ହାତୀ ମୃତ୍ୟୁ ଘଟଣାର ତଦନ୍ତ କଲେ ଆରସିସିଏଫ

ଯୋଡ଼ା/କେନ୍ଦୁଝର, ୮।୫(ଡି.ଏନ୍‌.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଓ ବାମେବାରୀ ବନପାଳ ଅଧୀନ କେନ୍ଦୁଘାଟି ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ରାଉରକେଲାରୁ ଆରସିସିଏଫ (ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ) ଭଞ୍ଜ କିଶୋର ସ୍ବାଇଁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏହି ସମୟରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ,ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର, ବାମେବାରୀ ବନପାଳ ଯତୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସୂଚନାଥାଉ କି, ଗତ ସୋମବାର ଉକ୍ତ ଜଙ୍ଗଲରେ ଏକ ହାତୀ ମୃତଦେହର କିଛି ଅଂଶ ବିଶେଷ ପଡିଥିବା ଦେଖିବାକୁ ମିଳିଥିଲା ା ପରେ ଝୁମ୍ପୁରା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯାଇ ହାତୀର ହାଡ଼ ଓ ଚମଡାକୁ ପରୀକ୍ଷା ପାଇଁ ଡେରାଡୁନ୍‌ ଡବ୍ଲ୍ୟୁଆଇଆଇକୁ ପଠାଯାଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ତାହା ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ବନ ବିଭାଗ ପକ୍ଷରୁ ଏକ ଅପମୃତ୍ୟୁ ମାମଲା (ନଂ.୨/୨୦) ରୁଜୁ କରାଯାଇଛି। କେନ୍ଦୁଝର ଡିଏଫଓ ଏହି ଘଟଣା ନେଇ ବୁଧବାର ଚମ୍ପୁଆ ରେଞ୍ଜର ଓ ବାମେବାରୀ ବନପାଳଙ୍କ ସମେତ ଜଣେ ବନ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଗତ ଏପ୍ରିଲ ୧୪ ତାରିଖରେ ସ୍ଥାନୀୟ ଲୋକେ ହାତୀ ମୃତ୍ୟୁ ସମ୍ପର୍କରେ ଜାଣି ପାରିଥିବା ବେଳେ ବନପାଳ ଏବଂ କର୍ମଚାରୀମାନେ କିପରି ଜାଣି ପାରିଲେ ନାହିଁ ସେ ସମ୍ପର୍କରେ ଆରସିସିଏଫ ଓ କେନ୍ଦୁଝର ଡିଏଫଓ ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଯୁବବର୍ଗ

କଟକ ଅଫିସ, ୩ା୧୦: କଟକ ସ୍ବରାଜ ଆଶ୍ରମରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଖାଦ୍ୟ...

ଖେଳୁଥିବା ବେଳେ ଗଲା ଜୀବନ

କୋକସରା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍...

ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ଲୋକେ, ଦୋକାନ ବଜାର ବନ୍ଦ

ଉଦଳା,୨୨।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସିରେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାଘାଟ...

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୬।୧୦(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶନିବାର ଅଷ୍ଟମୀ ଜନ୍ମତିଥି ଅବସରରେ...

ଶ୍ରୀସନ୍ନ୍ୟାସୀଜୀଙ୍କୁ ରାଜ୍ୟସ୍ତରୀୟ ‘ସଂସ୍କୃତି ସାରଥୀ’ ସମ୍ମାନ

କଟକ ଅଫିସ,୧୬ା୪: ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ସ୍କାର୍ଟ ) ଦ୍ୱାରା ଓଡ଼ିଶାର ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର, ବାଗ୍ମୀ, ପ୍ରବକ୍ତା ତଥା ଆଧ୍ୟାତ୍ମିକ...

ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଲେ ମାଓବାଦୀ କମାଣ୍ଡର ନିଖିଲ

ଭବାନୀପାଟଣା,୨୬।୬(ସ୍ବ.ପ୍ର.): କଳାହାଣ୍ଡି-କନ୍ଧମାଳ ଜିଲା ସୀମାନ୍ତରେ ଗତ ଗୁରୁବାର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାର ୩ ପରେ କଳାହାଣ୍ଡି ଜିଲା ମଦନପୁର...

ଜିଏସ୍‌ଟି ଠକେଇ ଅଭିଯୋଗ, ଟ୍ରକ୍‌ ଅଟକ, ୪ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଟକରୁ ଭବାନୀପାଟଣା ଆସୁଥିବା କୀଟନାଶକ ଔଷଧ ବୋଝେଇ ଏକ ଟ୍ରକକୁ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବାଣିଜ୍ୟକର ବିଭାଗ...

ମନମୋହୁଛି ବାଲିଡ଼ିହା ଡ୍ୟାମ୍‌

ବାରିପଦା ଅଫିସ,୧୯।୮- ଋତୁ ଅନୁଯାୟୀ ମୟୂରଭଞ୍ଜ ଜିଲାରେ ଭରପୁର ଥିବା ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁୁ ଆକର୍ଷିତ କରିଥାଏ। ବର୍ଷାଋତୁରେ ପର୍ଯ୍ୟଟକଙ୍କ...

Advertisement
Archives

Model This Week