ହିତାଧିକାରୀଙ୍କୁ ମାଗଣାରେ ଡାଲି, ଚାଉଳ ସହାୟତା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ବିନାମୂଲ୍ୟରେ ତିନି ମାସ ପାଇଁ ଦିଆଯିବ। ଏପ୍ରିଲ୍‌, ମେ ଓ ଜୁନ୍‌ ମାସ ପାଇଁ ଏହି ଚାଉଳ ବଣ୍ଟନ କରାଯିବ। ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ତିନି ମାସର ଚାଉଳ ସହିତ ପରିବାର ପିଛା ମାସକୁ ଏକ କିଲୋ ହରଡ଼ ଡାଲି ୩ ମାସ ପାଇଁ ବିନାମୂଲ୍ୟରେ ଯୋଗାଇଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏଥିନିମନ୍ତେ ତୁରନ୍ତ ଚାଉଳ ଓ ଡାଲି ଉଠାଣ ଓ ପରିବହନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନାରେ ରାଜ୍ୟର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ପ୍ରାୟ ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀ ଉପକୃତ ହେବେ। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୮୦ ଲକ୍ଷ ୨୬ ହଜାର ୩୭୫ଟି ପରିବାରର ପ୍ରାୟ ୨ କୋଟି ୮୬ ଲକ୍ଷ ୬ ହଜାର ୨୩୯ ଜଣ ହିତାଧିକାରୀ ଉପକୃତ ହେବେ। ସେହିଭଳି ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୧୨ ଲକ୍ଷ ୫୯ ହଜାର ୧୮୧ ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ। ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କି.ଗ୍ରା ଲେଖାଏ ଚାଉଳ ତିନି ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ରାଶନକାର୍ଡଧାରୀମାନଙ୍କୁ ୩ ମାସ ପାଇଁ ଯୋଗାଇ ଦିଆଯାଉଥିବା ଚାଉଳ ସହିତ ଅତିରିକ୍ତ ଭାବେ ଏହି ଚାଉଳ ଓ ଡାଲି ମାଗଣାରେ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ବ୍ୟବହାର କରିବାକୁ ଅନୁରୋଧ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନାର ନୂଆ ସଂକ୍ରମଣ ଏବେ ଚିନ୍ତା ବଢାଉଛି। ତେବେ ରାଜ୍ୟରେ କୋଭିଡ ମୁକାବିଲା ନେଇ ପ୍ରସ୍ତୁତି ଚାଲିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର...

ବଢ଼ିଲା ସୁନା, ରୁପା ଦର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଧନ ତ୍ରୟୋଦଶୀ ବା ଧନ୍‌ ତେରସ୍‌ରେ ସୁନା ଓ ରୂପା କିଣିଲେ ଘରକୁ ଲକ୍ଷ୍ମୀଙ୍କ ବିରାଜମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ...

ସାବୁନ କାରିଗର ସତ୍ୟବ୍ରତ: ପ୍ରସ୍ତୁତ କରୁଛନ୍ତି ଦେବଦେବୀ, ପଶୁପକ୍ଷୀଙ୍କ କଳାକୃତି

ଖୋର୍ଦ୍ଧା ଅଫିସ,୨୧ା୬: ଶରୀରର ସୌନ୍ଦର୍ଯ୍ୟ ଲାଗି ଆମେ ଭଳିକି ଭଳି ସାବୁନ ବ୍ୟବହାର କରିଥାଉ। ତେବେ ସାବୁନର ବ୍ୟବହାର କରାଯାଇ ଅତି ସୁନ୍ଦର ନିଖୁଣ କାରୁକାର୍ଯ୍ୟ...

ବନ୍ଦ ହେବ ଆତ୍ମା

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ):ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଜିଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି (ଡିଆରଡିଏ)କୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇସାରିଛି। ଏବେ କୃଷି ବିଭାଗ...

ପୋଖରୀରେ ପଡ଼ିଥିଲା ବିଷ

ଭୁବନେଶ୍ୱର, ୧୧।୩(ବ୍ୟୁରୋ):ବରଗଡ଼ ବନଖଣ୍ଡ ଅଧୀନ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଅନେକ ମାଛ ମରି କୂଳରେ ଲାଗିଥିଲେ। ଏଥିସହ...

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ। ଏନେଇ ଏଏସ୍‌ଆଇ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି।...

ଅନ୍ଧାରରେ ୯୫ କର୍ମଚାରୀଙ୍କ ଭବିଷ୍ୟତ

କଟକ ଅଫିସ,୨୩ା୮: ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୯୫ଜଣ କର୍ମଚାରୀଙ୍କୁ ନେଇ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏମାନେ ହେଲେ ଦୈନିକ...

କପଡ଼ା ଘେର ଭିତରେ ଉତ୍କଳମଣି

ପୁରୀ ଅଫିସ,୧୫।୯: କିଛିଦିନ ତଳେ ମେଘନାଦ ପାଚେରି କଡରୁ ସମସ୍ତ ନିର୍ମାଣକୁ ପ୍ରଶାସନ ଉଚ୍ଛେଦ କରିଥିଲା। ତେବେ ଏହି ଉଚ୍ଛେଦ ବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

Advertisement
Archives

Model This Week