ହାତବାନ୍ଧି ବସିଛନ୍ତି ପାନଚାଷୀ

ଭୋଗରାଇ, ୩ା୪(ଡି.ଏନ.ଏ.) – କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଏବେ ସମଗ୍ର ଦେଶ ଲକ୍‌ଡାଉନରେ ରହିଛି। ଏହାର ପ୍ରତିକୂଳ ପ୍ରଭାବ ପାନ ଚାଷ ଉପରେ ପଡିଛି। ଏହି ଚାଷ ଉପରେ ନିର୍ଭର କରୁଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ବାଲିଆପାଳ ଅଞ୍ଚଳର ହଜାର ହଜାର ପାନ ଚାଷୀ ଓ ବ୍ୟବସାୟୀ ପ୍ରତ୍ୟକ୍ଷ, ପରୋକ୍ଷ ଭାବେ ଜୀବିକା ହରାଇ ଘରେ ହାତ ବାନ୍ଧି ବସିଛନ୍ତି।
ପାନ ଏକ ଅର୍ଥକାରୀ ଫସଲ। ଏହି ଚାଷ କରି ଦୁଇ ବ୍ଲକ ଅଞ୍ଚଳର ଲୋକେ ଆର୍ଥିକ ସ୍ଥିତିକୁ ଦୃଢ କରିପାରିଛନ୍ତି। ଭୋଗରାଇ ଓ ବାଲିଆପାଳ ଅଞ୍ଚଳର ପାନ ମୁମ୍ବାଇ, ଦିଲ୍ଲୀ, ବନାରସ, ଅଜମଗଡ, ବାଲିଆ, ନାଗପୁର, ଟାଟା ଓ ବାଙ୍ଗାଲୋର ଆଦି ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଇଥାଏ। ଲକ୍‌ଡାଉନ ଯୋଗୁ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୨୪ ହଜାରରୁ ଊର୍ଦ୍ଧ୍ୱ ପାନଚାଷୀ ପ୍ରଭାବିତ ହୋଇଛନ୍ତି। ଏବେ ବଜାରରେ ପାନ କିଣା ବିକା ବନ୍ଦ ହୋଇଯିବାରୁ ଚାଷୀଙ୍କ ଉପରେ କରୋନା ଚଡକ ପଡିଛି। ଏହି ଦୁଇ ଅଞ୍ଚଳର ପାନଚାଷୀ ବାହାର ରାଜ୍ୟକୁ ପାନ ପଠାଇ ନ ପାରି ବାଧ୍ୟ ହୋଇ ବାଡି ବଗିଚାରେ ଫୋପାଡୁଛନ୍ତି। କାରବାର ବନ୍ଦ ହେବା ଯୋଗୁ ପାନଚାଷୀମାନେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ଏହି ଚାଷ ଉପରେ ନିର୍ଭର କରୁଥିବା ଚାଷୀମାନେ ଶ୍ରମ ହରାଇ ପରିବା ଚଳାଇବା କଷ୍ଟକର ହୋଇପଡିଛି। ଏହାବ୍ୟତୀତ ପାନଚାଷରେ ବ୍ୟବହାର ହେଉଥିବା ଖଡି ଓ ଇକଡ ଚାଷ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। ଏତଦ୍‌ଭିନ୍ନ ପାନ ରପ୍ତାନୀ ପାଇଁ ବ୍ୟବହାର ହେଉଥିବା ବାଉଁଶ ତିଆରି ଟୋକେଇ ବା ଝୁଡି ପ୍ରସ୍ତୁତକାରୀମାନେ ଜୀବନଜୀବିକା ହରାଇ ବେରୋଜଗାର ହୋଇପଡିଛନ୍ତି। ଦୀର୍ଘଦିନ ଧରି ଏହି ଲକ୍‌ଡାଉନ ସମସ୍ୟା ଲାଗି ରହିଲେ ପାନବ୍ୟବସାୟୀଙ୍କ ମେରୁଦଣ୍ଡ ଦୋହଲିଯିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଅଭିଯୁକ୍ତ ଶିକ୍ଷକଙ୍କ ବଦଳି ଦାବି

ପରଜଙ୍ଗ, ୩।୭(ଡି.ଏନ୍‌.ଏ.): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗ୍ରାମରେ ଶୁକ୍ରବାର ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି...

୧୮୮ ସେବକଙ୍କ ସ୍ବାବ୍‌ ସଂଗ୍ରହ ଶେଷ

ପୁରୀ ଅଫିସ,୧୫ା୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସରକାରଙ୍କ...

ନଷ୍ଟହେବ ୫୬ ପ୍ରଜାତିର ବିପୁଳ ଗଛ

ଯାଜପୁର ଅଫିସ,୧୬ା୭: ଯାଜପୁର ଜିଲା ସୁକିନ୍ଦା ତହସିଲ ଅଧୀନ କାଳିଆପାଣି ମହାଗିରି କ୍ରୋମାଇଟ ମାଇନ୍ସର ଉତ୍ପାଦନ କ୍ଷମତା ବାର୍ଷିକ ୩ ଲକ୍ଷ ଟନରୁ ୬ ଲକ୍ଷ...

ଅନୈତିକ ସମ୍ପର୍କ ପାଇଁ ପ୍ରଥମ ସ୍ବାମୀଙ୍କୁ ହାଣି ଦେଲେ

ରିଆମାଳ,୧୮।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଛତାବର ଗାଁ ନିକଟସ୍ଥ ବଡ଼ଖୋଲ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।...

ଶହୀଦ ସ୍ମୃତିପୀଠରେ କାରଗିଲ ବିଜୟ ଦିବସ

ବୁଗୁଡ଼ା,୨୬।୭(ଡି.ଏନ୍‌.ଏ.): ବୁଗୁଡା କାରଗିଲ ଶହୀଦ ସ୍ମୃତିପୀଠରେ ସେନା କର୍ମଚାରୀ ସଂଘ ପକ୍ଷରୁ ୨୩ ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ...

୫୩ ନଂ. ଜାତୀୟ ରାଜପଥରେ ଗର୍ତ୍ତ

ସରଣ୍ଡା, ୨।୭(ଡି.ଏନ୍‌.ଏ.)- ବରଗଡ-ସମ୍ବଲପୁର ୫୩ନଂ ଜାତୀୟ ରାଜପଥର ସରଣ୍ଡା ମନ୍ଦିର ଛକ ରାସ୍ତାରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ୨ ଫୁଟ...

ଖରସ୍ରୋତାର ଦୁର୍ବଳ ନଦୀବନ୍ଧ ହାଣି ଗୋଡ଼ା ନିର୍ମାଣ

ଯାଜପୁର ସଦର,୨୨।୩(ଡି.ଏନ.ଏ.): ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତର କଳସପୁର ବାଲିଘାଟକୁ ସଂଯୋଗ କରୁଥିବା ରାସ୍ତା ଖରସ୍ରୋତା ନଦୀବନ୍ଧକୁ ଲାଗିଛି। ତେଣୁ ଉକ୍ତ ଘାଟରୁ ବାଲି...

ଭୋଟ୍‌ ଗଣତି ଆରମ୍ଭ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ପୁରୀ ଅଫିସ,୩ା୧୦: କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ...

Advertisement
Archives

Model This Week