Posted inଖେଳ

ହସିଙ୍କ ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ: ସଚିନ, କୋହଲି, ସେହ୍ବାଗ ସାମିଲ

ସିଡ୍‌ନୀ, ୨୯।୪(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ ବ୍ୟାଟ୍ସମ୍ୟାନ ମାଇକ ହସି ତାଙ୍କର ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ ଘୋଷଣା କରିଛନ୍ତି। ଏଥିରେ ସେ ୩ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ, କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ଏବେକାର ଅଧିନାୟକ ବିରାଟ କୋହଲିଙ୍କୁ ସେ ତାଙ୍କର ଏହି ଏକାଦଶରେ ସାମିଲ କରିଛନ୍ତି। ୨୦୦୫ରୁ ୨୦୧୩ ହସି ଟେଷ୍ଟ କ୍ରିକେଟରେ ସକ୍ରିୟ ଥିଲେ। ଯେଉଁ କ୍ରିକେଟରମାନଙ୍କ ବିରୋଧରେ ଟେଷ୍ଟ ଖେଳିଛନ୍ତି ସେମାନଙ୍କ ମଧ୍ୟରୁ ଖେଳାଳି ଚୟନ କରି ସେ ଏହି ଦଳ ଘୋଷଣା କରିଛନ୍ତି।
ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ସେହ୍ବାଗଙ୍କୁ ଦଳରେ ନେଇଛନ୍ତି ବୋଲି ୪୪ ବର୍ଷୀୟ ହସି କହିଛନ୍ତି। ସେହ୍ବାଗ ଓ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ଙ୍କୁ ସେ ଓପନର ହିସାବରେ ଏହି ଏକାଦଶରେ ସାମିଲ କରିଛନ୍ତି। ବ୍ୟାଟିଂ ଲାଇନ୍‌ ଅପ୍‌ରେ ସେ ବ୍ରାଏନ ଲାରା, ସଚିନ, କୋହଲି, ଜ୍ୟାକ କାଲିସ୍‌ ଓ କୁମାର ସାଙ୍ଗକାରାଙ୍କୁ ସାମିଲ କରିଛନ୍ତି। ୪ ଓ ୫ ନମ୍ବରେରେ ସଚିନ ଓ କୋହଲିଙ୍କୁ ହସି ବାଛିଛନ୍ତି।
ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେଇନ୍‌, ମର୍ନ ମୋର୍କେଲ, ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ସ୍ପିନ୍‌ କିମ୍ବଦନ୍ତୀ ଶ୍ରୀଲଙ୍କାର ମୁଥିଆ ମୁରଲିଧରନଙ୍କୁ ବୋଲିଂ ବିଭାଗରେ ସେ ସ୍ଥାନ ଦେଇଛନ୍ତି। ତେବେ ସେ ତାଙ୍କର ଚେନ୍ନାଇ ସୁପର କିଙ୍ଗ୍ସ ସାଥି ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ଥାନ ଦେଇ ନାହାନ୍ତି। ଧୋନୀଙ୍କୁ ଏହି ଏକାଦଶରେ ସ୍ଥାନ ଦେବା ନିଷ୍ପତ୍ତି ନିହାତି କଷ୍ଟକର ଥିଲା। ତେବେ ଟେଷ୍ଟ ଫର୍ମାଟରେ ସାଙ୍ଗକାରା ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଥିବାରୁ ଧୋନୀଙ୍କୁ ବାଦ୍‌ ଦେବାକୁ ହେଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଧୋନୀ, ସାଙ୍ଗକାରା ଓ ଏବି ଡିଭିଲର୍ସଙ୍କ ମଧ୍ୟରୁ ଜଣକୁ ଚୟନ କରିବା କଷ୍ଟକର ଥିଲା। ଧୋନୀ ଓ ଡିଭିଲର୍ସ ଟି୨୦ ଓ ଦିନିକିଆରେ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଟେଷ୍ଟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସାଙ୍ଗକାରା ଅଧିକ ସଫଳତା ହାସଲ କରିଛନ୍ତି। ନେଟ୍ସରେ ସାଥୀ ଅଷ୍ଟ୍ରେଲିଆ ବୋଲର ଗ୍ଲେନ ମ୍ୟାକଗ୍ରାଥ, ଶେନ ଓ୍ବର୍ନ ଓ ବ୍ରେଟ ଲିଙ୍କୁ ସମ୍ମୁଖୀନ ହେବା କଷ୍ଟକର ଥିଲା ବୋଲି ହସି କହିଛନ୍ତି।
ହସିଙ୍କ ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ:
ବୀରେନ୍ଦ୍ର ସେହ୍ବାଗ, ଗ୍ରେମ୍‌ ସ୍ମିଥ୍‌, ବ୍ରାଏନ ଲାରା, ସଚିନ ତେନ୍ଦୁଲକର, ବିରାଟ କୋହଲି, ଜ୍ୟାକ କାଲିସ୍‌, କୁମାର ସାଙ୍ଗକାରା, ଡେଲ୍‌ ଷ୍ଟେଇନ୍‌, ମର୍ନ ମୋର୍କେଲ, ଜେମ୍ସ ଆଣ୍ଡରସନ ଓ ମୁଥିଆ ମୁରଲିଧରନ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri