ହୁଗୁଳା ଉନ୍ନୟନ

ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଏହାକୁ ହିଁ ଉନ୍ନୟନ ବୋଲି କୁହାଯାଏ । ଏଥିରେ ଖିଲାପ ହେଲେ ପ୍ରଶାସନ ବାଟ ହୁଡୁଛି ବୋଲି ସମାଲୋଚନା କରାଯାଏ । ବିଶେଷ କରି ସାଧାରଣ ନିର୍ବାଚନ ପରର ଚିତ୍ରକୁ ପର୍ଯ୍ୟାଲୋଚନା କରାଗଲେ ନୂଆପଡା ଜିଲାରେ ବିକାଶ ଯେମିତିକି ଦିଗହରା ହୋଇପଡିଥିବା ପରିଲକ୍ଷିତ ହେଉଛି । ପ୍ରଥମେ ସ୍ବାସ୍ଥ୍ୟ କଥା ଯଦି ବିଚାରକୁ ନିଆଯାଏ ତେବେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସୁଉଚ୍ଚ ଅଟ୍ଟାଳିକା ସବୁ ଅଛି । ହେଲେ ଆବଶ୍ୟକ ଡାକ୍ତର ନାହାନ୍ତି । ଯେଉଁମାନେ ବି ଅଛନ୍ତି ସେମାନେ କେବଳ କାଗଜକଲମରେ କାମ କରୁଛନ୍ତି । ପ୍ରକୃତ ପକ୍ଷେ ସେମାନେ ଏଠି ହାଜିରା ମାରି ରାଜଧାନୀରେ ଯାଇ ବ୍ୟବସାୟ କରୁଛନ୍ତି । ଗରିବ ଖଟିଖିଆ ସରକାରୀ ମୁକ୍ତ ସେବା ପାଇବା ବଦଳରେ ଗହଣା ଓ ଜମି ବିକି ସେବା କିଣୁଛନ୍ତି। ଗମନାଗମନ କଥା ହିସାବକୁ ନିଆଗଲେ ଏଠାରେ ବହୁ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠିକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇପାରୁନାହିଁ। ସୁନାବେଡା ଉପତ୍ୟକା ଭଳି ଜାଗାରେ ୧୨ଟି ପ୍ରଧାନମନ୍ତ୍ରୀ ସଡ଼କ ଅଧାପନ୍ତରିଆ ହୋଇ ୫ ବର୍ଷ ହେଲା ପଡିରହିଛି । କେବଳ ନେତା ପୋଷା ନୀତିରେ ଛୋଟକାଟିଆ ରାସ୍ତା ତିଆରିରେ ପ୍ରଶାସନ ମୁଣ୍ଡ ଖେଳାଇ ବହୁ କୋଟି ଟଙ୍କା ଶେଷ କରୁଛି। ଦୁର୍ଗମ ଅଞ୍ଚଳରେ ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି । ବିଦ୍ୟୁତ୍‌ ସେବା ଜିଲାରେ ଅଧାପନ୍ତରିଆ ହୋଇପଡିଛି। ସୁନାବେଡା ଉପତ୍ୟକାରେ ଥିବା ୫୨ଟି ଛୋଟବଡ ଗାଁକୁ ବିଦ୍ୟୁତ୍‌ ସେବା ଅପହଞ୍ଚ ହୋଇଛି । ରୋଜଗାର କଥା କହିଲେ ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ । ଏହା ଏକ ଦାଦନ ପ୍ରବଣ ଜିଲା ହେତୁ ଲୋକଙ୍କୁ ରୋଜଗାର ଗ୍ୟାରେଣ୍ଟି ଦେବାକୁ ସରକାର ଏଠାରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ସଶକ୍ତ କରିଥିବା କୁହାଯାଉଛି। ହେଲେ ସବୁ ଯୋଜନା ଫେଲ ମାରିଛି ।
ଏଠାରୁ ଦିନକୁ ଦିନ ଦାଦନ ଚାଲାଣ ସଂଖ୍ୟା ବଢିଚାଲିଛି । ଗତ ନଭେମ୍ବର ସୁଦ୍ଧା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଜିଲାବ୍ୟାପୀ ୪ କୋଟି ଟଙ୍କାର ମଜୁରି ଟଙ୍କା ବକେୟା ପଡିଛି । ଲୋକେ କାମ କରି ମଜୁରି ଟଙ୍କା ନ ମିଳିବାରୁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିଗଲେଣି । ଜିଲାରୁ ଗତବର୍ଷ ୨୦ହଜାର ପରିବାର ଦାଦନ ଖଟିଯାଇଥିବାବେଳେ ଚଳିତବର୍ଷ ଏହା ୩୦ ହଜାରକୁ ଟପିଗଲାଣି। ସେହିଭଳି ଚାଷୀଙ୍କୁ ସହାୟତା କଥା କହିଲେ ତେଲିଆ ମୁଣ୍ଡରେ ତେଲ ସଦୃଶ ପ୍ରକୃତ ଚାଷୀଙ୍କୁ ଟଙ୍କା ମିଳୁନାହିଁ। ଧାନ କିଣାବେଳେ ପ୍ରଶାସନର ନାକତଳେ ମିଲର୍ସମାନେ ଦାଦାଗିରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। କଟନି ଛଟନି ଯୋଗୁ ଚାଷୀଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ କରାଯାଉଛି। ଜିଲାକୁ ନାଁକୁ ମାତ୍ର ମାସକରେ ଜଣେ ଦୁଇଜଣ ମନ୍ତ୍ରୀ ବୁଲି ଆସୁଛନ୍ତି। ଗୋଟିଏ ଦୁଇଟି ସରକାରୀ ବେସରକାରୀ ସ୍କୁଲ ଘୂରି ବୁଲୁଛନ୍ତି। ତାଙ୍କ ଦଳୀୟ ବିଧାୟକଙ୍କ ଘରେ ଜଳପାନ କରି ପର୍ଯ୍ୟଟନସ୍ଥଳୀ ବୁଲି ଦେଖି ରାଜଧାନୀକୁ ଫେରିଯାଉଛନ୍ତି। ଏଥିରେ ଉନ୍ନୟନ କଥା କିଏ କାହିଁକି ଚିନ୍ତାକରିବ ବୋଲି ଏଠାରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri