Posted inଖେଳ

ହୋଇପାରିଥାନ୍ତେ ବଡ଼ ଖେଳାଳି, ଆହତ ସମସ୍ୟା ସବୁ ଛଡ଼ାଇନେଲା

ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଖେଳାଳି ହେବାର ଯୋଗ୍ୟତା ଥିଲା। ହେଲେ ଆହତ ସମସ୍ୟା ପଲ ବାଲଥାଟିଙ୍କଠାରୁ ସବୁ କିଛି ଛଡ଼ାଇନେଲା। ୨୦୧୧ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିବା ବାଲଥାଟି ମୋହାଲିଠାରେ ୬୩ ବଲରେ ୧୨୦ ରନ୍‌ର ଇନିଂସ ଖେଳିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ୪୭ ବଲରୁ ୭୫ ରନ୍‌ର ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ। ସେହି ସିଜନରେ ସେ ୧୩୭ ଷ୍ଟ୍ରାଇକରେଟ୍‌ରେ ୪୬୩ ରନ୍‌ କରିଥିଲେ। ମାତ୍ର ପରବର୍ତ୍ତୀ ଦୁଇ ବର୍ଷରେ ଆଣ୍ଠୁ ସମସ୍ୟା ଯୋଗୁ ମାତ୍ର ୬ ମ୍ୟାଚ୍‌ ଖେଳିଥିଲେ। ବିଫଳ ହେବାରୁ କିଙ୍ଗ୍ସ ଏକାଦଶ ଦଳରୁ ବିଦା କରିଥିଲା। ସେବେଠାରୁ ହଜି ଯାଇଛନ୍ତି ବାଲଥାଟି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ୨୦୦୨ ବିଶ୍ୱକପ୍‌ର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଆଖିରେ ବଲ ବାଜିଥିଲା। ସମସ୍ୟା ଥିଲା ବହୁତ ଗମ୍ଭୀର। ଏହା ତାଙ୍କ କ୍ୟାରିୟରକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା। ଏପରିକି କିଛି ବର୍ଷ ପର୍ଯ୍ୟନ୍ତ କ୍ରିକେଟରୁ ତାଙ୍କୁ ଦୂରେଇ ରହିବାକୁ ପଡ଼ିଥିଲା। ସେତେବେଳେ ଇର୍ଫାନ ପଠାନ, ଦୀନେଶ କାର୍ତ୍ତିକ, ପାର୍ଥିବ ପଟେଲଙ୍କ ଭଳି ଖେଳାଳି ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ଥିଲେ। ୩୬ ବର୍ଷୀୟ ବାଲଥାଟି ଏବେ ସ୍ପୋଟର୍‌ସ କୋଟା ଜରିଆରେ ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଛନ୍ତି। ପୂର୍ବତନ କ୍ରିକେଟର ବର୍ତ୍ତମାନ କମ୍ପାନୀ ପାଇଁ କ୍ରିକେଟ ଖେଳୁଛନ୍ତି। କିନ୍ତୁ ମୋହାଲିର ସେହି ରାତିକୁ ଭୁଲି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri