ହୋମ୍‌ କ୍ବାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବାବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଯିବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଣିକି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଯେଉଁମାନେ ରହିବେ ସେମାନଙ୍କ ଘର ଦ୍ୱାରରେ ଷ୍ଟିକର ଲାଗିବ। ଯେଉଁମାନଙ୍କ ହୋମ୍‌ କ୍ୱାରାଣ୍ଟାଇନ ଶେଷ ହୋଇଯିବ ସେମାନଙ୍କ ଘର ଦ୍ୱାରରୁ ଷ୍ଟିକର ଉଠାଇ ଦିଆଯିବ। ଷ୍ଟିକରରେ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ସନ୍ଦିଗ୍ଧ ଓ ତାଙ୍କ ପରିବାରର ସବିଶେଷ ତଥ୍ୟ ରହିବ। କେହି ଜଣେ ବି ତାଙ୍କ ଘରକୁ ନ ଯିବା ପାଇଁ ଗୋଷ୍ଠୀସମୂହଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗଣମାଧ୍ୟମକୁ ସେଠାକୁ ଯିବା ପାଇଁ ଆଦୌ ଅନୁମତି ମିଳିବ ନାହିଁ। ଏଥିସହ ଗଣମାଧ୍ୟମ ସେମାନଙ୍କ ସମ୍ପର୍କରେ କିଛି ବି ପ୍ରସାର କରିପାରିବେ ନାହିଁ। ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ ସେମାନଙ୍କ ତାଲିକା ସ୍ଥାନୀୟ ଥାନାରେ ରହିବ। ରାଜ୍ୟ ବାହାରୁ ଆସୁଥିବା ଲୋକେ ଯେପରି ହୋମ କ୍ବାରାଣ୍ଟାଇନ୍‌ ବା ପୃଥକ ବାସରେ ରହିବେ, ସେଥିପାଇଁ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ସ୍ଥିର ରହିଛି। ସୋମବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ୮୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ମିଳିଛି। ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଛି। ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି। ଉଜ୍‌ବେକିସ୍ତାନରୁ ଫେରିଥିବା ଜଣେ ବ୍ୟକ୍ତି କ୍ବାରାଣ୍ଟାଇନ୍‌ ଗାଇଡ୍‌ ଲାଇନ୍‌କୁ ଉଲ୍ଲଂଘନ କରିଥିଲେ। ତେଣୁ ତାଙ୍କ ବିରୋଧରେ ସମ୍ବଲପୁରର ଧନୁପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ନିଶାଦ୍ରବ୍ୟ ମନା

କଟକ ଅଫିସ,୨୪ା୨: ଏସ୍‌ସିବି ମେଡିକାଲରେ କାମ କରୁଥିବା କୌଣସି କର୍ମଚାରୀ ନିଶାଦ୍ରବ୍ୟ ସେବନ କରିପାରିବେ ନାହିଁ। ମେଡିକାଲରେ ଡ୍ୟୁଟିରେ ଥିବା ବେଳେ ଯଦି କେହି କର୍ମଚାରୀ...

ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଦୁଇଭାଇ ଜଗା, କାଳିଆ ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଶନିବାର ଏଭଳି ସୂଚନା...

ସିଆଇଆର୍‌ବି ଗଠନକୁ ଅଣଦେଖା

କେନ୍ଦ୍ରାପଡ଼ା ଅଫିସ, ୩୦ା୧୨: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ଏକ କୋଷ୍ଟାଲ ଇଣ୍ଡିଆ ରିଜର୍ଭ ବାଟାଲିଅନ (ସିଆଇଆରବି) ଆବଶ୍ୟକ। ଏହି ବାଟାଲିୟନର ମଞ୍ଜୁର ସକାଶେ ରାଜ୍ୟ...

ଟାଙ୍କିରୁ ମିଳୁନି ପାନୀୟ ଜଳ

ମାର୍ଶାଘାଇ, ୩ା୯(ଡି.ଏନ.ଏ.): ରାଜ୍ୟ ସରକାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି। ହେଲେ...

ଉପନିର୍ବାଚନ ପୂର୍ବରୁ ରକ୍ତମୁଖା ସାଜିଛି ଶାସକ ବିଜେଡି: ଭାଜପା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ କରି ଭୟର ଆତଙ୍କ ସୃଷ୍ଟି କରୁଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଶୁକ୍ରବାର ଭାଜପା...

ଗାନ୍ଧୀ ବିଶେଷାଙ୍କ ଲୋକାର୍ପିତ କଲେ ରାଜ୍ୟପାଳ

ପୁରୀ ଅଫିସ,୨୯।୨: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ତ୍ରୈମାସିକ ସାହିତ୍ୟ ପତ୍ରିକା ସୁଲେଖା ପକ୍ଷରୁ ଗାନ୍ଧୀ ବିଶେଷାଙ୍କ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ବିଭିନ୍ନ କବି...

‘ପାଟଣାଗଡ଼’ ରିଲିଜ୍‌କୁ ସବୁଜ ସଂକେତ:ସ୍ଥଗିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୬ା୧୧(ବ୍ୟୁରୋ):ବହୁଚର୍ଚ୍ଚିତ ଫିଲ୍ମ ‘ପାଟଣାଗଡ଼’ର ରିଲିଜ୍‌ ନେଇ ହାଇକୋର୍ଟଙ୍କ ପରେ ଏବେ ସୁପ୍ରିମକୋର୍ଟରୁ ମଧ୍ୟ ସବୁଜ ସଂକେତ ମିଳିଛି। ଫିଲ୍ମ ରିଲିଜ୍‌ ଉପରେ ସ୍ଥଗିତାଦେଶ ଜାରି...

ଉପାନ୍ତ ଦେଇ କେନ୍ଦୁଝରକୁ ଫିଟିବ ବାଟ

ଢେଙ୍କାନାଳ ଅଫିସ, ୮।୭ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଅଞ୍ଚଳ ଦେଇ କେନ୍ଦୁଝରକୁ ପକ୍କାସଡ଼କ ନିର୍ମାଣ ହେବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ...

Advertisement
Archives

Model This Week