ହିଂସାକୁ ନେଇ ଜାତିସଂଘର ଉଦ୍‌ବେଗ

ଜାତିସଂଘ,୧୯।୧୨(ପି.ଟି): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଭାରତରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାରୁ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ଏହାକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତା ପ୍ରକଟ କରିବା ସହ ମତାମତ ଦେବାର ଅଧିକାରକୁ ସମ୍ମାନ ଜଣାଇବା ଲାଗି ଆହ୍ବାନ ଦେଇଛନ୍ତି। ସିଏଏ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ୨୦୧୪ ଡିସେମ୍ବର ପୂର୍ବରୁ ଭାରତରେ ଆସି ରହିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଏହାକୁ ଦେଶର ବିଭିନ୍ନ ଭାଗରେ ଜୋରଦାର ବିରୋଧ କରାଯାଉଛି। ଏଭଳି ଆଇନ ଅସାମ୍ବିଧାନିକ ଓ ପକ୍ଷପାତମୂଳକ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରୁଛନ୍ତି। ଆନ୍ଦୋଳନକୁ ଦମନ କରିବା ଲାଗି ପୋଲିସର ବଳପ୍ରୟୋଗ ଅଭିଯୋଗ ହୋଇଛି। ସଂଯମତା ଅବଲମ୍ବନ କରିବା ସହ ଅଭିବ୍ୟକ୍ତି ଓ ମତାମତ ପ୍ରଦାନର ଅଧିକାରକୁ ସମ୍ମାନ ଜଣାଇବା ଲାଗି ଆମେ ଆହ୍ବାନ ଦେଉଛୁ ବୋଲି ଗୁଟେରେସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ୍‌ ଗଣମାଧ୍ୟମକୁ କହିଛନ୍ତି। ପୂର୍ବରୁ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ମଧ୍ୟ ସିଏଏରେ ପକ୍ଷପାତମୂଳକ ନୀତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବିରୋଧୀ ତଥା ବିପକ୍ଷ ନେତାଙ୍କୁ ଚା’ରେ ଦିଆଯାଇଛି ବିଷ: ଅବସ୍ଥା ସଙ୍କଟାପନ୍ନ !

ମସ୍କୋ,୨୦।୮: ରୁଷିଆର ବିରେଶଧୀ ଦଳ ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧୀ ଏଲେକ୍ସି ନାଭାଲନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସେ ଏବେ ଭେଣ୍ଟିଲେଟରରେ...

ଓଜନ ହୋଲ୍‌ର ଆକାର କମିବାରେ ଲାଗିଛି !

ଓ୍ବାଶିଂଟନ,୨୮।୩: ଆଣ୍ଟାର୍କଟିକା ଉପରେ ସୃଷ୍ଟି ହୋଇଥିବା ଓଜନ ହୋଲ୍‌ର ଆକାର ଇତିମଧ୍ୟରେ କମିବାରେ ଲାଗିଛି। ୧୯୮୭ ମଣ୍ଟେକାର୍ଲୋ ପ୍ରୋଟୋକଲ ଅନ୍ତର୍ଗତ ହୋଇଥିବା ଏକ ସର୍ଭେ ରିପୋର୍ଟରେ...

ଉଡାଣ ସମୟରେ ହ୍ୟାଙ୍ଗରରେ ପିଟିହେଲା ବିମାନ: ୧୦ ମୃତ

ହଷ୍ଟନ,୧।୭: ଆମେରିକାର ଟେକ୍ସାସରେ ରବିବାର ଉଡାଣ ଭରିବା ସମୟରେ ଏକ ଘରୋଇ ବିମାନ ହ୍ୟାଙ୍ଗରରେ ପିଟିହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

କରୋନା ସଂକ୍ରମଣ: ଲିଭର ଖରାପ ହେବାରୁ କଳା ପଡ଼ିଗଲା ୨ ଡାକ୍ତରଙ୍କ ତ୍ୱଚା ରଙ୍ଗ

ବେଜିଂ,୨୨।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଉଦ୍ୟମ ମଧ୍ୟ ଅବ୍ୟାହତ ରହିଛି। କରୋନା ସଂକ୍ରମଣ ଯୋଗୁ...

ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଟ୍ରମ୍ପ!

ଓ୍ବାଶିଂଟନ,୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରି ଯିବାର ସ୍ଥିତିକୁ ନେଇ ଏମିତି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ସେ କହିଛନ୍ତି...

ଇଟାଲିରେ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ପଡୁଛି ଭେଣ୍ଟିଲେଟର: ମାସ୍କ୍‌-ଗ୍ଳୋଭସ୍ ପିନ୍ଧିଥିବା ଡାକ୍ତର ବି କରୋନା ପଜିଟିଭ୍‌

ରୋମ, ୪ ।୪: ଇଟାଲିରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିବାରୁ ସରକାରଙ୍କ ଚିନ୍ତା...

କଶ୍ମୀରକୁ ୟୁଏନ୍‌ଏସ୍‌ସିକୁ ଟାଣିଲା ପାକିସ୍ତାନ: ଜାତିସଂଘରେ ରୁଦ୍ଧଦ୍ୱାର ବୈଠକ

ଜାତିସଂଘ,୧୭ା୮,(ପି.ଟି./ଆଇଏଏନ୍‌ଏସ୍‌): କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତିକୁ ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ଜାତିସଂଘରେ ଚ୍ୟାଲେଞ୍ଜ କରିଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା...

ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ...

Coronavirus Update


Archives

Model This Week

Why Dharitri