ହାସ୍ୟ ନାୟକ ବ୍ରଜ ପାଣି

ଚତୁର୍ଥ ଶ୍ରେଣୀର କଥା। ସାର୍‌ କହିଥିଲେ, ସ୍କୁଲରେ ‘ପେଟୁ’ ନାଟକ ହେବ। ଆଉ ତୁ ହିଁ ‘ପେଟୁ’ ଚରିତ୍ରରେ ଅଭିନୟ କରିବୁ। ସେଥିଲାଗି ପ୍ରସ୍ତୁତ ଥିଲା ପିଲାଟି। ମାତ୍ର ନାଟକ ରିହର୍ସାଲ ହେଲାନାହିଁ କିମ୍ବା ମଞ୍ଚସ୍ଥ ମଧ୍ୟ ହେଲାନାହିଁ। ପିଲାଟିର ମନ ଭାଙ୍ଗିଗଲା। ଭାବିଲା, ଆଉ ସେ ସ୍କୁଲକୁ ଯିବନି। କିମ୍ବା ସେ ମାଷ୍ଟ୍ରଙ୍କ ନିକଟରେ ପାଠ ପଢ଼ିବନି। ସେଇଆ ହେଲା। ପିଲାଟି ଦିନେ କାହାରିକୁ କିଛି ନ କହି ଘର ଛାଡ଼ିଦେଲା। ଆଉ ଆସି ପହଞ୍ଚତ୍ଲା ଭଦ୍ରକ ଆରଡ଼ି ନିକଟସ୍ଥ ସାତଭଉଣୀ ନାମକ ସ୍ଥାନରେ। ସେଠାରେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କର ଯାତ୍ରାପାର୍ଟି ‘ସପ୍ତମାତୃକା ଅପେରା’ ପଡ଼ିଥାଏ। ଲମ୍ବ ହୋଇ ପଣ୍ଡା ମାଷ୍ଟ୍ରେଙ୍କ ଗୋଡ଼ତଳେ ପଡ଼ିଗଲା ପିଲାଟି। କହିଲା, ମୁଁ ଯାତ୍ରାପାର୍ଟିରେ ରହିବି। ଓଡ଼ିଶା ଯାତ୍ରା ଜଗତର ବହୁ ଅଭିନେତାଙ୍କୁ ଅଭିନୟର ଖଡ଼ିଛୁଅଁା କରେଇଥିବା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ପିଲାଟିର ଆଗ୍ରହ ଆଉ ତା’ ଭିତରେ ଲୁଚି ରହିଥିବା ଦକ୍ଷତାକୁ ପରଖିନେଇ ତା’ ମୁଣ୍ଡରେ ହାତ ରଖିଥିଲେ। ବାସ୍‌, ପିଲାଟି ପାଇଁ ଯାତ୍ରା ଦୁନିଆର କବାଟ ଖୋଲି ହୋଇଗଲା। ସେଦିନ ଚତୁର୍ଥ ଶ୍ରେଣୀରେ ମାତ୍ର ୧୧ବର୍ଷ ବୟସରେ ଘରଛାଡ଼ିଥିବା ସେହି ପିଲାଟି ଆଜି ଯାତ୍ରାଜଗତର ଜଣେ ନମ୍ବର ଓ୍ବାନ ହାସ୍ୟ ଅଭିନେତା। ସେ ହେଉଛନ୍ତି ବ୍ରଜ ପାଣିଗ୍ରାହୀ ଓରଫ ‘ବ୍ରଜ ପାଣି’। ପ୍ରଥମେ ଗୀତ ଗାଉଥିଲେ ବ୍ରଜ। ପରେ ତାଙ୍କୁ ଛୋଟ ଛୋଟ ଭୂମିକା ମିଳିଲା।

୧୯୮୪/୮୫ ମସିହାରେ ସେ ଆସିଲେ ‘ଓଡ଼ିଶା ଅପେରା’। ପରେ ପରେ ତାରାପୁର ଏବଂ ଜନତା ଗଣନାଟ୍ୟ। ମାତ୍ର ପୁଣିଥରେ ସେ ଲେଉଟି ଆସିଲେ ‘ଓଡ଼ିଶା ଅପେରା’କୁ। ସେଠାରେ ସେ ରହିଲେ ନ’ବର୍ଷ।

ଇତିମଧ୍ୟରେ ଯାତ୍ରାରେ ୪୮ବର୍ଷ ବିତେଇ ସାରିଲେଣି ବ୍ରଜ। ‘ତୁଳସୀ’, ‘ସାହୁ ପାର୍ଟି’, ‘ସୁବର୍ଣ୍ଣରେଖା ଅପେରା’, ‘ସାହାଣୀ ଅପେରା’, ‘ଶିବାନୀ ଗଣନାଟ୍ୟ’, ‘ରଙ୍ଗମହଲ’ ଆଦି ଯାତ୍ରାନୁଷ୍ଠାନରେ କାମକରି ଏବେ ଆସି ପହଞ୍ଚତ୍ଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାପ ଥାଇ ପୁଅ ଜାରଜ’, ‘କାନ ମୋଡ଼ିଦେଲେ ସତ କହିବି’, ‘ଦିନରେ ତରା ରାତିରେ ଖରା’, ‘ଦେଖିବ ଆସ ମଣିଷ ଖାଉଛି ମଣିଷ ମାଂସ’, ‘କିଏ ନେଇଗଲା ଜାଇଫୁଲକୁ’, ‘ମୋ ନଁା ଟି ଲିଲି ମୁଁ ଆସିଛି ବୁଲି’, ‘ସବାରି ଚାଲେ ଧୀରେଧୀରେ’, ‘ମୋ ବୋହୂ ପଢ଼ିବ ଲକ୍ଷ୍ମୀପୁରାଣ’, ‘ଆଲୋ ହୁଣ୍ଡି ପଇସାରେ ପାନ କେତେଖଣ୍ଡି’, ‘ରଙ୍ଗିଲା ରାଧିକା ରଜନୀଗନ୍ଧା’, ‘ସବୁ ରାତିର ସକାଳ ନାହିଁ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ଯିବ ଶାଶୁଘର’, ‘ମାୟାବିନୀ ମୌସୁମୀ’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’, ‘ଭିତିରି କଥା’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’। ଜଣେ ହାସ୍ୟାଭିନେତା ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିବା ବ୍ରଜ ପାଣି ଓରଫ ବ୍ରଜ ପାଣିଗ୍ରାହୀ ବର୍ତ୍ତମାନର କମେଡ଼ିକୁ ନେଇ ଖୁସି ନୁହନ୍ତି। ସେ କହନ୍ତି, ନାଟକରେ କମେଡ଼ିର ସିଚୁଏଶନ୍‌ ସୃଷ୍ଟି କରାଯାଉନି। ଫଳରେ ଇଚ୍ଛା ନ ଥିଲେ ବି ଅଶ୍ଳୀଳ କଥା କହିବାକୁ ପଡୁଛି। ଆଉ ସେପରି କରିବା ବେଳେ ଖୁବ୍‌ କଷ୍ଟ ହେଉଛି ମଧ୍ୟ। ନାଟକରେ ହାସ୍ୟରସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମାତ୍ର ତାକୁ ସେହି ଅନୁସାରେ ଗୁରୁତ୍ୱ ଦିଆଯାଉନି। ସେହିପରି, ଆଗରୁ ନାଟ୍ୟକାରମାନେ କାହାଣୀ ଚିନ୍ତା କରୁଥିଲେ। ନାଟକ ଲେଖୁଥିଲେ। ନାଟକ ଅନୁଯାୟୀ କିଏ କେଉଁ ରୋଲ୍‌ କରିବ ଅଭିନେତା ବଛା ଯାଉଥିଲା। ଫଳରେ ନାଟକ ସବୁ ହୃଦୟସ୍ପର୍ଶୀ ହୋଇ ପାରୁଥିଲା। ଗୋଟିଏ ଗୋଟିଏ ନାଟକ ପାଞ୍ଚବର୍ଷ ଲେଖାଏ ମଞ୍ଚସ୍ଥ ହେଉଥିଲା। ମାତ୍ର ଏବେ ଠିକ୍‌ ଓଲଟା ହେଉଛି। ବରାଦ ଦିଆ ନାଟକ ଲେଖାଯାଉଛି। କୁହାଯାଉଛି ଅମୁକ ଅଭିନେତାଙ୍କୁ ନେଇ ନାଟକ ଲେଖ। ଲେଖକମାନେ ବାଧ୍ୟ ହେଉଛନ୍ତି ସେପରି କରିବା ପାଇଁ। ହେଲେ ଫଳ କ’ଣ ହେଉଛି ସେକଥା ଜଗତ ଜାଣୁଛି ବୋଲି କହନ୍ତି ଭଦ୍ରକ ଜିଲାର ବିଷ୍ଣୁପୁର ଶାସନରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା। ପତ୍ନୀ ଜ୍ୟୋତ୍ସ୍ନା ପାଣିଗ୍ରାହୀ, ଦୁଇପୁଅ ପାର୍ଥ ଓ ମାନବ ଏବଂ ଏକମାତ୍ର ଝିଅ ବର୍ଷାଙ୍କୁ ନେଇ ସୁଖର ସଂସାର ବିତାଉଥିବା ଏହି ଅଭିନେତା ଯାତ୍ରାର ପୂର୍ବସ୍ଥିତି ଫେରି ଆସୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନ୍‌ସିବିକୁ ମିଳିଲା ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଫିଟି ନାହିଁ। ସୁଶାନ୍ତଙ୍କ...

ସେକ୍ସ ରାକେଟ୍‌ରେ ଫସିଛନ୍ତି ଏହି ୫ ଅଭିନେତ୍ରୀ: କାରନାମା ଶୁଣିଲେ…

ବମ୍ବେ: ବଲିଉଡ୍‌ରେ କିଛି କଳାକାର ନିଜର ଭଲ କାମ ଏବଂ ଅଭିନୟକୁ ନେଇ ଜଣାଶୁଣା। ପ୍ରଶଂସକମାନେ ତାଙ୍କର ସମ୍ମାନ ମଧ୍ୟ କରିଥାନ୍ତି। ହେଲେ କିଛି ଏଭଳି...

ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଇମୋଶନାଲ ପୋଷ୍ଟ କଲେ ଇର୍ଫାନଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ନିକଟରେ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

ପ୍ରତିଦ୍ୱନ୍ଦ୍ୱୀ ବିମୁଖ ରାଧିକା ମଦନ

ମୁମ୍ବାଇ: ବଲିଉଡରେ ବହୁ ନୂଆ ମୁହଁ ଆବିର୍ଭାବ ହେଉଥିଲେ ବି ଅଭିନେତ୍ରୀ ରାଧିକା ମଦନ ପ୍ରତିଦ୍ୱନ୍ଦ୍ୱିତାରେ ବିଶ୍ୱାସ କରନ୍ତି ନାହିଁ। ହିଟ୍‌ ଟିଭି ଶୋ’ ‘ମେରୀ...

ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ

ମୁମ୍ବାଇ, ୧୨।୭- ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ଦିୟା ଚୌକସେଙ୍କ ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ...

ବିବାହର ୭ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ!

ଆମେରିକାର ଲୋକପ୍ରିୟ ସେଲିବ୍ରିଟି କିମ୍‌ କାରଦାଶିୟାନଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କିମ୍‌...

ସରକାରଙ୍କୁ ରିଷି କପୁରଙ୍କ ଅନୁରୋଧ: ସନ୍ଧ୍ୟାରେ ଖୋଲାଯାଉ ମଦ ଦୋକାନ

ମୁମ୍ବାଇ,୨୮।୩: କରୋନା ଭାଇରସର ଭୟାବହତାକୁ ଦେଖି ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଏହାକୁ ନେଇ ସମୟ ସମୟରେ ବଲିଉଡ୍‌ର ଭେଟେରାନ କଳାକାର ରିଷି କପୁର...

ଟେନସନ୍‌ରେ ଜାହ୍ନବୀ

ଜାହ୍ନବୀ କପୁରଙ୍କ ଟେନସନ୍‌ ଏବେ ବଢ଼ିଯାଇଛି। କାରଣ ସେ ଆକ୍ଟିଂକୁ ବାଦ୍‌ ଦେଇ ଆଉ ଏକ କାମରେ ନିଜକୁ ନିୟୋଜିତ ରଖିଛନ୍ତି। ପୁଣି ସୀମିତ ସମୟ...

Advertisement


Archives

Model This Week