ହୋଟେଲରେ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ୱର,୩ା୩(ବ୍ୟୁରୋ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକ ହୋଟେଲରେ ରଖି ବଳାତ୍କାର କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ଯୁବତୀଙ୍କ ଘର କଳାପଥର ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ବିଭିନ୍ନ କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଖଣ୍ଡଗିରି ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କର ଦେଖା ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକ ଜଣକ ବିବାହ ଆଳ ଦେଖାଇ ତାଙ୍କୁ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ହୋଟେଲକୁ ଡାକି ନେଇ ବଳାତ୍କାର କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ

ବାଳକାଟୀ,୮।୧୨(ଡି.ଏନ୍‌.ଏ.);ବିବାଦୀୟ ବାବା ତଥା ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବାଙ୍କ ରବିବାର ରାତିରେ ପରଲୋକ...

ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦ ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ

ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

ଶରଧାବାଲିରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ ଅଫିସ, ୨୩।୬: ଶରଧାବାଲିରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ପହଞ୍ଚିବାର କିଛି ସମୟ ପରେ ଅର୍ଥାତ୍‌ ଅପରାହ୍ନ ୪ଟା ୧୦ରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ...

ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା

ଭୁବନେଶ୍ୱର, ୬ା୪(ବ୍ୟୁରୋ): କୋଟିଆରେ ପୁଣିଥରେ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆର ୨ଟି ପଞ୍ଚାୟତରେ ସମିତି ସଭ୍ୟ...

ଜାରି ହେଲା ଅଗଷ୍ଟ ମାସ ପାଇଁ ଗାଇଡଲାଇନ; ଜାଣନ୍ତୁ କଣ ରହିବ ଖୋଲା, କଣ ପଡିବ ତାଲା ?

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।...

ଡିଏଲ୍‌, ଏଲ୍‌ଏଲ୍‌ ସ୍ଲଟ୍‌ ବୁକିଂ ବାତିଲ: ସେପ୍ଟେମ୍ବର ୩୦ ଯାଏ ଗାଡ଼ି କାଗଜପତ୍ର ବୈଧ

କଟକ ଅଫିସ,୧୨।୬: ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲନର୍ସ ଲାଇସେନ୍ସ (ଏଲଏଲ୍‌) ଟେଷ୍ଟ ପୁଣି ଥରେ ଅନ୍ୟାଦେଶ ଯାଏ ବାତିଲ ହୋଇଛି। ଗୁରୁବାରଠାରୁ ଡିଏଲ୍‌ ଟେଷ୍ଟ...

ପାଠପଢ଼ା ସ୍ଥିତି ପରଖିଲେ ଗଣଶିକ୍ଷାମନ୍ତ୍ରୀ : ବିଜେବିରେ ଯୁକ୍ତ ୨ ଖୋଲିବାକୁ ପ୍ରସ୍ତାବ

ଖୋର୍ଦ୍ଧା ଅଫିସ/ଯାଁଳା/ବେଗୁନିଆ,୧୧ା୧(ଡି.ଏନ୍‌.ଏ.): ରାଜ୍ୟ ସରକାର ଦୀର୍ଘ ୯ମାସ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ କୋଭିଡ୍‌ କଟକଣାରେ ସ୍କୁଲ ଖୋଲିଛନ୍ତି। ପାଠପଢ଼ା କିପରି...

Advertisement
Archives

Model This Week