ହୋର୍ଡିଂରେ ଖିଲାପକାରୀଙ୍କ ନାଁ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): ବର୍ଷବର୍ଷ ଧରି ହୋଲଡିଂ ଟ୍ୟାକ୍ସ ଦେଇ ନ ଥିବା ୩୪୩ଜଣ ବଡ଼ ଖିଲାପକାରୀଙ୍କ ତାଲିକା ରାଜଧାନୀର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଥିବା ବଡ଼ ହୋର୍ଡ଼ିଂରେ ଲଗାଯାଇଛି। ସେମାନଙ୍କ ନାମକୁ ସର୍ବ ସାଧାରଣରେ ପ୍ରକାଶ କରିବା ସହ ସେମାନେ ମୋଟ ୧୧ କୋଟି ଟଙ୍କାର ଟ୍ୟାକ୍ସ ବକେୟା ରଖିଥିବା ଭୁବନେଶ୍ୱର ମହାନଗର ନିଗମ ବିଏମ୍‌ସି ସୂଚନା ଦେଇଛି। ବର୍ଷ ବର୍ଷ ଧରି ଯେଉଁମାନେ ହୋଲ୍ଡିଂ ଟ୍ୟାକ୍ସ ଦେଇ ନାହାନ୍ତି ସେମାନଙ୍କ ନାମ ହୋର୍ଡିଂରେ ଉଲ୍ଲେଖ ରହିଛି ବୋଲି ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ଓ ୱାର୍ଡ ଅଫିସରମାନେ ଅନେକ ଚେଷ୍ଟା କରି ବକେୟା ଟଙ୍କା ଆଦାୟ କରିପାରୁ ନାହାନ୍ତି। ତେଣୁ ହୋର୍ଡିଂ ଜରିଆରେ ଖିଲାପକାରୀଙ୍କ ନାମ ଘୋଷଣା କରିବାକୁ ବିଏମ୍‌ସି ବାଧ୍ୟ ହୋଇଛି। ଟ୍ୟାକ୍ସ ବାବଦକୁ ବାକି ଥିବା ଟଙ୍କା ପଇଠ ନ କଲେ ଓପିଡିଆର୍‌ ଆଇନ ଅନୁଯାୟୀ ସେହି ଟଙ୍କା ଆଦାୟ ହେବ ବୋଲି ମଲ୍ଲିକ କହିଛନ୍ତି।
ଭୁବନେଶ୍ୱର ସହରର ପ୍ରମୁଖ ସ୍ଥାନ ବାଣୀବିହାର, ଜୟଦେବ ବିହାର, ଗଙ୍ଗନଗର, ମାଷ୍ଟରକ୍ୟାଣ୍ଟିନ୍‌ ଆଦି ସ୍ଥାନରେ ଟ୍ୟାକ୍ସ ଖିଲାପକାରୀଙ୍କ ନାମ ସହ ସମ୍ପୂର୍ଣ୍ଣ ତଥ୍ୟକୁ ବିଏମ୍‌ସି ଦ୍ୱାରା ଲଗାଯାଇଛି। ସ୍ମାର୍ଟ ସିଟିକୁ ଆହୁରି ସୁନ୍ଦର କରିବାକୁ ହେଲେ ସାଧାରଣ ଲୋକଙ୍କ ସହାୟତାର ଆବଶ୍ୟକ ରହିଛି। ଠିକ୍‌ ସମୟରେ ଟ୍ୟାକ୍ସ ଦେଇ ବିଏମ୍‌ସିକୁ ସାହାଯ୍ୟ କରିବାକୁ ପ୍ରତି ୱାର୍ଡ଼ରେ ସାଧାରଣ ଲୋକଙ୍କୁ କର୍ପୋରେଟରମାନେ ପୂର୍ବରୁ ସଚେତନ ମଧ୍ୟ କରାଉଥିଲେ। ତଥାପି କୋଟି କୋଟି ଟଙ୍କା ବାକି ପଡ଼ି ରହିଛି ବୋଲି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା: ବବୀନଙ୍କୁ କୃତଜ୍ଞତା ଜଣାଇ ସବୁ ଦଳ ଠାରୁ ସମର୍ଥନ ଆଶା…

ଭୁବନେଶ୍ୱର, ୨୮।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟପାୟକ ଡା. ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ନବୀନଙ୍କୁ କୃତଜ୍ଞତା…

ଆମେରିକା କଲା ଏମିତି କାମ, ଆହୁରି ଭୟାବହ ହେବ ଇସ୍ରାଏଲ-ଆମେରିକା ଯୁଦ୍ଧ!

ଓ୍ବାଶିଂଟନ,୨୮।୨: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଇରାନରେ ଏକକାଳୀନ ୩୦ଟି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଛି।…

Iran Israel War: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ଆଲର୍ଟ, ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଏମିତି କହିଲେ ସଂତୃପ୍ତ

ଭୁବନେଶ୍ୱର,୨୮।୨: ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଖଙ୍କୁ କୃତଜ୍ଞତା ଜଣାଇବା ସହ ମୋତେ ମିଳିଥିବା…

ଇସ୍ରାଏଲ ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଦେବ ଚାକିରି? ମୋଦି-ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ/ଜେରୁଜେଲମ,୨୮।୨: ଭାରତ ଏବଂ ଇସ୍ରାଏଲ ଗୁରୁବାର (୨୬ ଫେବୃଆରୀ) ରାଜି ହୋଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୦,୦୦୦ ପର୍ଯ୍ୟନ୍ତ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲକୁ…

ଲାଞ୍ଚ ମାମଲା: ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ୩ବର୍ଷ ଜେଲ

ଭବାନୀପାଟଣା,୨୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଜଳଛାୟା ପ୍ରକଳ୍ପ -୧ର ପୂର୍ବତନ ପ୍ରକଳ୍ପ କାର୍ଯ୍ୟକାରୀ କର୍ତ୍ତୃପକ୍ଷ ତଥା କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅମର କୁମାର…

କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ

ଖଡ଼ିଆଳ,୨୮ା୨ (ସୁଜିତ କୁମାର ପ୍ରଧାନ): ସୂଚନା କର୍ମୀ ରୂପେ ପରିଚିତ ନୂଆପଡ଼ା ଜିଲା ଖଡିଆଳ ବ୍ଲକ କୁସମାଲ ଗ୍ରାମର କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ…

ରାଜ୍ୟ ସଭା ପାଇଁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ, ଜାଣନ୍ତୁ କିଏ…

ଭୁବନେଶ୍ୱର,୨୮ା୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।  ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨ ପ୍ରାର୍ଥୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri