ହୋଟେଲ ଖୋଲିବାକୁ ଅନୁମତି ମାଗିଲା ଏଚ୍‌ଆର୍‌ଏଓ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ଗତ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ହୋଇ ପଡ଼ିଥିବା ହୋଟେଲ ଶିଳ୍ପକୁ ପୁନର୍ବାର ଖୋଲିବା ପାଇଁ ଦାବି ହୋଇଛି। ସୋମବାରଠାରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିବାବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ, ରିସର୍ଟ ଆଦି ଖୋଲିବାକୁ ଅନୁମତି ମାଗିଛି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟର ଆସୋସିଏଶନ ଅଫ୍‌ ଓଡ଼ିଶା (ଏଚ୍‌ଆର୍‌ଏଓ)। ବିଶେଷକରି ଭୁବନେଶ୍ୱର ପାଇଁ ଦାବି କରିଛି ଆସୋସିଏଶନ। ଏନେଇ ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଓ ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କୁ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ଦୁଇ ମାସ ପରେ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ଏକାଧିକ ଯାତ୍ରୀବାହୀ ଘରୋଇ ବିମାନ ଅବତରଣ କରିଛି। ଅଧିକାଂଶ ଯାତ୍ରୀ ହୋଟେଲ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ଭୁବନେଶ୍ୱରର ପ୍ରମୁଖ ହୋଟେଲଗୁଡ଼ିକୁ ଯୋଗାଯୋଗ କରିଥିଲେ। ସେହିପରି ଅନ୍ୟ କେତେଜଣ ଯାତ୍ରୀ ରୁବ୍‌ ବୁକ୍‌ କରିବାକୁ ଚାହିଁଥିଲେ। ହେଲେ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ହୋଟେଲଗୁଡ଼ିକ ସମସ୍ତ ଯାତ୍ରୀଙ୍କୁ ରହଣି ପାଇଁ ମନା କରିଥିବା ଏଚ୍‌ଆର୍‌ଏଓ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଏକାଧିକ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବ। ସେମାନଙ୍କ ପାଇଁ ସହରର ହୋଟେଲଗୁଡ଼ିକୁ କ୍ୱାରାଣ୍ଟାଇନ୍‌ ସେଣ୍ଟରଭାବେ ବ୍ୟବହାର କରାଯାଇପାରିବ। ସେହିଭଳି କେନ୍ଦ୍ର ବେସମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିୟମାବଳୀ ଅନୁଯାୟୀ ଅନ୍ତର୍ଜାତୀୟ ବିମାନ ତଥା ଦେଶ ବାହାରୁ ଆସିବାକୁ ଥିବା ଯାତ୍ରୀମାନେ ହୋଟେଲରେ ବାଧ୍ୟତାମୂଳକ ଦେୟଯୁକ୍ତ ବା ପେଡ୍‌ କ୍ୱାରାଣ୍ଟାଇନରେ ରହିବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ହୋଟେଲରେ ରହଣି ପାଇଁ ଅନୁମତି ଦେବାକୁ ଆସୋସିଏଶନ ଦାବି କରିଛି। ଜୁନ୍‌ ମାସ ପର୍ଯ୍ୟନ୍ତ ହୋଟେଲଗୁଡ଼ିକର ସମସ୍ତ ବୁକିଂ ବାତିଲ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ିଛି। ହୋଟେଲ ମେଣ୍ଟେନାନ୍ସ, ବିଦ୍ୟୁତ ଦେୟ, ବ୍ୟାଙ୍କ ଋଣ, ଇଏମ୍‌ଆଇ ଆଦି ଦେବାସହ କର୍ମଚାରୀଙ୍କ ମାସିକ ବେତନ ଦେବା ହୋଟେଲ ମାଲିକଙ୍କ ପାଇଁ ସମ୍ଭବ ହେଉନି। ଏଭଳିସ୍ଥଳେ କ୍ୱାରାଣ୍ଟାଇନ୍‌ ସେଣ୍ଟର ମାଧ୍ୟମରେ ଆଶିଂକଭାବେ ହୋଟେଲ ଶିଳ୍ପକୁ କାର୍ଯ୍ୟକ୍ଷମ କରିବା ଦ୍ୱାରା ବହୁ କର୍ମନିଯୁକ୍ତି ସୁରକ୍ଷିତ କରାଯାଇପାରିବ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri