ହିନ୍ଦୋଳ ବନାଞ୍ଚଳରେ ପୁଣି ହାତୀ ଛୁଆ ମୃତ: ୨ ମାସରେ ୪ ମଲେଣି

ରାସୋଳ, ୧୭।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ହାତୀ। ବିଭିନ୍ନ କାରଣରୁ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ବମ୍ପା ସେକ୍ସନ ଅଧୀନ ଭିଙ୍ଗିରା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୬ମାସ ହେବ। ଗତ ଦୁଇମାସ ମଧ୍ୟରେ ଏହା ହେଉଛି ୪ର୍ଥ ଘଟଣା। ବନ ବିଭାଗର ଅବହେଳା ଯୋଗୁ ହାତୀଙ୍କ ଏପରି ଅକାଳ ମୃତ୍ୟୁ ହେଉଥିବାବେଳେ ଏହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ପରିବେଶବିତ୍‌।
ଭିଙ୍ଗିରା ଜଙ୍ଗଲରେ ହାତୀ ଶାବକ ମରିପଡ଼ିଥିବା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ରେଞ୍ଜର ମଧୁସୂଦନ ପାତ୍ର, ଫରେଷ୍ଟର ପ୍ରଶାନ୍ତ ପାଣିଗ୍ରାହୀ, ଖଲିବୋରେଇ ଫରେଷ୍ଟର ବିକ୍ରମ ସେଠୀ, ଖଜୁରିଆକଟା ପ୍ରାଣୀଧନ ଚିକିତ୍ସକ ବାଣୀକାନ୍ତ ଖଟୁଆ ସଦଳବଳ ପହଞ୍ଚତ୍ଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏ ନେଇ ଡିଏଫ୍‌ଓ ସୁଦର୍ଶନ ପାତ୍ର କୁହନ୍ତି, ହାତୀ ଶାବକର ନାଭିରେ ଘା’ ହୋଇଥିଲା। ସଂକ୍ରମଣରୁ ଏହାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।
ଗିରିଧରପ୍ରସାଦ ପଞ୍ଚାୟତ ଅଞ୍ଚଳରେ ମାସେ ହେଲେ ଏକ ପଲରେ ୧୫ରୁ ଊର୍ଦ୍ଧ୍ୱ ହାତୀ ବ୍ୟାପକ ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ଜରଡ଼ା, ବୁହାଳିପାଳ, ବାବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ଘରଦ୍ୱାର, ଫଳ ବଗିଚା ନଷ୍ଟ କରିବା ସହ ଧାନଚାଉଳ ଖାଇଯାଉଛନ୍ତି। ଉକ୍ତ ହାତୀପଲରେ ୩ଟି ହାତୀ ଛୁଆ ଥିଲେ। ସେଥିରୁ ଗୋଟିଏ ଜୁଲାଇ ୪ରେ ବାଲିସାହି ଅଞ୍ଚଳରେ ପ୍ରାଣ ହରାଇଥିଲା। ଏହାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି। ସେହିପରି କନକାରେ ଅସୁସ୍ଥ ହୋଇପଡ଼ିଥିବା ଏକ ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ତେବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ତାକୁ ଜଙ୍ଗଲକୁ ଛାଡ଼ି ଦିଆଯାଇଥିଲା। ତାଳଗଣ୍ଡା ଗ୍ରାମ ନିକଟରେ ଉକ୍ତ ହାତୀ ଶାବକର ମୃତଦେହ ଠାବ କରାଯାଇଥିଲା। ଗତ ଜୁନ୍‌ ୧୨ରେ ବାଲିମି ଥାନା କଡ଼ଲା ଗ୍ରାମ ଉପକଣ୍ଠ କର୍ଣ୍ଣପୁର ବିଟ୍‌ ଅଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ହିନ୍ଦୋଳ ରେଞ୍ଜରେ ହାତୀମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ବନ ବିଭାଗର ନିଦ ଭାଙ୍ଗୁନାହିଁ। ହାତୀ ଉପଦ୍ରୁତ ଅଞ୍ଚଳରେ ପାଟ୍ରୋଲିଂ କରାଯାଉ ନ ଥିବା ଅଭିଯୋଗ ହେଉଛି। ବନ ବିଭାଗର ଅବହେଳା ଅଞ୍ଚଳରୁ ହାତୀବଂଶ ଲୋପ କରିଦେବ ବୋଲି ପରିବେଶବିତ୍‌ମାନେ କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri