଜ୍ୟସ୍ତରରୁ...

Advertisement
Archives

Model This Week