ହସ୍ପିଟାଲରେ ବନ୍ଧା ପଡ଼ିଛନ୍ତି ହାତୀ ଆକ୍ରମଣରେ ଆହତ ମହିଳା

ଭୁବନେଶ୍ୱର, ୮।୩(ବ୍ୟୁରୋ): ଗତମାସ ୨୩ ତାରିଖରେ ପୁରୀ ଜିଲାର ପିପିଲି ଓ ବଳଙ୍ଗା ଏବଂ ଭୁବନେଶ୍ୱର ଉପକଣ୍ଠରେ ଏକ ଦନ୍ତା ହାତୀ ଆତଙ୍କ ରଚାଇଥିଲା। ୪ଜଣଙ୍କ ଜୀବନ ନେବା ସହ ଏକାଧିକଙ୍କୁ ଆହତ କରିଥିଲା। ଘଟଣା ପରେ ମୃତକଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରି କି ସ୍ଥାନୀୟ ନେତା ମଧ୍ୟ ଆହତଙ୍କ ପରିବାରକୁ ସମାନ କଥା କହି ଆଶ୍ୱାସନା ଦେଇଥିଲେ। ଓଏଚ୍‌ଆର୍‌ସି ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସରକାର ଚିକିତ୍ସା ବାବଦ ଅର୍ଥ ଦେଉ ନ ଥିବାରୁ କେତେଜଣ ଆହତ ସୁସ୍ଥ ହୋଇଥିଲେ ମଧ୍ୟ ଘରୋଇ ହସ୍ପିଟାଲ ଛାଡ଼ିପାରୁନାହାନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ପାଇଁ ଏକପ୍ରକାର ବନ୍ଧା ରଖିଥିବା ଜଣାପଡିଛି। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝଇବାକୁ ନା କୌଣସି ପ୍ରଶାସନ ଅଧିକାରୀ ଅବା ଜନପ୍ରତିନିଧି କେହିହେଲେ ଆସୁ ନ ଥିବାରୁ ଆହତ କିପରି ଘରକୁ ଫେରିବେ ସେନେଇ ଚିନ୍ତାରେ ରହିଛନ୍ତି ପରିବାର ଲୋକେ।

ସୂଚନାନୁସାରେ, ହାତୀ ଆକ୍ରମଣରେ ଆହତ ହୋଇଥିବା ବଳଙ୍ଗାର ଛବି ଦେଇ (୫୨) ଭୁବନେଶ୍ୱର କଟକରୋଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପ୍ରାୟତଃ ଠିକ୍‌ ହୋଇଯାଇଥିଲେ ମଧ୍ୟ ତାଙ୍କୁ ଘରକୁ ଛଡ଼ାଯାଉନି। ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ଚିକିତ୍ସା ବାବଦକୁ ୪ ଲକ୍ଷ ଟଙ୍କା ଦେବା ପରେ ଡିସ୍‌ଚାର୍ଜ କରାଯିବ। ଅନ୍ୟପକ୍ଷରେ ହସ୍ପିଟାଲ ଚାର୍ଜ ଦିନକୁ ୩୫ ହଜାର ଟଙ୍କା ହୋଇଥିବାରୁ ଖର୍ଚ୍ଚ ପରିମାଣ ବଢିଚାଲିଛି। ଖର୍ଚ୍ଚ ଅର୍ଥ ଦେବାକୁ ପରିବାର ଉପରେ ଚାପ ପକାଯାଉଛି। ହେଲେ ଗରିବ ପରିବାର ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ଚିନ୍ତାରେ ଘାରି ହେଉଛନ୍ତି। ସେମାନେ ଇତିମଧ୍ୟରେ ସିଡିଏମ୍‌ଓ ଓ ଅନ୍ୟ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଚିକିତ୍ସା ବାବଦ ଅର୍ଥ କେବେ ମିଳିବ ସେନେଇ କେହିହେଲେ ସ୍ପଷ୍ଟ ସୂଚନା ଦେଇପାରୁନାହାନ୍ତି। ଏପରି କି ବିଭିନ୍ନ ଆଳ କରି ବାରମ୍ବାର କାଗଜପତ୍ର ମାଗି ବିଳମ୍ବ କରାଉଥିବା ଅଭିଯୋଗ ହେଉଛି। କାଗଜପତ୍ର ଦାଖଲ ସତ୍ତ୍ୱେ ଏକାଧିକ ଅଧିକାରୀଙ୍କ ନିକଟକୁ ଦୌଡି ନିରାଶ ହୋଇଥିବା ଆହତ ଛବି ଦେଈଙ୍କ ଭଣଜା ଚନ୍ଦନ କୁମାର ସ୍ବାଇଁ କହିଛନ୍ତି। ସେ କହିଛନ୍ତି, ଜମି ବିକ୍ରି କରି ଯାହା ଟଙ୍କା ଥିଲା ଚିକିତ୍ସାରେ ଖର୍ଚ୍ଚ ହୋଇଗଲାଣି। ଆମେ ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଅର୍ଥ କେଉଁଠୁ ଆଣିବୁ। ସରକାର ନିଜ ପ୍ରତିଶ୍ରୁତି ରଖି ଆମକୁ ସହଯୋଗ କରନ୍ତୁ ବୋଲି ସେ ଆକୁଳ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଛବି ଏବଂ ଅନ୍ୟ ଜଣେ ପୋଖରୀକୁ ଗାଧୋଇବାକୁ ଯାଉଥିବାବେଳେ ହଠାତ ଦନ୍ତା ହାତୀ ଆସି ସେମାନଙ୍କୁ ଆକ୍ରମଣ କରିଥିଲା। ତାଙ୍କ ସହ ଥିବା ମହିଳା ପାଣିକୁ ଡେଇଁ ଜୀବନ ବଞ୍ଚାଇଥିଲେ ମଧ୍ୟ ଛବି କିନ୍ତୁ ଦନ୍ତା ହାବୁଡ଼ରୁ ଖସିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri