ହଲଚଲ ହେଉଛି ଶବ

କାନ୍‌ବେରା: ମୃତ୍ୟୁ ପରେ ମଣିଷ ଶରୀର ପାଖାପାଖି ବର୍ଷେ ଯାଏ ହଲଚଲ ହୁଏ ଅର୍ଥାତ ତା’ ମୂଳ ଅବସ୍ଥାରେ କିଛି ଏପାଖ ସେପାଖ ହୁଏ ବୋଲି ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ। ଅଷ୍ଟ୍ରେଲିଆର ବୈଜ୍ଞାନିକ ଏଲିଶନ ଓ୍ବିଲ୍‌ସନ ଗବେଷଣା କରି ଏହା ଜାଣି ପାରିଛନ୍ତି। ସେ ୧୭ ମାସ ଯାଏ ଶବ ଉପରେ ନଜର ରଖି ଏବଂ ତା’ର ପ୍ରତ୍ୟେକ ମୁଭମେଣ୍ଟର ଫଟୋ ସଂଗ୍ରହ କରୁଥିଲେ। ଏଲିଶନ କହନ୍ତି, ମୃତ୍ୟୁ ପରେ ବି ମଣିଷ ଶରୀରର କିଛିି ମୁଭ୍‌ମେଣ୍ଟ ହୋଇଥାଏ। ଏହି କାରଣରୁ ଅନେକ ସମୟରେ ଶବ ବଞ୍ଚିଥିବା ଭଳି ମନେହୁଏ। ଏଲିଶନଙ୍କ ଅନୁସାରେ ଗବେଷଣା ଆରମ୍ଭରୁ ଶବ ହାତ ଓ ଶରୀରକୁ ଚାପି ରଖାଯାଇଥିଲା। ସମୟ କ୍ରମେ ହାତ ଧୀରେ ଧୀରେ ବାହାରକୁ ଖସିଯାଇଥିଲା। ଏହା ଡିକମ୍ପୋଜିଶନ ବା ବିଘଟନ କାରଣରୁ ହେଉଛି ବୋଲି ସେ କହିଛନ୍ତି। ସମୟକ୍ରମେ ଯେତିକି ଯେତିକି ଶରୀର ଶୁଖିବାରେ ଲାଗେ ଶବର ଗତି ସେତିକି ବଢିଯାଏ। ଏଲିସନ କୁହନ୍ତି,ଏହି ଗବେଷଣା ହତ୍ୟାର କାରଣ ଜାଣିବାରେ ସାହାଯ୍ୟ କରିବ। ଶବ ଉପରେ ଗବେଷଣା କରିବା ପାଇଁ ଏଲିଶନ ପ୍ରତି ମାସରେ ତିନି ଘଣ୍ଟା ପାଇଁ ବିମାନରେ କେନ୍ସରୁ ସିଡ୍‌ନୀ ଯାଉଥିଲେ। ଶବର ଗତିକୁ ଅନୁଧ୍ୟାନ କରିବା ଲାଗି ଟାଇମ ଲ୍ୟାପ୍ସ କ୍ୟାମେରା ଖଞ୍ଜାଯାଇଥିଲା। ଏହା ପ୍ରତି ୩୦ ମିନିଟରେ ଶବର ଫଟୋ ନେଉଥିଲା। ମୃତ୍ୟୁ ପରେ ଶରୀରର କ’ଣ ହୁଏ ତାହା ଜାଣିବାରେ ଏଲିଶନଙ୍କର ପିଲାଦିନରୁ ଇଚ୍ଛା ରହିଥିଲା, ଯାହା ସେ ଏବେ ଜାରି ରଖିଛନ୍ତି। ଫରେନ୍‌ସିକ ସାଇନ୍ସ ଇଣ୍ଟରନ୍ୟାଶନାଲ ସିନର୍ଜି ମୁତାବକ, ଏହି ଗବେଷଣା ମୃତ୍ୟୁ ପରେ ଶରୀରର କ’ଣ ପରିବର୍ତ୍ତନ ହୁଏ ତାହା ଅଧିକ ଜାଣିବାରେ ସହାୟକ ହେବ। ଗବେଷଣାରେ ଏକ ପ୍ରକାର ସଫଳତା ପାଇଥିବାରୁ ଏଲିଶନ ଖୁସି ହୋଇଛନ୍ତି ଓ ଶବରେ କିଛି ଗତି ଲକ୍ଷ୍ୟ କରିବା ଘଟଣାକୁ ସାମ୍‌ନାକୁ ଆଣିଛନ୍ତି ଯାହା ଏଯାବତ କେହି ବି ବୁଝିପାରି ନାହାନ୍ତି। ଆଉ ଅଧିକ ତଥ୍ୟ ହାସଲ କରିବା ପାଇଁ ଏଲିଶନ ଚେଷ୍ଟା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ପାକିସ୍ତାନରେ ୬ଟଙ୍କା କମିଲା ପେଟ୍ରୋଲ, ହେଲେ ଭାରତରେ ବଢିଗଲା ଦର

ଇସଲାମବାଦ,୨୩।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ଅଶୋଧିତ ତୈଳ (Crude Oil) ଉପରେ ଥିବା ଚାପ ମଧ୍ୟରେ ପଡ଼ୋଶୀ ଦେଶ ପାକିସ୍ତାନରୁ…

ଏଲୋନ ମସ୍କଙ୍କ ଉପରେ ଗୁପ୍ତଚର କରୁଥିଲା କି ଚାଇନା? ୱେଟର ଭାବରେ ପହଞ୍ଚିଲେ ‘ଡ୍ରାଗନ’ର ସୁନ୍ଦରୀ ଏଜେଣ୍ଟ

ବେଜିଂ,୨୩।୫: ଚାଇନା ଦୀର୍ଘ ଦିନ ଧରି ଅନ୍ୟ ଦେଶରେ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇଆସୁଛି। ଏବେ ଏହି ତାଲିକାରେ ଏକ ନୂତନ ଅଭିଯୋଗ ଯୋଡି…

ସିଙ୍ଗଲ୍‌ ନା ରିଲେସନଶିପ୍‌ରେ ଅଛନ୍ତି ମେଲୋନି? ଜାଣନ୍ତୁ ତାଙ୍କର ରିଲେସନ ଷ୍ଟାଟସ୍‌…

ନୂଆଦିଲ୍‌ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ଇଟାଲୀ ଗସ୍ତ କରିଥିଲେ, ଯେଉଁଠାରେ ସେ ତାଙ୍କର ଇଟାଲୀୟ ପ୍ରତିପକ୍ଷ, ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri