ବିଜେପୁର, ୪।୪(ଡି.ଏନ.ଏ.) କରୋନା କଟକଣା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି। କଟକ, ଭୁବନେଶ୍ୱରରେ ଗତକାଲିରୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ରହିଛି। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ବାହାରୁ ଆସୁଥିବା ବ୍ଯକ୍ତି ହୋମ୍ କ୍ବାରାଣ୍ଟାଇନରେ ରହିବାର ନିୟମ ରହିଛି। ହେଲେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବେନିଆଁଚାଲରେ ଜଣେ ଯୁବକ ହୋମ କ୍ବାରାଣ୍ଟାଇନ୍ ଉଲଙ୍ଘନ କରିଥିବା ଶନିବାର ଅଭିଯୋଗ ହୋଇଛି। ସଂପୃକ୍ତ ଯୁବକ ଜଣକ କିଛି ଦିନ ହେଲା ଭୁବନେଶ୍ୱରରେ ରହୁଥିଲେ। ଗତ ମଙ୍ଗଳବାର ସେ ଘରକୁ ଫେରିଥିଲେ। ତେଣୁ ତାଙ୍କର ଘର ସାମ୍ନାରେ ନିୟମ ଅନୁସାରେ ଷ୍ଟିକରିଂ କରାଯାଇଥିଲା। ହେଲେ ଉକ୍ତ ଷ୍ଟିକରକୁ ସେମାନେ ଖୋଲିଦେବା ସହ ସଂପୁକ୍ତ ଯୁବକ ବାହାରେ ବୁଲାବୁଲି କରୁଥିବା ଅଭିଯୋଗ ହେଉଛି। ଏହି ଖବର ପାଇ ସ୍ଥାନୀୟ ଆଶା, ଅଙ୍ଗନବାଡି ଓ ଓ୍ଵାର୍ଡ ସଭ୍ଯଗଣ ତାଙ୍କୁ ବୁଝାଇବାକୁ ତାଙ୍କର ଘରକୁ ଶନିବାର ସକାଳେ ଯାଇଥିଲେ। ହେଲେ ସଂପୁକ୍ତ ଯୁବକ ସେମାନଙ୍କ କଥାକୁ କର୍ଣ୍ଣପାତ କଲେ ନାହିଁ। ତେଣୁ ସେମାନେ ଉଚ୍ଚ କତ୍ତୃପକ୍ଷକୁ ଜଣାଇଛନ୍ତି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶାନ୍ତନୁ ସାହୁଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ପାଇଛି। ଏହାର ସମାଧାନ ପାଇଁ ଏକ ଚିକିତ୍ସକ ଦଳ ସଂପୁକ୍ତ ଗାଁକୁ ପଠାଇଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ଏହି ଗାଁରେ ସାମାଜିକ ଦୂରତ୍ବ ରହୁନଥିବା ପରିଲକ୍ଷିତ ହେଉଛି। ଲୋକମାନେ ଏକାଠି ହୋଇ ମେଳି ବାନ୍ଧୁଛନ୍ତି ।
Posted inଆମ ଜିଲା ଖବର, ବରଗଡ଼ View All
ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…
ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…
ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍ ଲାଗିଲା ନିଆଁ, ଆଉ ତା’ପରେ…
ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…
ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍
କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…
ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ
କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…
‘ଢେମ୍ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ
ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…
ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…
ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…
ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ
ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…
ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି
ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

