ହାତୀ ମୃତ୍ୟୁ ତଦନ୍ତ କଲା କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୬।୯(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହର୍ପିସ ଭୂତାଣୁ ସଂକ୍ରମିତ ଦ୍ୱାରା ଗତ ଏକ ମାସରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡ୍‌ଏ)ର ଏସ୍‌.ପି ଯାଦବ ଓ ଜାତୀୟ ହର୍ପିସ ପ୍ରୋଜେକ୍ଟର ମୁଖ୍ୟ ଆସାମର ଗୌରାଙ୍ଗ ମହୋତଙ୍କୁ ନେଇ ଗଠିତ ଦୁଇଜଣିଆ ଟିମ ବୁଧବାର ପ୍ରାଣୀ ଉଦ୍ୟାନକୁ ପରିଦର୍ଶନ କରି ଘଟଣାର ତଦନ୍ତ କରିଛନ୍ତି। ହର୍ପିସ ଭୁତାଣୁ ଦ୍ୱାରା ହାତୀଙ୍କର ମୃତ୍ୟୁ ହୋଇଥାଏ। ତେବେ ଚିଡ଼ିଆଖାନା ଇତିହାସରେ ଏହା ପ୍ରଥମ ଘଟଣା ବୋଲି କେନ୍ଦ୍ରୀୟ ଦଳ କହିଛନ୍ତି। ଏହି ହାତୀ ମୃତ୍ୟୁ ଘଟଣା ଆମକୁ ଏକ ଶିକ୍ଷା ଦେଇଛି ବୋଲି ସେମାନେ କହିଛନ୍ତି। ଏହି ଦଳ ଗୁରୁବାର ନନ୍ଦନକାନନ ଓ ଚନ୍ଦକା ଅଭୟାରଣ୍ୟ ଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ନନ୍ଦନକାନନରେ ହୋଇଥିବା ଅଲୋଚନାରେ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ଏସିଏଫ୍‌ ଅଶୋକ କୁମାର ଦାସଙ୍କ ସମେତ ନନ୍ଦନକାନନ ଡାକ୍ତରମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷେ ନନ୍ଦନକାନନ ପଶୁପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ବୁଧବାର ନନ୍ଦନକାନନ ଗେଟକୁ ୧ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ତପନ କୁମାର ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା। ନନ୍ଦନକାନନ ମୁଖ୍ୟ ଫାଟକକୁ ବନ୍ଦ କରାଯାଇଥିଲା। ଦାରୁଠେଙ୍ଗଠାରେ ହୋଇଥିବା ଡମ୍ପିଂୟାର୍ଡ ଯୋଗୁ ନନ୍ଦନକାନନରେ ୪ହାତୀ ସହିତ ପଶୁପକ୍ଷୀମାନେ ମରୁଥିବାର ଅଭିଯୋଗ ହୋଇଥିଲା। ନୂତନ ଜୀବଜନ୍ତୁ ଆସିବା, ପଶୁପକ୍ଷୀମାନଙ୍କର ସୁରକ୍ଷା ଆଦି ୮ଦଫା ଦାବି ନେଇ ସୁରକ୍ଷା କମିଟିର ସଦସ୍ୟମାନେ ଗେଟ ଆଗରେ ବିକ୍ଷୋଭ କରିଥିଲେ। ବୁକିଂ କାଉଣ୍ଟର ଓ ପ୍ରବେଶ ପଥ ଫାଟକକୁ ବନ୍ଦ କରିବାରୁ ଆସିଥିବା ଯାତ୍ରୀମାନେ ଟିକେଟ କରି ନ ପାରି ଅପେକ୍ଷା କରିଥିବାବେଳେ କେତକ ଯାତ୍ରୀ ଫେରିଯାଇଥିଲେ। ପରେ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଏହାପରେ ଗେଟ ଖୋଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri