ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ  ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର, ସମ୍ମାନିତ ଅତିଥି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପଣ୍ଡା, ଚାଇଁପାଳସ୍ଥିତ ସେସୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ପାଣିଗ୍ରାହୀ, ସେସୁର ଏସ୍‌ଡିଓ ମନୋଜ କୁମାର ପାଣି, ତାଳଚେର ଅଗ୍ନିଶମ ଅଧିକାରୀ ତାରାଚାନ୍ଦ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ  ଗୁରୁ ଶଙ୍କର ବାଇଙ୍କ ନିର୍ଦ୍ଦେଶନାରେ ତାଳଚେରର ନୃତ୍ୟ ଅନୁଷ୍ଠାନ ଶଙ୍କର ନୃତ୍ୟାୟନ,  ଅନୀତା ରାଜଗୁରୁଙ୍କ ନିର୍ଦ୍ଦେଶନାରେ ଡଅଁରାର କଳା ବିକାଶ କେନ୍ଦ୍ର, ଗୁରୁ କହ୍ନେୟା ସିଂଙ୍କ ନିର୍ଦ୍ଦେଶନାରେ ଦି କାର୍ନିଭାଲ ଗ୍ରୁପ,  ଗୁରୁ ବିବେକ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପୁରୀର ଚାରୁ ନର୍ତ୍ତନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଗୁରୁ ରାଜେଶ ରାୟଙ୍କ ଦିଗଦର୍ଶନରେ ପୁରୀର ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଏହି ଅବସରରେ ସମସ୍ତ ନୃତ୍ୟାନୁଷ୍ଠାନର ଗୁରୁ ଓ କଳାକାର, ଗଡ଼ସନ୍ତ୍ରୀ ବାଦିଦଣ୍ଡ ଦଳର ମ୍ୟାନେଜର ସୁଜିତ୍‌ ମାଝି,  ଲକେଇପଶି ବାଦିଦଣ୍ଡ ଦଳର ମ୍ୟାନେଜର ବିଜୟ କୁମାର ବେହେରା, ଓଡ଼ିଶାର ସୁନାମଧନ୍ୟ ଗାୟକ ପ୍ରଫେସର  ସୁକାନ୍ତ କୁଣ୍ଡୁଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଶନକାର୍ଡ ଅନିୟମିତତାର ତଦନ୍ତ ପାଇଁ ଓଏଚ୍‌ଆର୍‌ସିଙ୍କୁ ଅଭିଯୋଗ

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଯାଜପୁର ଜିଲାର ଧର୍ମଶାଳା, ବିଞ୍ଝାରପୁର ଓ ଓରେଇ ଆଦି ଅଞ୍ଚଳରେ ଭୂତ କାର୍ଡ ମାଧ୍ୟମରେ ହିତାଧିକାରୀଙ୍କ ସାମଗ୍ରୀ ଓ ଟଙ୍କା ହରିଲୁଟ ହେଉଛି।...

ନିଆଁ ଲାଗି ପୋଡ଼ିଗଲା ୧ହଜାରରୁ ଊର୍ଦ୍ଧ୍ୱ ଧାନ ବସ୍ତା

ଭଦ୍ରକ ଅଫିସ,୯।୧ – ଭଦ୍ରକ ଜିଲା ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଧାନ ଗୋଦାମ ପୋଡି ପାଉଁଶ ହୋଇଯାଇଛି।...

ବାସୁଦେବପୁର ବ୍ଲକ ପରିସରରେ କଂଗ୍ରେସର ଗଣଧାରଣା

ବାସୁଦେବପୁର,୨୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଶନ କାର୍ଡରେ ଅନିୟମିତତା, ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ଲକ...

୨୦୧୭-୧୮ ବର୍ଷରେ ନିର୍ବାଚନ ଚାନ୍ଦା: ବିଜେଡିକୁ ମିଳିଛି ୧୩ କୋଟି ୪ ଲକ୍ଷ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ୧୩ କୋଟି ୪ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଉକ୍ତ ସମୟରେ ମିଳିଥିବା ଦେଶର ସମସ୍ତ...

ବେଆଇନ ରେଲଓ୍ବେ ଟିକେଟ କାରବାର: ୨ ମାସରେ ୬ ର଼୍ୟାକେଟ ଠାବ କରିଛି ଆର୍‌ପିଏଫ୍‌

ବ୍ରହ୍ମପୁର ଅଫିସ,୩୦।୬: ରେଳ ଯାତ୍ରୀଙ୍କୁ ସହଜ ଓ ସୁବିଧାରେ ସମସ୍ତ ସେବା ଯୋଗାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଷ୍ଟେଶନର ଉନ୍ନତୀକରଣ ଠାରୁ ଆରମ୍ଭ କରି...

ତ୍ରିବେଣୀ ମଠ ଛକରେ ବିକ୍ରି ହେଉଛି ଅପମିଶ୍ରିତ ପେଟ୍ରୋଲ, ଡିଜେଲ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ଗଞ୍ଜାମ, ୨୪।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ କିଛିମାସ ହେବ ଅପମିଶ୍ରିତ ଡିଜେଲ ଓ ପେଟ୍ରୋଲ ବିକ୍ରି ହେଉଥିବା ଅଭିଯୋଗ ହେଉଛି l...

କେନାଲରୁ ମଣିଷ ଖପୁରି ଜବତ

ଜଗତ୍‌ସିଂହପୁର ଅଫିସ,୪।୪: ଜଗତ୍‌ସିଂହପୁର ଥାନା ମାର୍କଣପୁର ଅନ୍ତର୍ଗତ ବଡ଼ବାଗ ନିକଟ ଶୁଖିଲା ମାଛଗଁା କେନାଲରୁ ଶନିବାର ଗୋଟିଏ ମଣିଷ ଖପୁରି ଜବତ କରାଯାଇଛି। ଏନେଇ ପୋଲିସ...

ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ, ଆଜି ୮,୮୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୯୨୭ ଜଣ...

Advertisement
Archives

Model This Week