ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣା: ଡ୍ରିଲ୍‌ ମେଶିନରୁ ଖସି ଠିକା କର୍ମଚାରୀ ମୃତ

ତାଳଚେର,୬ା୫(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣିରେ ମଙ୍ଗଳବାର ଦୁର୍ଘଟଣାରେ ଠିକା କର୍ମଚାରୀ ସୋମେତ ଜମାଡଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଛତିଶଗଡ ରାଜ୍ୟରେ। ଦୁର୍ଘଟଣା ପରେ ମୃତକଙ୍କ ପରିବାରରୁ ଜଣକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଖଣି କର୍ମଚାରୀ, ଠିକା ଶ୍ରମିକମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଫଳରେ କୋଇଲା ଉତ୍ତୋଳନ ସହ ପରିବହନ ବାଧାପ୍ରାପ୍ତ ହୋଇଥିଲା।
କୋଇଲା ଖଣିର ଏକ ପ୍ରାଭଭେଟ ସଂସ୍ଥା ଓଏସ୍‌ଏଲ୍‌ରେ ଡ୍ରିଲ୍‌ ହେଲପର୍‌ ଭାବେ ସୋମେତ କାର୍ଯ୍ୟ କରୁଥିଲେ। ସକାଳେ ଡ୍ରିଲ୍‌ ମେଶିନରୁ ଖସି ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ସ୍ଥାନୀୟ ପୋଲିସ ଓ ଖଣି କର୍ତ୍ତୃପକ୍ଷ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଶ୍ରମିକ ନେତା, ସ୍ଥାନୀୟ ରାଜନେତାମାନଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ଓ ଶୁଦ୍ଧିକ୍ରିୟା ନିମନ୍ତେ ମୋଟ୍‌ ୩୭ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୧ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ବୈଠକରେ ତାଳଚେର ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ପ୍ରଧାନ, ଜିଲା ପରିଷଦ ପୂର୍ବତନ ସଦସ୍ୟ ରାଜେନ୍ଦ୍ର ସିଂହ, ଯୁବ ନେତା ରାଜେଶ ଦାସଙ୍କ ସମେତ ସମସ୍ତ ଶ୍ରମିକ ନେତା ଉପସ୍ଥିତ ଥିଲେ। ଏହାପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦେଇଥିଲା। ଅପରାହ୍ନରେ ଖଣି କାର୍ଯ୍ୟ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ଣ୍ଣ ଦର୍ଶକରେ ବାରବାଟୀ ମ୍ୟାଚ୍‌

କଟକ ଅଫିସ,୧୯।୫: ପୂର୍ଣ୍ଣ ଦର୍ଶକୀୟ ’କ୍ଷମତାରେ ବାରବାଟୀ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଏ ନେଇ ଗୁରୁବାର ବିସିସିଆଇ ପକ୍ଷରୁ ଅନୁମତି ମିଳିଛି। ଜୁନ୍‌ ୧୨ରେ ଭାରତ-ଦକ୍ଷିଣ...

ବର୍ଷାରାଣୀରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୧୩।୨: ରାୟଗଡ଼ା-କୋରାପୁଟ ରାସ୍ତା ସିରିକଣା ତାରିଣୀ ମନ୍ଦିର ନିକଟରେ ଶୁକ୍ରବାର ବିଳମ୍ବତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ ବର୍ଷାରାଣୀରେ ଅଗ୍ନିକାଣ୍ଡ...

ଭାଇରାଲ ଅଡିଓ: ଜଳେଶ୍ୱର ଆଇଆଇସି ନିଲମ୍ବିତ

ବାଲେଶର ଅଫିସ/କଟକ ଅଫିସ, ୧୫।୮: ଜଣେ ବ୍ରାଉନ ସୁଗର ବ୍ୟବସାୟୀଙ୍କ ସହ କଥା ହେଉଥିବାର ଅଡିଓ କ୍ଲିପ ଭାଇରାଲ ଘଟଣାକୁ ନେଇ ବାଲେଶ୍ୱର ଜିଲା ଜଳେଶ୍ବର...

କାଶୀପୁରରେ କୁଆପଥର ବର୍ଷା

ଟିକିରି,୧୮ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ ପ୍ରବଳ କୁଆପଥର ସହ ବର୍ଷା ହୋଇଛି। ଏହି ସମୟରେ ଗୋରଖପୁରଠାରୁ ମାରିଭଟା ପର୍ଯ୍ୟନ୍ତ କୁଆପଥର ସହ...

୨ ହଜାର ଚାରା ବାଣ୍ଟିଲେ ନବଦମ୍ପତି

ସିମୁଳିଆ, ୨୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣୀଗାଁ ଅଞ୍ଚଳରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି...

୨ ଗୃହରକ୍ଷୀଙ୍କ ନାଁରେ ଏସ୍‌ପିଙ୍କୁ ଅଭିଯୋଗ

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ କାର୍ଯ୍ୟରତ ୨ ଗୃହରକ୍ଷୀଙ୍କ ଦାଦାଗିରି ନେଇ ଅଭିଯୋଗ ହୋଇଛି। ଉକ୍ତ ଗୃହରକ୍ଷୀ ଦ୍ୱୟ ଗତ ୧୬ ତାରିଖ ବିଳମ୍ବିତ ରାତିରେ...

ଟ୍ରଲର ଉପରେ କଟୁଛି ଦିନ

ଢେଙ୍କାନାଳ ଅଫିସ, ୨୯।୩ – ଗାଡ଼ି ଗଡ଼ିଲେ ପେଟକୁ ଦିମୁଠା ମିଳେ। ପରିବାର ଚଳେ। ଗାଡ଼ି ବନ୍ଦ ତ ଦାନାପାଣି ସବୁ ବନ୍ଦ। ପରିବାରକୁ ପଛକରି...

ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ଓଲଟିଲା ଅଟୋ: ୩ ମୃତ

ଅନୁଗୋଳ ଅଫିସ,୧୯ା୨: ଅନୁଗୋଳ ଜିଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଜାଗର ଯାତ୍ରାରୁ...

Advertisement
Archives

Model This Week