Posted inରାଜ୍ୟ

ହାଡ଼ିଦାସ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ; ଧାରଣା ଦେବେ ଅଭିଭାବକ

ଛତିଆ,୩୦ା୬(ଡି.ଏନ୍‌.ଏ.)- ଯାଜପୁର ଜିଲାର ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ଯୋଗୁ ମେଧାବୀ ଛାତ୍ରୀଛାତ୍ର ଯୁକ୍ତ ୩ ପରୀକ୍ଷାରେ ଫେଲ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ମହାବିଦ୍ୟାଳୟର ଛାତ୍ରୀ ଧରିତ୍ରୀ ସାହୁ, ପ୍ରଜ୍ଞାପରମିତା ବରାଳ, ସସ୍ମିତା ପୃଷ୍ଟି, ସୁବ୍ରତ ଷଡଙ୍ଗୀ, ମିତାଲୀ ପରିଡା, ସସ୍ମିତା ଷେଣ୍ଢ, ରୋନି ପ୍ରଧାନ, ମିତାଲୀ ଜଟ, ପ୍ରଭାସିନୀ ଦାସଙ୍କ ସମେତ ୧୧ ଜଣ ଛାତ୍ରୀଛାତ୍ର ଯୁକ୍ତ ୩ ପ୍ରଥମରୁ ଶେଷ ବର୍ଷ ପର୍ଯ୍ୟନ୍ତ ଇଣ୍ଟରନାଲ ପରୀକ୍ଷା ଦେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ପ୍ରଥମ ସେମିଷ୍ଟରରୁ ଶେଷ ସେମିଷ୍ଟର ପରୀକ୍ଷା ଦେଇଥିଲେ। ମାତ୍ର ପରୀକ୍ଷା ଫଳ ଆସିବା ପରେ ଉକ୍ତ ଛାତ୍ରୀଛାତ୍ର ଇଣ୍ଟରନାଲ ପରୀକ୍ଷାରେ ଅନୁପସ୍ଥିତ ଥିବା ବିଶ୍ୱବିଦ୍ୟାଳୟ ତରଫରୁ ଦର୍ଶାଯାଇଥିଲା। ପରେ ଧରିତ୍ରୀ ସାହୁ ଓ ଅନ୍ୟ ଛାତ୍ରୀଛାତ୍ରମାନେ ଏ ନେଇ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସଙ୍କୁ ଜଣାଇଥିଲେ। ଅଧ୍ୟକ୍ଷ ଦାସ ଛାତ୍ରୀଛାତ୍ରଙ୍କୁ ଆଶ୍ୱାସନା ଦେଇ କହିଲେ ଫାଇନାଲ ପରୀକ୍ଷାରେ ସବୁ ଠିକ୍‌ ହୋଇଯିବ। ମାତ୍ର ଯୁକ୍ତ ୩ ପରୀକ୍ଷାର ଫାଇନାଲ ରେଜଲ୍ଟରେ ଧରିତ୍ରୀ ମୋଟ ୨୬୦୦ ରୁ ୧୭୦୦, ପ୍ରଜ୍ଞାପରମିତା ୨୬୦୦ରୁ ୧୫୭୧ ନଂ ଓ ଅନ୍ୟମାନେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଫେଲ ଦର୍ଶାଯାଇଛି। ଏ ବିଷୟରେ ଛାତ୍ରୀଛାତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେଖା କରିବା ସହ ଲିଖିତ ଆକାରରେ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କଲେଜ କର୍ତ୍ତୃପକ୍ଷ ଇଣ୍ଟରନାଲ ପରୀକ୍ଷା ନଂ. ପଠାଇ ନ ଥିବା ସେ କହିଥିଲେ। କଲେଜ ଅଧ୍ୟକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେ ଏହି ଘଟଣାକୁ ଏତେ ଗୁରୁତ୍ୱ ଦେଇ ନ ଥିଲେ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ, ୧୧ ଜଣ ପିଲାଙ୍କର ଏପରି ହୋଇଛି। କେତେଜଣ ପିଲାଙ୍କର ୩ୟ ବର୍ଷ ଇଣ୍ଟରନାଲ ପରୀକ୍ଷାରେ ମଧ୍ୟ ତ୍ରୁଟି ଦେଖାଯାଇଛି। ଖୁବ୍‌ଶୀଘ୍ର ଏହାକୁ ସଂଶୋଧନ କରାଯିବ। ୩ ବର୍ଷ ବିତିଯାଇଥିଲେ ମଧ୍ୟ ୧ମ ବର୍ଷ ପରୀକ୍ଷା ଫଳ କାହିଁକି ସଂଶୋଧନ କରାଗଲା ନାହିଁ ବୋଲି ପଚାରିବାରୁ, ସନ୍ତୋଷଜନକ ଉତ୍ତର ଦେଇପାରିଲେନାହିଁ। ଛାତ୍ରୀଛାତ୍ର ଶନିବାର ଅଧ୍ୟକ୍ଷକଙ୍କୁ ଏ ବିଷୟରେ ପଚାରିବାରୁ, ଆସନ୍ତା ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର କେତେକ କଲେଜରେ ପିଜି ଫର୍ମ ଆବେଦନ ଶେଷ ହୋଇଯାଇଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ସମାଧାନ ନ ହେଲେ ଅଭିଭାବକ କଲେଜ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। (ଫଟୋ)


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri