ହିତାଧିକାରୀ ଚୟନ ପ୍ରକ୍ରିୟାରେ ପାତରଅନ୍ତର ଅଭିଯୋଗ: ପୌରପାଳିକା ଘେରାଉ କରିବା ନେଇ କଂଗ୍ରେସର ଦାବିପତ୍ର

ଭଦ୍ରକ ଅଫିସ,୧୩ା୫: ଦେଶରେ ମହାମାରୀ କରୋନା ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁ ଯୋଗ୍ୟ ପରିବାର ରାଶନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଏବେ ନୂତନ ଭାବେ ରାଶନକାର୍ଡ ଦେବାର ବନ୍ଦୋବସ୍ତ କରାଯାଉଛି । ଏଥିନିମନ୍ତେ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ବିଶେଷକରି ଭଦ୍ରକ ପୌରପାଳିକାର ବିଭିନ୍ନ ୱାର୍ଡର ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତିରେ ଏପରି ଅନିୟମିତତା କରାଯାଉଛି। ହିତାଧିକାରୀ ଚୟନ ନିମନ୍ତେ ନିୟୋଜିତ ପୌରପାଳିକା କର୍ମଚାରୀ ଏବଂ ଯୋଗାଣ ବିଭାଗର କର୍ମଚାରୀ କ୍ଷେତ୍ରକୁ ନ ଯାଇ ଅଫିସରେ ବସି ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରୁଛନ୍ତି । ଏହାକୁ ବିରୋଧ କରି ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପ୍ରକୃତଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ପଦକ୍ଷେପ ନ ନେଲେ କଂଗ୍ରେସ ପକ୍ଷରୁ ଏହାକୁ ଘୋର ବିରୋଧ କରାଯିବା ସହିତ ଆବଶ୍ୟକ ପଡ଼ିଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ଚେତାବନୀ ଦେଇଛନ୍ତ। ଏହି ଦାବିପତ୍ର ପ୍ରଦାନ ଅବସରରେ ପୂର୍ବତନ କାଉନସିଲର ଦିଲ୍ଲୀପ ନାୟକ, ନଗର କଂଗ୍ରେସ କମିଟି ସଭାପତି ଅବଦୁଲ ମୋକିତ ଖାଁ, ପୂର୍ବତନ କାଉନସିଲର ଅସରଫ୍‌ ଅଲ୍ଲୀ, ସେକ୍‌ ସମଦାନୀ, ଗୁଲାମ ମଇଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ, ସୁପ୍ତ ପ୍ରତିଭା ଜାଗ୍ରତ କରିବା ମହୋତ୍ସବର ଲକ୍ଷ୍ୟ

ଅନୁଗୋଳ ଅଫିସ୍‌, ୧୨।୨ – ଅନୁଗୋଳ ଷ୍ଟାଡିୟମଠାରେ ମଙ୍ଗଳବାର ୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ...

ତାମିଲନାଡ଼ୁରେ ନିର୍ଯାତନା ଅଭିଯୋଗ ଆଣିଲେ ବରଗଡ଼ର ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୪।୫-: ଲକ୍‌ ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି । ଘରକୁ ଫେରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ି ଥିବାବେଳେ ଭୋକ,...

୪.୪୨ କୋଟି ଟଙ୍କାର ନୂଆ ବସ୍‌ଷ୍ଟାଣ୍ଡ ଅଲୋଡ଼ା

ନୟାଗଡ଼ ଅଫିସ,୭।୪: ପୁଣି ଅଲୋଡ଼ା ହୋଇଛି ନୂଆ ବସ୍‌ଷ୍ଟାଣ୍ଡ। ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡକୁ ବସ୍‌ ଯିବା ବନ୍ଦ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି...

ସ୍ବାମୀଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କଲେ ସ୍ତ୍ରୀ

ଝାରବନ୍ଧ,୧୮ା୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ କୁସୁମଦର୍ହା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ସମାରୀ ବରିହା(୩୨)...

କୃତ୍ରିମ ହ୍ରଦ ପାଲଟିଛି ଚୋରଦା କାଳୀ ମେଲଣ ପଡିଆ

ଯାଜପୁର ରୋଡ,୩୦-୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ୯ ନମ୍ବର ୱାର୍ଡରେ ଥିବା କାଳୀ ମେଲଣ ପଡ଼ିଆ ଶୋଚନୀୟ ହୋଇପଡିଛି। ଏହା ସହରର ମୁଖ୍ୟ ପଡିଆ ହୋଇଥିବାରୁ...

ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା, ୨ ଗିରଫ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ କଇମ ନିକଟସ୍ଥ କୁବେରେଶ୍ୱର ମନ୍ଦିରରେ ଏପ୍ରିଲ୍‌ ୪ରେ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ବୁଗୁଡ଼ା ପୋଲିସ ଶନିବାର ଏହି ଘଟଣାରେ...

ମାଲକାନଗିରିରେ ଖୋଲିଲା ଧାନମଣ୍ଡି

ମାଲକାନଗିରି,୩୦ା୧୧(ଡି.ଏନ୍‌.ଏ.): ସୋମବାର ମାଲକାନଗିରି ଜିଲାରେ ଚାଷୀମାନଙ୍କ ନିକଟରୁ ଧାନ କିଣିବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି। ସଦର ମହକୁମା ନିୟନ୍ତ୍ରିତ ବଜାର...

ଅଭିଯୁକ୍ତ ଶ୍ରୀକୃଷ୍ଣଙ୍କ ଲାଗି କଠୋର ଜାମିନ ସର୍ତ୍ତ

ଛତ୍ରପୁର,୭ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢ଼ୀଙ୍କ ତରଫରୁ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ...

Advertisement
Archives

Model This Week