ହଳଦୀପଦା ରେଳ ଷ୍ଟେଶନକୁ ଅଣଦେଖା

ରୂପ୍‌ସା, ୧୯।୬(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳ ଷ୍ଟେଶନ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱ ବହନ କରିଆସୁଛି। ୬୦ବର୍ଷ ପୂର୍ବରୁ ଏହି ଷ୍ଟେଶନ ସ୍ଥାପନ ହୋଇଥିଲେ ବି ଏଯାବତ୍‌ ଏହାର ସାମଗ୍ରିକ ବିକାଶ ହୋଇପାରିନାହଁି। ପ୍ରତିମାସ ଏହି ଷ୍ଟେଶନରୁ ପ୍ରାୟ ୩ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେଉଥିଲେ ବି ଯାତ୍ରୀଙ୍କ ସୁବିଧା ଲାଗି ରେଳ ବିଭାଗ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ଆସନ୍ତା ଜୁଲାଇ ୮ ତାରିଖରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ହଳଦୀପଦା, ରାଇସୁଆଁ, ନଗ୍ରମ, ଓଡ଼ଙ୍ଗୀ, କୁରାଢ଼ିହା, ଚଷାଖଣ୍ଡ, ବାହାବଳପୁର, ଦୁବୁଲାଗଡ଼ି ଆଦି ପଞ୍ଚାୟତର ସହସ୍ରାଧିକ ଯାତ୍ରୀ ଏହି ଷ୍ଟେଶନରୁ ଟ୍ରେନ୍‌ ଯୋଗେ ଯାତାୟାତ କରିଥାନ୍ତି। ଏଠାରେ ହାଓଡ଼ାରୁ ଜଳେଶ୍ୱର ପର୍ଯ୍ୟନ୍ତ ଆସୁଥିବା ମେମୋ ଟ୍ରେନ୍‌କୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭଞ୍ଜପୁର-ରୂପ୍‌ସା ପାାସେଞ୍ଜର ଟ୍ରେନ୍‌କୁ ବାଲେଶ୍ୱର ପର୍ଯ୍ୟନ୍ତ ଚଳାଚଳ, ୨୫୯ ନଂ. ନିଧିପଣ୍ଡା ଗଳାପୋଲର ଉନ୍ନତୀକରଣ, ଷ୍ଟେଶନ ପରିସରରେ ଏଟିଏମ୍‌ ସ୍ଥାପନ, ରିଜର୍ଭେଶନ୍‌ ଟିକେଟ କାଉଣ୍ଟର ଖୋଲାଯିବା, ଖଣ୍ଡାହାର ରେଲୱେ ବ୍ରିଜ୍‌ଠାରେ ହାଇଲେଭଲ୍‌ ବ୍ରିଜ୍‌୍‌ ନିର୍ମାଣ କରିବା ଆଦି ଦାବି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ଏ ସମ୍ପର୍କରେ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ହେଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇନାହଁି। ଏହାର ପ୍ରତିବାଦରେ ଆସନ୍ତା ଜୁଲାଇ ୮ ତାରିଖ ପୂବର୍ର୍ାହ୍ନ ସାଢେ ୬ରୁ ସାଢେ ୯ଟା ପର୍ଯ୍ୟନ୍ତ ରେଳରୋକୋ କରାଯିବ ବୋଲି ମଞ୍ଚର ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ଉପସଭାପତି ବୃହସ୍ପତି ସାହୁ, ବରିଷ୍ଠ ନାଗରିକ ସୁଦର୍ଶନ ନାୟକ, କୋଷାଧ୍ୟକ୍ଷ ଚୈତନ୍ୟ ପ୍ରସାଦ ସାହୁ, ସମ୍ପାଦକ ବୀରେନ୍ଦ୍ର କୁମାର ନନ୍ଦ ପ୍ରମୁଖ ଖଡ଼ଗପୁର ଡିଭିଜନ୍‌ର ରେଲୱେ ମ୍ୟାନେଜରଙ୍କ ସମେତ ବାଲେଶ୍ୱର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଷ୍ଟେଶନ ମ୍ୟାନେଜର ପ୍ରମୁଖଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ପ୍ରଗତିମଞ୍ଚ ସଭାପତି ମହାନ୍ତି କହିଛନ୍ତି, ଷ୍ଟେଶନର ବିକାଶ ହେଉ ନ ଥିବାରୁ ଗତ ୨୦୧୭ ଓ ୨୦୧୮ରେ ରେଳରୋକୋ ଆନ୍ଦୋଳନ ଡାକରା ଦିଆଯାଇଥିଲା। ବାରମ୍ବାର ତ୍ରିପାକ୍ଷିକ ଆଲୋଚନା ହୋଇ ପ୍ରତିଶ୍ରୁତି ପୂରଣ ଦିଗରେ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ଯାବତ୍‌ ତାହା ପୂରଣ ହୋଇନାହଁି।
ଷ୍ଟେଶନରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ହଳଦୀପଦା ଷ୍ଟେଶନ ମ୍ୟାନେଜର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri