ତାଳଚେର, ୪ା୪(ନି.ପ୍ର.)- ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ଉପସ୍ଥିତିରେ ତାଳଚେର ଉପଜିଲାପାଳ ତଥା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ରଜନୀକାନ୍ତ ସ୍ୱାଇଁ ବୈଠକରେ ଅଧ୍ୟକ୍ଷତା କରି ନିରାଡମ୍ବର ଭାବେ ପୂଜା ପାଳନ କରିବାକୁ ଆଲୋଚନା କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂଜାରେ ଯେପରି କୌଣସି ଶ୍ରଦ୍ଧାଳୁ ଯୋଗ ନ ଦିଅନ୍ତି ସେ ଉପରେ ଗୁରୁତ୍ୱ ଦେଇଥିଲେ । ଯାତ୍ରାରେ କେବଳ ମା’ଙ୍କ ପୂଜକ ଓ ସେବାୟତ ଯୋଗଦେଇ ସାମାଜିକ ଦୂରତା ବଜାୟ ରଖି ପାରମ୍ପରିକ ବିଧି ଅନୁଯାୟୀ ପୂଜା କରିବେ ବୋଲି ନିଷ୍ପତ୍ତି ହୋଇଛି ।
ଚଳିତ ବର୍ଷ ମା’ ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନକୁ ବାରଣ କରାଯାଇଛି । କରୋନା ଭୂତାଣୁ ପ୍ରଭାବ ପ୍ରତିହତ ହେବା ପରେ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ବୈଠକ କରାଯାଇ ମାନସିକଧାରୀଙ୍କ ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ ନିମନ୍ତେ ଦିନ ଧାର୍ଯ୍ୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଯାତ୍ରାରେ କୌଣସି ଦୋକାନ ବଜାର ପଡିବ ନାହିଁ । ସେହିପରି ଚଳିତ ବର୍ଷ ଲୋକ ମହୋତ୍ସବ ମଧ୍ୟ ଆୟୋଜନ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯାତ୍ରା ଦିନ ବିଭିନ୍ନ ଛକ ତଥା ପୀଠକୁ ଯାଇଥିବା ସମସ୍ତ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ କରାଯିବ । ତେଣୁ କରୋନା ପାଇଁ ଜାରି କଟକଣାକୁ ମାନି ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି । ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଉପସ୍ଥିତ ଥିଲେ ।
ହିଙ୍ଗୁଳା ଯାତ୍ରାରେ ଯୋଗ ନ ଦେବାକୁ ପରାମର୍ଶ: ସାମାଜିକ ଦୂରତା ରକ୍ଷା କରିବେ ପୂଜକ, ସେବାୟତ
Posted inଅନୁଗୋଳ, ଆମ ଜିଲା ଖବର View All

ଏପିଓ ଦାୟିତ୍ୱ ସମ୍ଭାଳୁଛନ୍ତି ଜିଆର୍ଏସ୍
ନାଉଗାଁ , ୬।୨ (ସ୍ବ.ପ୍ର.): ଏମ୍ଜିଏନ୍ଆର୍ଇଜିଏସ୍ ମାଧ୍ୟମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟର ସୂଚନା ଓ ତଦାରଖ ବ୍ଲକ ଏପିଓ (ଆଡିସନାଲ୍ ପ୍ରୋଗ୍ରାମ୍ ଅଫିସର୍) କରିଥାନ୍ତି। ଏମ୍ଜିଏନ୍ଆର୍ଇଜିଏସ୍ରେ...

ଘରୁ ବାହାରିଲା ୩୫ ନାଗଛୁଆ
ଧାମନଗର, ୨୭।୬ (ଡି.ଏନ.ଏ.) – ଧାମନଗର ଗୋଖାଦିକି ସାହିର ଲକ୍ଷ୍ମୀଧର ମଳିକଙ୍କ ମାଟିଘରୁ ବୁଧବାର ୩୫ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଦୁଇ ତିନିଦିନ ଧରି...

ବଜ୍ରପାତରେ ମହିଳା ମୃତ, ପରିବାରକୁ କ୍ଷତିପୂରଣ ଦାବି
ଲଖନପୁର, ୨୪।୯(ଡି.ଏନ୍.ଏ.)-ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଭଅଁରଖୋଲ ପଞ୍ଚାୟତ ଠେବରା ଗ୍ରାମର ଜଣେ ମହିଳାଙ୍କ ମଙ୍ଗଳବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସୁରେନ ମୁଣ୍ଡାଙ୍କ...

ଆର୍ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗ: ଏଜେଣ୍ଟଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ, ଥଇଥାନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଆର୍ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆର୍ଟିଓ ପରିସରରେ ବସିବା ପାଇଁ ଏଜେଣ୍ଟମାନଙ୍କ ପକ୍ଷରୁ...

କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ମିଳୁନି ପ୍ରୋତ୍ସାହନ: ଦୁର୍ଦ୍ଦିନରେ କୁମ୍ଭକାର ପରିବାର
(ରାମକୃଷ୍ଣ ସାହୁ) କନିଷି,୩୦ା୫(ଡି.ଏନ.ଏ.)- ବର୍ତ୍ତମାନ ସମୟରେ ମାଟିପାତ୍ରର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବାକୁ ବସିଲାଣି। ଏହାର ସ୍ଥାନ ନେଇଛି ଷ୍ଟିଲ ଓ ପ୍ଲାଷ୍ଟିକ ବାସନକୁଶନ। ଏଭଳି...

ଆଦର୍ଶ ବିବାହ: ଭିନ୍ନକ୍ଷମ ଅଲେଖଙ୍କ ଆଖି ହେବେ ଦମୟନ୍ତୀ
କେନ୍ଦ୍ରାପଡ଼ା, ୨୨ା୮ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଚକ ରଘୁନାଥପୁର ଗ୍ରାମର ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବକ ଅଲେଖ ଚନ୍ଦ୍ର ଜେନାଙ୍କ ସହିତ ସହରର ଅଯୋଦ୍ଧାନଗରସ୍ଥିତ...

ଅଖିମୁଠି ଅନୁକୂଳ
ବାରିପଦା ଅଫିସ, ୨୭ା୪- ଅକ୍ଷୟତୃତୀୟା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସବୁଜ ମୟୂରଭଞ୍ଜ ପକ୍ଷରୁ ଏହାର ସଭାପତି ତଥା ରାଜ୍ୟ କୃଷି ଶିଳ୍ପ ନିଗମ...

୮୦ ବର୍ଷୀୟା ମହିଳାଙ୍କୁୁ ମିଳୁନି ଭତ୍ତା
ବଡ଼ସାହି,୫ା୨(ସ୍ବ.ପ୍ର)-୩୦ ବର୍ଷ ତଳେ ସ୍ବାମୀ ଆର ପାରିକୁ ଚାଲି ଗଲେଣି। ବୟସ ୮୦ ଛୁଇଁଲାଣି ା ଅଣ୍ଟାରେ ବଳ ନ ଥିବା ବେଳେ ଚାଲିବାକୁ ଅକ୍ଷମ...