ହାଇଓ୍ବା ଚୋରି ଘଟଣା : ଝାଡ଼ଖଣ୍ଡରୁ ଜବତ କଲା ପୋଲିସ

ବଡ଼ବିଲ,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରୁ ଗୁରୁବାର ଭୋର୍‌ରୁ ଏକ ହାଇଓ୍ବା ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସ ଶୁକ୍ରବାର ସଂପୃକ୍ତ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଞ୍ଚଳର ଛୋଟୁ ଓରଫ୍‌ ଗୁରୁଦେବ ଗୁପ୍ତାଙ୍କୁ ଗିରଫ କରିଥିଲାବେଳେ ଶନିବାର ଚୋରି ହାଇଓ୍ବାଟିକୁ ଝାଡ଼ଖଣ୍ଡରୁ ଜବତ କରି ବଡ଼ବିଲ ଥାନା ପରିସରକୁ ଆଣିଛି।
ସୂଚନା ଅନୁଯାୟୀ, ବଡ଼ବିଲ ଅଞ୍ଚଳର ବିନିତ ବନସାଲ ନାମକ ଜଣେ ବ୍ୟକ୍ତିଙ୍କର ଓଡି ୦୯ ସି ୬୪୪୭ ନମ୍ବର ବିଶିଷ୍ଟ ହାଇଓ୍ବା ଟ୍ରକ୍‌ଟି ରାଜ୍ୟ ରାଜପଥ ସେରେଣ୍ଡାସ୍ଥିତ ରାସ୍ତା କଡ଼ରୁ ଗୁରୁବାର ଭୋର୍‌ରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ କରି ପୋଲିସ, ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଛୋଟୁ ଓରଫ୍‌ ଗୁରୁଦେବ ଗୁପ୍ତାଙ୍କୁ ଶୁକ୍ରବାର ଗିରଫ କରି ହାଇଓ୍ବାର ସନ୍ଧାନ ପାଇଁ ଝାଡ଼ଖଣ୍ଡ ଗସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ କନଫେରେନ୍ସିଂରେ ଅଧିକାରୀଙ୍କୁ ପରାମର୍ଶ ଦେଲେ ଜିଲାପାଳ

ବରଗଡ଼ ଅଫିସ୍‌,୧୭।୪-ଲକ୍‌ ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରୀତା ଓ ନିୟମାବଳୀ ଉପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶୁକ୍ରବାର ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଭିଡ଼ିଓ...

ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା...

ଉଛୁଳିଲା କୋଏଲ ନଦୀ: ୮୦ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ

କୁଆଁରମୁଣ୍ଡା,୧୬ା୯(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲାରେ ପ୍ରବାହିତ ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ନଦୀଗୁଡିକ କୂଳ ଲଙ୍ଘି ନିକଟବର୍ତ୍ତୀ...

୨ ଶିକ୍ଷକଙ୍କ ଘରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଦୁଇ ଜଣ ଶିକ୍ଷକଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଉକ୍ତ ଗ୍ରାମର ଶିକ୍ଷକ...

ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ଭଦ୍ରକ ଅଫିସ, ୨୧।୧୨- ଭଦ୍ରକରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଶୁକ୍ରବାର ଥିଲା ୩ୟ ଦିବସ। ଏଥିପାଇଁ ନେହେରୁ ଷ୍ଟାଡିୟମ, ଶହୀଦ ସ୍ମୃତି ଭବନ, ସଂସ୍କୃତି...

ଏଥର ବି ରଜ ଫିକା

କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ...

ତିନି ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ ଅଫିସ ୨୫ା୬:ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀନଅରସ୍ଥିତ ରଥଖଳାରେ ରଥର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ତିନିରଥର ବେଦୀ ସିଂହାସନ...

ଜିଲା ଖଣିଜ ପାଣ୍ଠି କାର୍ଯ୍ୟକାରିତା ସମୀକ୍ଷା: ଆୟବୃଦ୍ଧି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୧୮।୯-ଅନୁଗୋଳ ଜିଲା ଖଣିଜ ପାଣ୍ଠିରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି...

Advertisement
Archives

Model This Week