ହରିହର କ୍ୟାନସର ହସ୍ପିଟାଲରେ ଚିତ୍ରଶିଳ୍ପୀ ନାରୁ ମହାରଣା: ରାଜ୍ୟ ସରକାର ଦେଲେ ୫୦ ହଜାର ସହାୟତା

ପୁରୀ ଅଫିସ, ୧୩।୧୨:ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ନାରାୟଣ ମହାରଣା ଓରଫ ନାରୁ କର୍କଟ ରୋଗରେ ପୀଡ଼ିିତ ହୋଇ କଟକସ୍ଥିତ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନାରୁ ଆର୍ଥତ୍କ ଅନାଟନ ମଧ୍ୟରେ ଚିକିତ୍ସାଳୟ ଶଯ୍ୟାରେ ପଡ଼ିି ଛଟପଟ ହେଉଥିବା ନେଇ ଅକ୍ଟୋବର ୨୨ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲାପାଳଙ୍କ ସମେତ ଜିଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଏବଂ ଜିଲା ସଂସ୍କୃତି କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା। ଏହାର ମାସକ ପରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନାରାୟଣଙ୍କ ଚିକିତ୍ସା ଲାଗି କଳାକାର କଲ୍ୟାଣ ପାଣ୍ଠିରୁ ୫୦ ହଜାର ଟଙ୍କାର ଆର୍ଥତ୍କ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର କହିଛନ୍ତି, ଧରିତ୍ରୀରୁ ତାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲି। ୨୦୧୭ରେ ନାରାୟଣଙ୍କ ନାମ ପଦ୍ମଶ୍ରୀ ଲାଗି ସୁପାରିଶ ହୋଇଥିବା ଜାଣିବା ପରେ ସହାୟତା ପ୍ରଦାନ ଲାଗି ଜିଲା ପ୍ରଶାସନ ଏବଂ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ନାରାୟଣଙ୍କ ପରିବାରବର୍ଗ ଏଥିପାଇଁ ପ୍ରାଧିକରଣ ସଚିବ ମହାପାତ୍ରଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି।
କାଠ ଖୋଦେଇ, ପଟ୍ଟଚିତ୍ର, ଶ୍ରୀକ୍ଷେତ୍ରର ପାରମ୍ପରିକ ଗୋଷାଣୀ ଓ ନାଗା ମୂର୍ତ୍ତି ଗଠନରେ ନାରାୟଣଙ୍କ ସୁଖ୍ୟାତି ରହିଛି। ପଟ୍ଟଚିତ୍ର ଲାଗି ୨୦୦୩ରେ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ସେ କଳାମଣି ସମ୍ମାନ, ରାଜ୍ୟ ଡିଜାଇନ ଆୱାର୍ଡ, ଲଳିତ କଳା ଏକାଡେମୀ ସମ୍ମାନ, ଜଗନ୍ନାଥ ମହାପାତ୍ର ଶିଳ୍ପୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରାର ମୁଖ୍ୟ ଲୋକାଚାର ଭାବେ ରୀତିନୀତିରେ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଛି। ଗୁରୁବାର...

ମନ୍ତ୍ରୀଙ୍କ ସାମାଜିକ ଦୂରତା ପରାମର୍ଶ ମାନିଲେନି

ଖଇରା, ୧୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ବିଭିନ୍ନ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗୁରୁବାର ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ...

ଗାଡ଼ି ରଖି ଛୁ’

ଅନୁଗୋଳ ଅଫିସ,୧୮ା୩: ନୂଆ ରୂପ ନେଉଛି ଅନୁଗୋଳ। ବଦଳୁଛି ସହରର କଳେବର। ସହରବାସୀଙ୍କ ଯାତାୟାତ ସୁଗମ ଲାଗି ଜବରଦଖଲ ଉଚ୍ଛେଦ ଚାଲିଛି। ରାତାରାତି ଚଉଡ଼ା ହେଉଛି...

ଅମାନିଆଙ୍କୁ ନିଆରା ଶାସ୍ତି: ‘ମୁଁ ସ୍ବାର୍ଥପର’ ପ୍ଲାକାର୍ଡ ଧରାଉଛି ପାଟଣା ପୋଲିସ

ପାଟଣା,୨୫।୩(ସ୍ବ.ପ୍ର.): ସାରା ବିଶ୍ୱ କରୋନା ଭାଇରସକୁ ନେଇ ଆତଙ୍କିତ ଥିବା ବେଳେ ସରକାର ଓଡ଼ିଶାର ସମସ୍ତ ଜିଲାକୁ ମଙ୍ଗଳବାରଠାରୁ ଲକ୍‌ଡାଉନ କରିଛନ୍ତି। ଘରଭିତରେ ରହିବାକୁ ପୋଲିସ,...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଜିଲା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ଶିଶୁ, ନାବାଳିକା, ନାରୀ ନିର୍ଯାତନା, ବଳାତ୍କାର ଓ ଗଣବଳାତ୍କାର, ଅପହରଣ, ନିଖୋଜ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବୃଦ୍ଧି...

ଜଳୁନି ଟୋଲପ୍ଲାଜା ହାଇମାଷ୍ଟ

ଢେଙ୍କିକୋଟ,୧୯ା୭(ଡି.ଏନ୍‌.ଏ.)- ଜାତୀୟ ରାଜପଥ ୨୦ନଂ. ନବୀକରଣ ପରେ ଢେଙ୍କିକୋଟ ଗ୍ରାମବାସୀଙ୍କ ଦୁଃଖ ବଢ଼ିଯାଇଛି। ଅଧାପନ୍ତରିଆ କରି ଠିକା ସଂସ୍ଥା ଚାଲିଗଲା। ଉଭୟ ପାର୍ଶ୍ୱ ସର୍ଭିସ ରୋଡ୍‌...

ନାବାଳକ ପୁଅକୁ ନିଶାସକ୍ତ ବାପା କଚାଡି ମାରିଥିବା ଅଭିଯୋଗ

ସୋର, ୨୪ା୩ (ଡି.ଏନ୍‌.ଏ.)- ଖେଳୁଥିବା ବେଳେ କାନ୍ଥ ଉପରୁ ପଡି ନାବାଳକଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ବାପାକୁ ନ ଜଣାଇ ଗାଁ...

ବିଦ୍ୟୁତ୍‌ କରେଣ୍ଟ ଲାଗି ଚାଲିଗଲା ଭଉଣୀ ଭାଇଙ୍କ ଜୀବନ

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.):୧୨।୫: ବିଦ୍ୟୁତ୍‌ କରେଣ୍ଟ ଲାଗି ଶୁକ୍ରବାର ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଧାନ ଶିକ୍ଷୟିତ୍ରୀ ନିତୁ...

Advertisement
Archives

Model This Week