‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ଭାରତୀୟ ଯୋଗ ଦେବେ। କିନ୍ତୁ ଏହି ଭବ୍ୟ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା ସାଙ୍ଗକୁ ଝଢ ତୋଫାନ ହୋଇଛି। ଏହି କାରଣରୁ ସେଠାରେ ସମସ୍ତ ସ୍କୁଲ ଏବଂ କଲେଜଗୁଡିକୁ ବନ୍ଦ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଚଳିତମାସ ୨୧ ତାରିଖରୁ ୨୭ ତାରିଖ ଯାଏ ମୋଦି ଆମେରିକା ଗସ୍ତରେ ଯିବେ। ୨୨ ତାରିଖରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୭ ତାରିଖରେ ସେ ଜାତିସଂଘ ମହସଭାକୁ ସମ୍ବୋଧିତ କରିବେ। ୨୦୧୯ରେ ନିର୍ବଚନ ଜିତିବା ପରେ ମୋଦିଙ୍କ ଏହା ହେବ ପ୍ରଥମ ଆମେରିକା ଗସ୍ତ। ଏହି କାର୍ଯ୍ୟକ୍ରମ ପାଇଁ ୫୫ ହଜାରରୁ ଅଧିକ ଲୋକ ବର୍ତ୍ତମାନ ସୁଦ୍ଧା ରେଜିଷ୍ଟ୍ରେସନ କରିସାରିଲେଣି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟ୍ରମ୍ପ ରାଜି ହୋଇଥିବାରୁ ମୋଦି ଟୁଇଟ୍‌ କରି ତାଙ୍କୁ ସ୍ବାଗତ କରିଥିଲେ। ମୋଦି କହିଥିଲେ, ଟ୍ରମ୍ପ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ନୂଆ ସଙ୍କେତ ଦେଇଛନ୍ତି। ଟ୍ରମ୍ପ ଏଥିରେ ସାମିଲ ହେଉଥିବାରୁ ମୁଁ ଖୁସି। ଏହି ଆୟୋଜନକୁ ମୁଁ ଅପେକ୍ଷା କରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେରେ ପାକିସ୍ତାନର ବର୍ବରତା: ବିକ୍ଷୋଭବେଳେ ଲାଠିମାଡ଼; ୨ ମୃତ, ୮୦ ଆହତ

ମୁଜାଫରାବାଦ,୨୩ା୧୦: ପାକ୍‌-ଅଧିକୃତ କଶ୍ମୀର(ପିଓକେ)ରେ ଇସ୍‌ଲାମାବାଦର ବର୍ବରତା ସୀମା ଟିପିଛି। ପିଓକେ ରାଜଧାନୀ ମୁଜାଫରାବାଦରେ ମଙ୍ଗଳବାର ସ୍ବାଧୀନତା ସପକ୍ଷରେ ଆୟୋଜିତ ଏକ ଶୋଭାଯାତ୍ରା ବେଳେ ପୋଲିସ ଲାଠିମାଡ଼...

ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ

ଲଣ୍ଡନ,୧୧।୧୦:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସମ୍ମାନର୍ଥେ ମୁଦ୍ରା ଜାରି କରିବାର ନିଷ୍ପତ୍ତି ନେଇଛି ବ୍ରିଟେନ। ବ୍ରିଟିଶ୍‌ ଏସିଆନ ସକସେକ୍ସ ଉପରେ...

ଆମେରିକାର ଚେତାବନୀ: ଭାରତ ସହ ପ୍ରତିଶୋଧ ନ ନେଉ ପାକିସ୍ତାନ

ଓ୍ବାଶିଂଟନ୍‌, ୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଭାରତଠାରୁ ଏବେ ପ୍ରତିଶୋଧ ନେଲେ ତାର ପରିଣାମ ପାକିସ୍ତାନକୁ...

ହାଇଓ୍ବେରେ ମଶା ଝଡ଼: ଲୋକେ ଆତଙ୍କିତ

ବୁଇନୋସ୍‌ ଆରିସ୍‌,୧।୩: ସାଧାରଣତଃ ଧୂଳିଝଡ ଦେଖାଯାଇଥାଏ। ତେବେ ମଶା ଝଡ଼ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଭଳି ଏକ ଝଡ଼ ଆର୍ଜେଣ୍ଟିନାର ହାଇଓ୍ବେ...

ନିର୍ବାଚନୀ ରାଲିରେ ଭାଲୁ ଆଣିଲେ ପ୍ରାର୍ଥୀ

କାଲିଫର୍ନିଆ, ୬ା୫ : ଆମେରିକାର କାଲିଫର୍ନିଆ ଗଭର୍ନର ନିର୍ବାଚନୀ ରାଲିରେ ରିପବ୍ଲିକାନ ପ୍ରାର୍ଥୀ ସାଥିରେ ଆଣିଥିଲେ ଏକ ଭାଲୁ। ଜନ କକ୍ସ ‘ବ୍ୟୁଟି ଆଣ୍ଡ୍‌ ଦି...

ଜାତିସଂଘ ଅପାରଗ: ପୋପ୍‌

ଭାଟିକାନ୍‌ ସିଟି, ୭ା୪: ୟୁକ୍ରେନ୍‌ରେ ଯୁଦ୍ଧ ରୋକିବାରେ ଜାତିସଂଘର ଅପାରଗତା ପଦାକୁ ଆସିଛି ବୋଲି କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର କହିଛନ୍ତି। ଏଥିସହ...

ରାତି ୧୦ରୁ ସକାଳ ୮ ଭିଡ଼ିଓ ଗେମ୍‌ ଖେଳିବା ମନା

ବେଜିଂ,୨୦।୧୧: ଚାଇନାରେ ପିଲାଙ୍କ ମଧ୍ୟରେ ଭିଡ଼ିଓ ଗେମ୍‌ ଖେଳିବା ନିଶା ଭଳି ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି...

ପାକ୍ ସେନା ମୁଖ୍ୟଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ

ଇସ୍‌ଲାମାବାଦ,୧୭ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଶନିବାର ପାକ୍ ସେନା ମୁଖ୍ୟ ଜେନରାଲ କମର ଜବେଦ ବାଜୱାଙ୍କ ଉପରେ ଏକ ଦୋଷ ଲଦିଛନ୍ତି...

Advertisement
Archives

Model This Week