ହସ୍ପିଟାଲ ଆଇସୋଲେଶନରେ ୨୮

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ଉପରେ ସରକାର କଡ଼ା ନଜର ରଖିଛନ୍ତି। ରବିବାର ସୁଦ୍ଧା ଓଡ଼ିଶାରେ ୭୬ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ରିପୋର୍ଟ ହସ୍ତଗତ ହୋଇଛି। ସେଥିରୁ ୨ଟି ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଉସବୁ ନେଗେଟିଭ ରହିଛି। ତେବେ ଚିହ୍ନଟ ୨ ଜଣଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଉଭୟ ହସ୍ପିଟାଲ୍‌ରେ ଦିଆଯାଉଥିବା ସାଧାରଣ ଖାଦ୍ୟ ଖାଉଛନ୍ତି। ଏମାନଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ୨୮ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେଶନ୍‌ରେ ରଖାଯାଇଛି। ଅନ୍ୟ ୩ଜଣଙ୍କ ସହ ଯୋଗାଯୋଗ ପାଇଁ ଏବେବି ପ୍ରଚେଷ୍ଟା ଚାଲିଛି। ୯ଟି ମନିଟରିଂ ଟିମ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ୩,୪୭୪ ଜଣ ୧୦୪ ହେଲ୍ପଲାଇନ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହି ମାର୍ଗଦର୍ଶିକା ପାଳନ କରୁ ନ ଥିବା ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗରେ ବହୁ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ଛୁଇଁଲା ମୌସୁମୀ, ଜୁନ୍‌ରେ ଓଡ଼ିଶା ଆସିବ; ଜଳୁଛି ସାରା ଓଡ଼ିଶା, ୪୫.୮ ଡିଗ୍ରୀରେ ଟିଟିଲାଗଡ଼

ଭୁବନେଶ୍ୱର, ୧୯।୫(ବ୍ୟୁରୋ)/ରଣପୁର (ସ୍ବ.ପ୍ର.)- ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ରାଜ୍ୟର ଅଧିକାଂଶ ଜିଲାରେ ତାପମାତ୍ରା ୪୦...

ଲକ୍‌ଡାଉନ: ଡିଜିଟାଲ ଇଣ୍ଡିଆ ପାଇଁ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦। ୩: ଡିଜିଟାଲ ଇଣ୍ଡିଆ ଯୋଗୁ ଆପ୍‌ ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକ ଏବେ ସମସ୍ୟାରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଂକ୍ରମଣକୁ...

ଆରମ୍ଭ ହେଲାଣି ଅଙ୍କକଷା

ଢେଙ୍କାନାଳ ଅଫିସ, ୧୫ା୧ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି ଢେଙ୍କାନାଳ। ରାଜ୍ୟ ରାଜନୀତିର ଅନ୍ୟତମ ପାଓ୍ବାର କରିଡର କୁହାଯାଉଥିବା ଏହି ଶିଳ୍ପ ଜିଲାରେ ଗତ...

ଚ୍ୟାଲେଞ୍ଜ ହୋଇପାରେ କୋଭିଡ୍‌ ପରବର୍ତ୍ତୀ କାର୍ଯ୍ୟସ୍ଥଳ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାର ଲକ୍‌ଡାଉନ ସମୟସୀମାକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଅଧିକାଂଶ କର୍ମଚାରୀ ଘରେ ରହି...

ବାତ୍ୟା ପାଇଁ ସ୍ଥଗିତ ହେଲା ପରୀକ୍ଷା

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବାତ୍ୟା ଜୱାଦ ପାଇଁ ୫ ତାରିଖରେ ହେବାକୁ ଥିବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ଟ୍ରେଡ୍‌(ଆଇଆଇଏଫ୍‌ଟି)ର ଏମ୍‌ବିଏ(ଆଇବି) ୨୦୨୨-୨୪ ପ୍ରବେଶିକା ପରୀକ୍ଷାକୁ ଓଡ଼ିଶା ସମେତ...

ରାଜଧାନୀରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୨୨୦, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଦିନକୁ ଦିନ ରାଜଧାନୀରେ କରୋନା ସ୍ଥିତି ଜଟିଳ ହୋଇ ପଡ଼ୁଛି। ମଙ୍ଗଳବାର ଭୁବନେଶ୍ୱରରୁ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୬ କ୍ୱାରାଣ୍ଟାଇନ୍‌...

୨୦୨୨ ସୁଦ୍ଧା ପୃଥିବୀର ସମସ୍ତଙ୍କୁ ଦିଆଯିବ କରୋନା ଟିକା: ୨୦୦୦ ହଜାର କାର୍ଗୋ ବିମାନରେ ହେବ ପରିବହନ

ଓ୍ବାଶିଂଟନ,୧।୧୨: ପୃଥିବୀର ସମସ୍ତ ଲୋକଙ୍କୁ ୨୦୨୨ ସୁଦ୍ଧା କରୋନା ଟିକା ଦିଆଯିବ।  ୭ ଶହ କୋଟି ଲୋକଙ୍କ ପାଖରେ ୧୪ ଶହ କୋଟି ଟିକା ପହଞ୍ଚାଇବା...

ଚାଇନାର ୩୧ ରାଜ୍ୟରେ କରୋନା ସଂକ୍ରମଣ, ୫ ସହରରେ ଲକ୍‌ଡାଉନ୍‌…

ବେଜିଂ, ୩୧।୩ : ପୁଣି ୨ ବର୍ଷ ପରେ ଚାଇନାକୁ କରୋନା ଫେରିଛି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ...

Advertisement
Archives

Model This Week