ହୃଦ୍‌ଘାତରେ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୫ା୯-ସ୍ତ୍ରୀ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ଜଣେ କଏଦୀଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ନକୁଳ ସାହୁ (୩୫)ା ତାଙ୍କ ଘର ହିଞ୍ଜିଳିକାଟୁ ଥାନା ଦୁର୍ବନ୍ଧ ଡେରା ସାହି ବୋଲି ମେଡିକାଲ ଫାଣ୍ଡି ପୋଲିସ ସୂଚନା ଦେଇଛି। ଭୋର ୪ଟାରେ ନକୁଳ ମଣ୍ଡଳ କାରାଗାରରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ନଂ. ୪୮୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୂର୍ବରୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ମା’ ଅକର୍ମଣ୍ୟ। ଭାଇ ମୁମ୍ବାଇରେ କାମ କରୁଛନ୍ତି। ପୋଲିସ ଗ୍ରାମ ଭଦ୍ରଲୋକ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅପରାହ୍ନରେ ତାଙ୍କ ମୃତଦେହ ପଞ୍ଚନାମା କରିଥିବା କହିଛି।
ପ୍ରକାଶ ଯେ, ୨୦୧୪ରେ ନକୁଳ କୌଣସି କାରଣରୁ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ହିଞ୍ଜିଳିକାଟୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲାର ବିଚାର ବେଳେ ମାଜିଷ୍ଟ୍ରେଟ ଉପଯୁକ୍ତ ପ୍ରମାଣକୁ ଆଧାର କରି ୨୦୧୫ ସେପ୍ଟେମ୍ବର ୧୯ରେ ଜେଲ ପଠାଇଥିଲେ। ପ୍ରଥମେ ତାଙ୍କୁ ଛତ୍ରପୁର ଉପ କାରଗାରାରେ ରଖାଯାଇଥିଲା। ପରେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇବାରୁ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ୨୦୧୬ ଜୁଲାଇ ୨୮ରେ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେଲା ଗଞ୍ଜାମରେ ଟିକାକରଣ ବନ୍ଦ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାରେ ଦୁଇ ଦିନ ଧରି ଟିକାକାରଣ ବନ୍ଦ ରହିଛି ।...

ସୁନ୍ଦର ହେବ ବ୍ରହ୍ମପୁର: ପୋଷ୍ଟର୍‌ ଚିରା ଅଭିଯାନରେ ସାମିଲ ହୋଇ ଜିଲାପାଳ କହିଲେ ‘ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବ୍ରହ୍ମପୁର ଅଫିସ୍‌, ୨୮।୭: ଗଞ୍ଜାମ ଜିଲା ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ଚାଲିଛି । ଏଥିରେ ସହରର ବୁଦ୍ଧିଜୀବୀ ଏବଂ ବିଭିନ୍ନ...

ଗଞ୍ଜାମ ଷ୍ଟେଟ୍‌ ବ୍ୟାଙ୍କ ବାହାରେ ଗ୍ରାହକଙ୍କ ପ୍ରବଳ ଗହଳି,ରହୁନି ସାମାଜିକ ଦୂରତା

ଗଞ୍ଜାମ, ୨୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛ। ଫଳରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏଥିପାଇଁ ଜିଲା...

୫ଟି ଅଭିଯାନରେ ଯୋଗଦେଲେ ଜିଲାପାଳ: କନ୍ୟାସନ୍ତାନଙ୍କ ସୁରକ୍ଷା ପ୍ରତି ଦେଲେ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୧।୧୧: କନ୍ୟାସନ୍ତାନଙ୍କ ସଂଖ୍ୟାବୃଦ୍ଧି, ସେମାନଙ୍କ ସୁରକ୍ଷା, ଗୁଣିଗାରେଡ଼ି ବିରୋଧରେ ସଚେତନତା ଏବଂ ଚିକିତ୍ସାଳୟଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଭିଯାନରେ ଗୁରୁବାର ସାମିଲ...

ଭଗବାନପୁରରେ ୧୦ ବଖରା ଜଳିଗଲା

ବୁଗୁଡ଼ା,୭ା୩(ଡି.ଏନ.ଏ.): ବୁଗୁଡ଼ା ଥାନା ଭଗବାନପୁର ଗ୍ରାମରେ ଶୁକ୍ରବାର ମଧ୍ୟରାତିରେ ଅଗ୍ନିକାଣ୍ଡ ଘଟି ୮ ପରିବାରଙ୍କ ୧୦ ବଖରା ଜଳିଯାଇଛି। ଏଥିରେ କେହି ଆହତ ହୋଇ ନଥିବା...

ଚୌଧୁରୀଟିକରପଡାକୁ ଶଟ୍‌ଡାଉନ୍‌ କଲା ପ୍ରଶାସନ

ଦିଗପହଣ୍ଡି,୨୮ା୫(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଚୌଧୁରୀଟିକରପଡ଼ା ସରପଞ୍ଚ ସଞ୍ଜୁକ୍ତା ଚଣ୍ଡଙ୍କ ଅନୁରୋଧକ୍ରମେ ସମଗ୍ର ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପଞ୍ଚାୟତ ଅଧୀନ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଶେରଗଡ,୭ା୧୨(ଡି.ଏନ୍‌.ଏ.)-ଶେରଗଡ ବ୍ଲକ ଅଣ୍ଡରାସିଂହ ଗ୍ରାମର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଭାରତୀ ନାୟକ (୨୧)। ଖବର ପାଇ...

୩ ବାତ୍ୟା ଆଶ୍ରୟସ୍ଥଳୀ ରାଜ୍ୟସ୍ତରରେ ପୁରସ୍କୃତ :  ଜିଲାପାଳଙ୍କୁ ଭେଟିଲେ କମିଟି ସଦସ୍ୟ

ଛତ୍ରପୁର,୩ା୧୧(ଡି.ଏନ.ଏ.)-ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୩ ବାତ୍ୟା ଆଶ୍ରୟସ୍ଥଳୀକୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ...

Advertisement


Archives

Model This Week