ହାର୍ଟଆଟାକ୍‌ର ପୂର୍ବ ସୂଚନା…

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ ଭାବରେ କାର୍ଯ୍ୟ ସମ୍ପାଦନ କରିବାରେ ଅକ୍ଷମ। ହାର୍ଟ ସାଧାରଣ ଭାବରେ ରକ୍ତ ପମ୍ପି ପ୍ରକିୟାକୁ ସମ୍ପନ୍ନ କରି ପାରି ନ ଥାଏ। କୋରୋନାରୀ ହାର୍ଟ ଡିଜିଜ୍‌ କ୍ଷେତ୍ରରେ ରକ୍ତବାହୀ ଆର୍ଟିର ପଥ ଅଣଓସାରିଆ ହେବା ଅଥବା ଉଚ୍ଚ ରକ୍ତଚାପ ଭଳି କେତେକ ନିର୍ଦ୍ଦିଷ୍ଟ ଅବସ୍ଥାରେ ହୃତ୍‌ପିଣ୍ଡ ଦୁର୍ବଳ ହେବା ସହିତ ଏହାର ମାଂସପେଶୀ ଅଚଳ ହୋଇ ହୃତ୍‌ପିଣ୍ଡରେ ରକ୍ତ ପୂର୍ଣ୍ଣ କରିବା ପ୍ରକିୟା ସମ୍ଭବ ହୋଇପାରେ ନାହିଁ।  କୋରୋନାରୀ ଆର୍ଟିର ଭିତର ପାର୍ଶ୍ୱରେ ମୁଖ୍ୟତଃ କୋଲେଷ୍ଟରଲ୍‌ ଜମା ହେବା ଯୋଗୁ ଏହା ଅଣ ଓସାରିଆ ହୋଇଯାଇଥାଏ।

ହାର୍ଟ ଆଟାକ୍‌ କ୍ଷେତ୍ରରେ କେତେକ ସାଧାରଣ ଲକ୍ଷଣ ଦେଖାଯାଇଥାଏ। ସେଗୁଡିକ ହେଉଛି:

* ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିରେ ବାଧା ଯୋଗୁ ଏହା ହୋଇଥାଏ।

* ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବା ବା ଧଇଁସଇଁ ହେବା: ହାର୍ଟକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ପହଞ୍ଚି ନ ପାରିବାରୁ ଏପରି ହୋଇଥାଏ।

* ଗଳାରେ ନିୟମିତ କଫ ରହିବା: ଏହା ରକ୍ତ ସଞ୍ଚାଳନରେ ଅନିୟମିତତାକୁ ସୂଚାଇ ଥାଏ।

* ସାଧାରଣତଃ ଶୋଇବା ସମୟରେ ପାଦ, ନଳୀ ଗଣ୍ଠି ଏବଂ ଗୋଡ ଫୁଲିବା: ରକ୍ତ ସଞ୍ଚାଳନରେ ଅନିୟମିତତା ଯୋଗୁ ଶରୀରର ତଳ ଅଙ୍ଗକୁ ଆବଶ୍ୟକ ଅନୁସାରେ ରକ୍ତ ପହଞ୍ଚିପାରେ ନାହିଁ।

* ତଳିପେଟ ଫୁଲିବା ଏବଂ ଯନ୍ତ୍ରଣା ହେବା: ଏହା ମଧ୍ୟ ରକ୍ତ ସଞ୍ଚାଳନ ଯୋଗୁ ହୋଇଥାଏ।

* ଅଳ୍ପ କାମ କରେ ଥକି ଯିବା ଏବଂ ଦେହହାତ ଥରିବା: ହାର୍ଟ ପମ୍ପିରେ ଅନିୟମିତତା ଯୋଗୁ ରକ୍ତ ସଞ୍ଚାଳନ ଆବଶ୍ୟକତା ଅନୁସାରେ ନ ହେବାରୁ ଏହା ହୋଇଥାଏ।

* ପିଠିର ଉପର ଭାଗରେ ଯନ୍ତ୍ରଣା: ଏହା ଆଞ୍ଜିନା ପେନ୍‌ ଯୋଗୁ ହୋଇଥାଏ।

* ବେକରେ ରହି ରହି ଅଳ୍ପ ଯନ୍ତ୍ରଣା ହେବା: ଏହା ଆଞ୍ଜିନା ପେନ୍‌କୁ ସୂଚିତ କରିଥାଏ।
* ହାତ ଗୋଡ଼ରେ ଅଳ୍ପ ଅଳ୍ପ ଯନ୍ତ୍ରଣା ରହି ରହି ହେବା: ଏହା ରକ୍ତସଞ୍ଚାଳନରେ ଅନିୟମିତତାକୁ ସୂଚାଏ।

ହାର୍ଟ ଆଟାକ୍‌ର ଲକ୍ଷଣ ଅନୁସାରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ ପରବର୍ତ୍ତୀ ଜୀବନ ଅପେକ୍ଷାକୃତ ସହଜ ଓ ସରଳ ହୋଇପାରିଥାଏ


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଚୋରା ସୁନା ଚାଲାଣ: ଦୁବାଇରୁ ବିହାର ପର୍ଯ୍ୟନ୍ତ ଲମ୍ବିଛି ଚେର

ନୂଆଦିଲ୍ଲୀ,୭।୧୨: ଭାରତକୁ ଦୁବାଇ ଏବଂ ମ୍ୟାନ୍‌ମାରରୁ ଚୋରା ସୁନା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଚୋରା ସୁନା ଚାଲାଣ ପାଇଁ କାର୍ଯ୍ୟ କରୁଥିବା ର଼୍ୟାକେଟର ଚେର...

‘ତୁମଦ୍ୱାରା ହେବ ନାହିଁ, ଆମେ କରିଦେଖାଇବୁ’

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ମହାନଗର ନିଗମ ନିର୍ବାଚନ(ଏମ୍‌ସିଡି ନିର୍ବାଚନ)କୁ ନେଇ ରାଜନୀତି ସରଗରମ ହୋଇଛି। ବିଶେଷ ଭାବେ ଶାସକ ଆମ୍‌ ଆଦମୀ ପାର୍ଟି(ଏଏପି) ଏବଂ ଭାଜପା ମଧ୍ୟରେ...

କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌

ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍‌ର ପୋଷ୍ଟର...

କ୍ୟାଣ୍ଡେଲ ମସାଜ ଥେରାପି

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଶରୀରକୁ ଫିଟ୍‌ ରଖିବା ଲାଗି ଅଧିକାଂଶ ବିଭିନ୍ନ ମସାଜ ଥେରାପି ଆପଣାଉଥିବା ଦେଖିବାକୁ ମିଳୁଛି। ଯାହା ଭିତରୁ ବର୍ତ୍ତମାନ ଖୁବ୍‌...

ମଧ୍ୟପ୍ରଦେଶ ସମେତ ଏହି ୫ ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୩।୭: ଆସନ୍ତା ଲୋକ ସଭା ଓ ବିଧାନସଭା ନିର୍ବାଚନ ଭାଜପା ପ୍ରସ୍ତୁତ ଆରମ୍ଭ କରିଛି। ଏହି ସମୟରେ ଭାଜପା ୫ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କୁ ବଦଳାଇ...

୬ ବର୍ଷରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ

କୋଲକାତା,୨୨।୧୦: ୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦...

ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସାମିଲ କରୁଛନ୍ତି ଓଓ୍ବାସି-କେସିଆର୍‌: ସ୍ମୃତି ଇରାନୀ

ହାଇଦ୍ରାବାଦ୍‌,୨୫।୧୧: ଭାଜପା ସଦସ୍ୟ ସ୍ମୃତି ଇରାନୀ ତେଲଙ୍ଗାନାର ଗ୍ରେଟର ହାଇଦ୍ରାବାଦ୍‌ରେ ଡିସେମ୍ବର ୧ରେ ହେବାକୁଥିବା ନଗରନିଗମ ନିର୍ବାଚନ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ସେ ଅସଦୁଦ୍ଦିନ୍‌...

ସୁଦାନରୁ ଉଦ୍ଧାର ୩୬୦ ଭାରତୀୟ ଦିଲ୍ଲୀ ପହଞ୍ଚିଲେ

ନୂଆଦିଲ୍ଲୀ,୨୭ା୪ : ଅପରେଶନ କାବେରୀରେ ସୁଦାନରୁ ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ...

Advertisement
Archives

Model This Week