Posted inଖେଳ

ହୋବାର୍ଟ ଇଣ୍ଟରନ୍ୟାଶନାଲ: ଦୁଇବର୍ଷ ପରେ ଖେଳିବେ ସାନିଆ

ହୋବାର୍ଟ, ୧୨।୧ (ପି.ଟି.)- ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ମିର୍ଜା କୋର୍ଟକୁ ପ୍ରତ୍ୟାବର୍ତ୍ତନ ପରେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ପ୍ରଥମ ମ୍ୟାଚ୍‌ ଖେଳିବେ। ମହିଳା ଡବଲ୍ସରେ ୟୁକ୍ରେନର ନାଡିଆ କିଚେଙ୍କୋ’ଙ୍କୁ ସାଥୀ କରି ସାନିଆ ଅଭିଯାନ ଆରମ୍ଭ କରିବେ। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ରାଉଣ୍ଡ ମୁକାବିଲାରେ ସାନିଆ-ନାଡିଆ ଯୋଡ଼ି ଜର୍ଜିଆର ଓକସାନା କାଲଶନିକୋଭ ଓ ଜାପାନର ମିୟୁ କାଟୋଙ୍କୁ ଭେଟିବେ। ସେହିଭଳି ଯଦି ଏହି ଅନ୍‌ସିଡ ଇଣ୍ଡୋ-ୟୁକ୍ରେନିଆନ ଯୋଡ଼ି ବିଜୟୀ ହୁଅନ୍ତି ତେବେ କ୍ୱାର୍ଟର ଫାଇନାଲରେ ସ୍ପେନର ଗେର୍ଗିନା ଗ୍ରାସିଆ ପେରେଜ ଓ ସାରା ସୋରିବେଜ ଟର୍ମୋସଙ୍କୁ ସାମ୍ନା କରିବେ। ମାତୃତ୍ୱ ଲାଭ କରିବା ପରେ ସାନିଆ ମିର୍ଜା ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୧୦ରେ ସେ ପାକିସ୍ତାନ କ୍ରିକେଟର୍‌ ସୋଏବ ମଲିକଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନଂ ୧ ସ୍ଥାନକୁ ଫେରିଲେ ନାଡାଲ

ପ୍ୟାରିସ୍‌,୫।୧୧ – ସ୍ପେନ୍‌ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଦୀର୍ଘ ଏକ ବର୍ଷ ପରେ ଏଟିପି ର଼୍ୟାଙ୍କିଙ୍ଗ୍‌ର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ପ୍ୟାରିସ...

କରୋନାରେ ଆଖିବୁଜିଲେ ତେନ୍ଦୁଲକରଙ୍କ ବନ୍ଧୁ: ୮୦ ଦଶକରେ ଖେଳୁଥିଲେ ଏକାଠି

ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କର ବନ୍ଧୁ ବିଜୟ ଶିର୍କେଙ୍କୁ ହରାଇଛନ୍ତି। ମହାମାରୀ କରୋନାରେ ଅକ୍ରାନ୍ତ ହୋଇ ବିଜୟ ଥାନେ ହସ୍ପିଟାଲରେ...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

ବକ୍ସିଂ: ପ୍ରଥମ ପ୍ରୋ ବାଉଟ୍‌ରେ ଜାଙ୍ଗ୍ରା ବିଜୟୀ

ନୂଆଦିଲ୍ଲୀ,୯।୫(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଭାରତୀୟ ବକ୍ସର ମନଦୀପ ଜାଙ୍ଗ୍ରା ପେସାଦାର ବକ୍ସିଂରେ ସକାରାତ୍ମକ ଆରମ୍ଭ କରିଛନ୍ତି। ଆମେରିକାର ଫ୍ଲୋରିଡାରେ ସେ ତାଙ୍କର...

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ: ବାରବାଟୀରେ ଫ୍ଲଡଲାଇଟ୍‌ ମରାମତି; ଗ୍ୟାଲେରି ଅନୁଧ୍ୟାନ କଲା ସରକାରୀ ଏଜେନ୍ସି

କଟକ ଅଫିସ,୧୩ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ନବକଳେବର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ତ୍ତୃପକ୍ଷ ତତ୍ପର...

ସିଡ୍‌ନୀରେ କଡ଼ା ପ୍ରୋଟୋକଲ ମାନିବାକୁ ରାଜି ହେଲା ଭାରତ

ନୂଆଦିଲ୍ଲୀ,୪ା୧- ସିଡ୍‌ନୀଠାରେ ଆସନ୍ତା ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ। ଏହି ମ୍ୟାଚ୍‌ ପାଇଁ ସିଡ୍‌ନୀରେ ସୋମବାର ପହଞ୍ଚିବା ପରେ...

ଭାରତ ପାଇଁ ଖେଳିବି ବୋଲି ଭାବି ନ ଥିଲି : ସଇନି

ଲଡରହିଲ(ଆମେରିକା),୪।୮(ପି.ଟି.): ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ବେଶ୍‌ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଏବେ ସମସ୍ତଙ୍କ ଦୃଷ୍ଟି...

ପାଞ୍ଚ ଷ୍ଟାଡିୟମରେ ଟେଷ୍ଟ

ଭାରତରେ ଏବେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌କୁ ୫ଟି ଷ୍ଟାଡିୟମରେ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚିନ୍ତାକରିବା ଆବଶ୍ୟକ ବୋଲି ଭାରତୀୟ...

Ten Cric Info
Advertisement


Archives

Model This Week

Why Dharitri