ହାତପାଣ୍ଠିରୁ ସଦର ବିଧାୟକ ଦେଲେ ୫୦ ଲକ୍ଷ

ବାଲେଶ୍ୱର ଅଫିସ, ୩।୫-ମହାମାରୀ କରୋନାକୁ ମୁକାବିଲା କରିବା ଲାଗି ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ହାତପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଏହି ଅନୁଦାନ ଜିଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ବିଧାୟକ ଦତ୍ତ ଏହା ପୂର୍ବରୁ ୩ ଲକ୍ଷ ଟଙ୍କା ସହାୟତା ଦେଇଥିଲେ।
ଗତ ଦୁଇ ଦିନ ପୂର୍ବରୁ କରୋନା ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକରେ ଜିଲାପାଳ, ବାଲେଶ୍ୱର ପୌରପାଳିକା ନିର୍ବାହୀ ଅଧିକାରୀ ଓ ସଦର ବିଡ଼ିଓଙ୍କ ସହ ସଦର ବିଧାୟକ ଆଲୋଚନା କରିଥିଲେ। ଶନିବାର ବିଧାୟକ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ମାଧ୍ୟମରେ ୫୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପୌରପାଳିକା ଜରିଆରେ ସହରରେ ମହାମାରୀକୁ ପ୍ରତିହତ କରିବା ପାଇଁ ୧୦ଲକ୍ଷ ଟଙ୍କା, ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜରିଆରେ ପଞ୍ଚାୟତ ଅଞ୍ଚଳ ପାଇଁ ୧୦ଲକ୍ଷ ଟଙ୍କା ଓ ସମସ୍ତ ଆଇସୋଲେଶନ ସେଣ୍ଟରରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ପାଇଁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସଦର ବ୍ଲକ ପଞ୍ଚାୟତ ଅଞ୍ଚଳରେ ପ୍ରବାସୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ କିଟ୍‌, ମାସ୍କ ଓ ସ୍କ୍ରିନିଂ ବ୍ୟବସ୍ଥା ପାଇଁ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଅନୁଦାନ ବିନିଯୋଗ କରାଯିବ। ଏହାସହ ସହରର ଗହଳି ସ୍ଥାନ ଓ ସଂକ୍ରମଣ ଆଶଙ୍କା ଥିବା ସ୍ଥାନରେ ସାନିଟାଇଜ ଟନେଲ ଲଗାଇବା ପାଇଁ ବିଧାୟକ ଆଗ୍ରହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେୱାନୀ ଅଦାଲତ କର୍ମଚାରୀଙ୍କୁ ବର୍ଷେ ଜେଲ

ଆନନ୍ଦପୁର,୨୨ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିଜେଏମ କୋର୍ଟରେ ଏକ ମାମଲାର ବିଚାର ହୋଇ ରାୟ ପ୍ରକାଶ ପାଇଛି। ମାତ୍ର ଦୁଇ ମାସ ମଧ୍ୟରେ ବିଚାର ହୋଇ...

ଅଚାନକ ସେବାଶ୍ରମରେ ପହଞ୍ଚିଲେ ମନ୍ତ୍ରୀ: ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ

ଦାରିଙ୍ଗବାଡ଼ି,୧୬।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ସ୍ଥାନୀୟ କନ୍ୟାଶ୍ରମରେ ପହଞ୍ଚି ବିଭିନ୍ନ ସମସ୍ୟା...

ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଉନ୍ମୋଚିତ

ବଲାଙ୍ଗୀର ଅଫିସ, ୧୮।୧୦: ବଲାଙ୍ଗୀର ସର୍କିଟ ହାଉସଠାରେ ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥି ଭାବେ...

ବୁଲ୍‌ବୁଲ୍‌ ପ୍ରଭାବ : ଭୁଶୁଡ଼ିଲା ମାଟିଘର, ବ୍ୟାପକ ଫସଲ ନଷ୍ଟ

ସିଂହପୁର,୯।୧୧(ଡି.ଏନ୍‌.ଏ.): ବୁଲ୍‌ବୁଲ୍‌ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ମାଟିଘର ଭୁଶୁଡ଼ିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି।...

କରଞ୍ଜିଆରେ ବିଜେଡି ଓ ଯଶିପୁରରେ ଭାଜପା ଆଗୁଆ

ବାରିପଦା ଅଫିସ,୨୩ା୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ପରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୬୭୨ ଭୋଟରେ ଆଗୁଆ ଅଛନ୍ତି। ବିଜେଡି...

ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ହାଟଡ଼ିହୀ,୧୭ା୩(ଡିି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢା ପଞ୍ଚାୟତ ସରପଞ୍ଚ ପଦବୀ ଲାଗି ହୋଇଥିବା ନିର୍ବାଚନରେ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ପରାଜିତ...

ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ ୫୦ଟୁର୍‌ ଅପରେଟର

କୋଣାର୍କ,୧୬।୧୦(ଡି.ଏନ.ଏ.):ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ୫୦ଜଣ ଟୁର୍‌ ଅପରେଟର ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ସେମାନେ ମନ୍ଦିର ସମ୍ମୁଖରେ ପହଞ୍ଚତ୍ବା ପରେ...

୩ମାସ ହେବ ଭତ୍ତା ପାଇନାହାନ୍ତି ଇନ୍ତାଲିଗୁଡ଼ାବାସୀ

ରାୟଗଡ଼ା ଅଫିସ, ୨୩ା୬: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡ଼ା ଗ୍ରାମବାସୀ ୩ମାସ ହେଲା ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ପ୍ରତ୍ୟେକ...

Advertisement
Archives

Model This Week