Posted inଖେଳ

ହିରୋ ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସି ୧୫ ବର୍ଷରୁ କମ୍‌ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର,୨୨।୧(ସ୍ପୋର୍ଟ୍ସ ବ୍ୟୁରୋ)- ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ହିରୋ ଜୁନିୟର ଲିଗ୍‌ ୨୦୧୯-୨୦ରେ ଓଡ଼ିଶା ଏଫ୍‌ସିର ୧୫ ବର୍ଷରୁ କମ୍‌ ବାଳକ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଷ୍ଟାଡିୟମର ୨ ନମ୍ବର ଟ୍ରେନିଂ ପିଚ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୨-୧ ଗୋଲ୍‌ରେ କନ୍‌ସିଏଣ୍ଟ ଫୁଟବଲ୍‌କୁ ପରାସ୍ତ କରିଛି। ଓଡ଼ିଶା ତରଫରୁ ୟାସହାସ ଶରିନ ଓ ନିର୍ମାନ୍ୟୁ ସିଂ ଅଟ୍ରି ଗୋଲ ସ୍କୋର କରିଥିଲେ। ଅପରପକ୍ଷରେ କନ୍‌ସିଏଣ୍ଟ ତରଫରୁ ହର୍ଷ ମୋଟଓ୍ବାନୀ ଏକମାତ୍ର ଗୋଲ ଦେଇଥିଲୋ। ସପ୍ତମ ମିନିଟ୍‌ରେ ଶରିନ ଗୋଲ ଦେଇ ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ଏହାପରେ ୩୯ତମ ମିନିଟ୍‌ରେ ନିର୍ମାନ୍ୟୁ ଗୋଲ ଦେଇ ଦଳକୁ ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଅଗ୍ରଣୀ କରାଇଥିଲେ। ଓଡ଼ିଶା ଏଫ୍‌ସି ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଆସନ୍ତା ୨୭ ତାରିଖରେ ପଞ୍ଜାବ ଫୁଟବଲ କ୍ଲବ୍‌କୁ ଭେଟିବ। ଓଡ଼ିଶା ସହିତ ସୁଭେଡା ଫୁଟବଲ କ୍ଲବ ଓ ୟୁନାଇଟେ ପଞ୍ଜାବ ଫୁଟବଲ କ୍ଲବ୍‌ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁରୋକପ୍‌ ଫାଇନାଲରେ ଇଟାଲୀ: ପେନାଲ୍ଟିରେ ହାରିଲା ସ୍ପେନ୍‌

ଲଣ୍ଡନ,୮।୭: ଇଟାଲୀ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି...

ଧୋନୀଙ୍କୁ ସାଲ୍ୟୁଟ୍‌ କଲେ କଟ୍ରେଲ

ନୂଆଦିଲ୍ଲୀ,୨୯।୭(ପିଟି)- ଓ୍ବେଷ୍ଟଇଣ୍ଡିଜ ପେସର ଶେଲ୍ଡନ କଟ୍ରେଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ ଏବେ...

ଫିଲ୍ମ ଷ୍ଟାଇଲ୍‌ରେ ପ୍ରେମିକାଙ୍କୁ ପ୍ରପୋଜ୍‌

ନୂଆଦିଲ୍ଲୀ,୪।୧୧: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଭଳି ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ଟିମ୍‌ର କ୍ରିକେଟର। ବିଶେଷକରି ସେମାନଙ୍କ ଲଭ୍‌ ଲାଇଫ୍‌ ଖବର ଶିରୋନାମା...

ଟେଷ୍ଟ କ୍ରିକେଟରୁ ଅମିରଙ୍କ ସନ୍ନ୍ୟାସ

କରାଚୀ,୨୬।୭(ପିଟି)- ପାକିସ୍ତାନର ବାମହାତୀ ପେସର ମହମ୍ମଦ ଅମିର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୀମିତ ଓଭର ଫର୍ମାଟକୁ ଅଧିକ ଗୁରୁତ୍ୱ ଦେବା ଲାଗି...

ଚଳିତ ଦଶନ୍ଧିର ପ୍ରଥମ ଶତକ ହାସଲକାରୀ ଲାବୁସାନ

ସିଡ୍‌ନୀ,୩।୧- ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନ ଚଳିତବର୍ଷ ତଥା ଦଶନ୍ଧିର ପ୍ରଥମ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ତଥା ଅନ୍ତିମ...

ବିଗ୍‌ ବାସ୍‌ ଲିଗ୍‌: ଗୋଟିଏ ଦିନରେ ୨ଟି ହ୍ୟାଟ୍ରିକ

ଆଡିଲେଡ୍‌,୯।୧- ଗୋଟିଏ ଦିନରେ ଦୁଇଜଣ ବୋଲରଙ୍କୁ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ମିଳିଛି। ଅଷ୍ଟ୍ରେଲିଆର ଘରୋଇ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଆଫଗାନିସ୍ତାନ...

ଏସିଆନ ବିଚ୍‌ ଗେମ୍ସ ସ୍ଥଗିତ

କୁଏତ୍‌ ସିଟି, ୧୨ା୭ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ଶନିବାର ୬ଷ୍ଠ ଏସିଆନ ବିଚ୍‌ ଗେମ୍ସକୁ ସ୍ଥଗତି ରଖିଛି।...

୩ ଇନିଂସ ଆଧାରରେ କୋହଲିଙ୍କୁ ବାଦ୍‌ ଦିଆଯାଇପାରିବ ନାହିଁ; ଅଧିନାୟକଙ୍କ ସମର୍ଥନରେ ବାହାରି କିଛି ଏପରି କହିଲେ…

ଲଣ୍ଡନ,୨୫।୮: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ଲର୍ଡସରେ ଖେଳାଯାଇଥିବା...

Advertisement
Archives

Model This Week