ହୁଗୁଳା ଉନ୍ନୟନ

ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଏହାକୁ ହିଁ ଉନ୍ନୟନ ବୋଲି କୁହାଯାଏ । ଏଥିରେ ଖିଲାପ ହେଲେ ପ୍ରଶାସନ ବାଟ ହୁଡୁଛି ବୋଲି ସମାଲୋଚନା କରାଯାଏ । ବିଶେଷ କରି ସାଧାରଣ ନିର୍ବାଚନ ପରର ଚିତ୍ରକୁ ପର୍ଯ୍ୟାଲୋଚନା କରାଗଲେ ନୂଆପଡା ଜିଲାରେ ବିକାଶ ଯେମିତିକି ଦିଗହରା ହୋଇପଡିଥିବା ପରିଲକ୍ଷିତ ହେଉଛି । ପ୍ରଥମେ ସ୍ବାସ୍ଥ୍ୟ କଥା ଯଦି ବିଚାରକୁ ନିଆଯାଏ ତେବେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସୁଉଚ୍ଚ ଅଟ୍ଟାଳିକା ସବୁ ଅଛି । ହେଲେ ଆବଶ୍ୟକ ଡାକ୍ତର ନାହାନ୍ତି । ଯେଉଁମାନେ ବି ଅଛନ୍ତି ସେମାନେ କେବଳ କାଗଜକଲମରେ କାମ କରୁଛନ୍ତି । ପ୍ରକୃତ ପକ୍ଷେ ସେମାନେ ଏଠି ହାଜିରା ମାରି ରାଜଧାନୀରେ ଯାଇ ବ୍ୟବସାୟ କରୁଛନ୍ତି । ଗରିବ ଖଟିଖିଆ ସରକାରୀ ମୁକ୍ତ ସେବା ପାଇବା ବଦଳରେ ଗହଣା ଓ ଜମି ବିକି ସେବା କିଣୁଛନ୍ତି। ଗମନାଗମନ କଥା ହିସାବକୁ ନିଆଗଲେ ଏଠାରେ ବହୁ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠିକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇପାରୁନାହିଁ। ସୁନାବେଡା ଉପତ୍ୟକା ଭଳି ଜାଗାରେ ୧୨ଟି ପ୍ରଧାନମନ୍ତ୍ରୀ ସଡ଼କ ଅଧାପନ୍ତରିଆ ହୋଇ ୫ ବର୍ଷ ହେଲା ପଡିରହିଛି । କେବଳ ନେତା ପୋଷା ନୀତିରେ ଛୋଟକାଟିଆ ରାସ୍ତା ତିଆରିରେ ପ୍ରଶାସନ ମୁଣ୍ଡ ଖେଳାଇ ବହୁ କୋଟି ଟଙ୍କା ଶେଷ କରୁଛି। ଦୁର୍ଗମ ଅଞ୍ଚଳରେ ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି । ବିଦ୍ୟୁତ୍‌ ସେବା ଜିଲାରେ ଅଧାପନ୍ତରିଆ ହୋଇପଡିଛି। ସୁନାବେଡା ଉପତ୍ୟକାରେ ଥିବା ୫୨ଟି ଛୋଟବଡ ଗାଁକୁ ବିଦ୍ୟୁତ୍‌ ସେବା ଅପହଞ୍ଚ ହୋଇଛି । ରୋଜଗାର କଥା କହିଲେ ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ । ଏହା ଏକ ଦାଦନ ପ୍ରବଣ ଜିଲା ହେତୁ ଲୋକଙ୍କୁ ରୋଜଗାର ଗ୍ୟାରେଣ୍ଟି ଦେବାକୁ ସରକାର ଏଠାରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ସଶକ୍ତ କରିଥିବା କୁହାଯାଉଛି। ହେଲେ ସବୁ ଯୋଜନା ଫେଲ ମାରିଛି ।
ଏଠାରୁ ଦିନକୁ ଦିନ ଦାଦନ ଚାଲାଣ ସଂଖ୍ୟା ବଢିଚାଲିଛି । ଗତ ନଭେମ୍ବର ସୁଦ୍ଧା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଜିଲାବ୍ୟାପୀ ୪ କୋଟି ଟଙ୍କାର ମଜୁରି ଟଙ୍କା ବକେୟା ପଡିଛି । ଲୋକେ କାମ କରି ମଜୁରି ଟଙ୍କା ନ ମିଳିବାରୁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିଗଲେଣି । ଜିଲାରୁ ଗତବର୍ଷ ୨୦ହଜାର ପରିବାର ଦାଦନ ଖଟିଯାଇଥିବାବେଳେ ଚଳିତବର୍ଷ ଏହା ୩୦ ହଜାରକୁ ଟପିଗଲାଣି। ସେହିଭଳି ଚାଷୀଙ୍କୁ ସହାୟତା କଥା କହିଲେ ତେଲିଆ ମୁଣ୍ଡରେ ତେଲ ସଦୃଶ ପ୍ରକୃତ ଚାଷୀଙ୍କୁ ଟଙ୍କା ମିଳୁନାହିଁ। ଧାନ କିଣାବେଳେ ପ୍ରଶାସନର ନାକତଳେ ମିଲର୍ସମାନେ ଦାଦାଗିରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। କଟନି ଛଟନି ଯୋଗୁ ଚାଷୀଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ କରାଯାଉଛି। ଜିଲାକୁ ନାଁକୁ ମାତ୍ର ମାସକରେ ଜଣେ ଦୁଇଜଣ ମନ୍ତ୍ରୀ ବୁଲି ଆସୁଛନ୍ତି। ଗୋଟିଏ ଦୁଇଟି ସରକାରୀ ବେସରକାରୀ ସ୍କୁଲ ଘୂରି ବୁଲୁଛନ୍ତି। ତାଙ୍କ ଦଳୀୟ ବିଧାୟକଙ୍କ ଘରେ ଜଳପାନ କରି ପର୍ଯ୍ୟଟନସ୍ଥଳୀ ବୁଲି ଦେଖି ରାଜଧାନୀକୁ ଫେରିଯାଉଛନ୍ତି। ଏଥିରେ ଉନ୍ନୟନ କଥା କିଏ କାହିଁକି ଚିନ୍ତାକରିବ ବୋଲି ଏଠାରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦ା୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ...

ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଧୋବାଡି ପାଟପୁର ଗ୍ରାମରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ ସେହି ଗ୍ରାମର...

ଘରେ ପଶି ନାବାଳିକାଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବକ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି...

କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ: ଗୋପ ବ୍ଲକରୁ ଫେରିବ ୬୧୧ ଆବାସ ଗୃହ

ଗୋପ, ୧୦।୯(ଡି.ଏନ୍‌.ଏ.)-ଗୋପ ବ୍ଲକ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ଆବାସ ଗୃହ ଫେରିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆବାସ ଯୋଜନା ଗୃହ ପାଇଁ ବ୍ଲକ୍‌...

ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୁଆମରା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଜଣେ ଛାତ୍ର ଟିସି ନେବା ଘଟଣାକୁ ନେଇ କଲେଜ ପରିସରରେ...

ସାଇକେଲରେ ବୁହା ହେଉଛି ଅଳିଆ

କେନ୍ଦୁଝର ପୌରପାଳିକା କେନ୍ଦୁଝର,୧୮।୪(ସ୍ବ.ପ୍ର.)କେନ୍ଦୁଝର ଜିଲା ମୁଖ୍ୟାଳୟ ତଥା ପୌରପାଳିକାରେ ସାଇକେଲରେ ବୁହା ହେଉଛି ଅଳିଆ। ମଇଳା ଆବର୍ଜନା ସଫେଇ ପାଇଁ ଠିକ ସଂସ୍ଥା ଜରିଆରେ ଲକ୍ଷରୁ...

ଜିଲାସ୍ତରୀୟ ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ ପାଳିତ

ପୁରୀ ଅଫିସ, ୩ା୧୦: ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ...

ମାଟିରେ ମିଶିଲା ମାଫିଆଙ୍କ ଘର

ଖୋର୍ଦ୍ଧା ଅଫିସ,୧୯ା୧୦: ଖୋର୍ଦ୍ଧାରେ ଡ୍ରଗ୍ସ କାରବାର ମୂଳପୋଛ କରିବାକୁ ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ସହରର ତିନୋଟି ସ୍ଥାନରେ ୩ ଡ୍ରଗ୍ସ ମାଫିଆଙ୍କ ଘର...

Advertisement
Archives

Model This Week