ହରିଶଙ୍କରରୁ ନୃସିଂହନାଥକୁ ପାହାଡ ଚଢି ଯିବା ମଜା ନିଆରା

ଖପ୍ରାଖୋଲ, ୧୭ା୫(ଡି.ଏନ.ଏ.):ବଲାଙ୍ଗୀର ଜିଲା ଓ ବରଗଡ ଜିଲା ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ ା ପାହାଡର ଦୁଇପାର୍ଶ୍ୱରେ ହରିଶଙ୍କର ଏବଂ ନୃସିଂହନାଥ ପୀଠ ା ବର୍ଷ ସାରା ଦୁଇ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଧାର୍ମିକ, ଆଧ୍ୟାତ୍ମିକ, ପୌରାଣିକ, କିମ୍ବଦନ୍ତକୁ ନେଇ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ ା ଦୁଇ ପୀଠକୁ ଲାଗି ଉଭୟ ପାଶର୍‌ବରେ ବହିଯାଇଛି ଚିରସୋ୍ରତା ଝରଣା ା ଦୁଇପୀଠକୁ ଭଲ ସଡକ ପଥ ଦେଇ ଗଲେ ୮୦ କିମିରୁ ଅଧିକ ଦୂର ପଡୁଥିବାବେଳେ ଲୋକେ ଗାଡି ମୋଟରରେ ଯାଆସ କରିଥାନ୍ତି ା ହେଲେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଭୟ ପୁଣ୍ୟକ୍ଷେତ୍ରରେ ହେଉଥିବାରୁ ତିନିଦିନ ଧରି ଗନ୍ଧମାର୍ଦ୍ଦନ ପାହାଡ ପାଲଟେ ଲୋକାରଣ୍ୟ ା ହଜାର ହଜାର ଶ୍ରଦ୍ଧାଳୁ ଆଶା ବିଶ୍ୱାସ ଓ ମାନସିକ ରଖି ଉଠାଣି ଗଡାଣି ପାହାଡ ରାସ୍ତାରେ ଦୀର୍ଘ ୧୫ କିମିରୁ ଊର୍ଦ୍ଧ୍ୱ ପଥକୁ ଦିନ ରାତି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଗନ୍ଧମାର୍ଦ୍ଦନ ପାହାଡ ଜଙ୍ଗଲରେ ଭରା ଥିବାବେଳେ ବନ୍ୟଜନ୍ତୁ ରହିଛନ୍ତି। ହେଲେ ବିଶ୍ୱାସ ପାଖରେ ସବୁ ହାର ମାନିଥାଏ। ପିଲା ଠୁଁ ବୁଢା ଯାଏଁ ସବୁ ବୟସର ଶ୍ରଦ୍ଧାଳୁ ପାହାଡ ଚଢି କିଏ ନୃସିଂହନାଥ ଯାଉଛି ତ କିଏ ହରିଶଙ୍କର ଆସୁଛି ଏହି ନିର୍ଘତ ଖରାରେ। ସତେ ଯେମିତି ବୈଶାଖ ଚତୁର୍ଦ୍ଦଶୀ ମେଳାବେଳେ ଏହି ତିନି ଦିନ ପାଲଟିଛି ପାହାଡ ଚଢାର ମାହାକୁମ୍ଭ ା ସମସ୍ତଙ୍କ ଅପେକ୍ଷା ଏହି ଦିନକୁ ା ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ପାହାଡ ଚଢୁଥିବା ଓ ଓହ୍ଲାଉ ଥିବା ଦେଖିବାକୁ ମିଳିଥିଲା। ଅଧିକ ସଂଖ୍ୟାରେ ଛତିଶଗଡ ଅଞ୍ଚଳର ଶ୍ରଦ୍ଧାଳୁ ଥିବା ଅନ୍ୟ ବର୍ଷ ଭଳି ଦେଖିବାକୁ ମିଳିଛି ା ପାହାଡ ଚଢା ସମୟରେ କୌଣସି ଅଘଟଣ ଆଜି ଯାଏଁ ଘଟି ନ ଥିବା ହରିଶଙ୍କର ମନ୍ଦିର ପରିଚାଳନା ସବ କମିଟି ସଭାପତି ବିପ୍ର ବିଶି ପ୍ରକାଶ କରିଛନ୍ତି। ପାହାଡ ଚଢା କଷ୍ଟକର ହୋଇଥିଲେ ବି ଗନ୍ଧମାର୍ଦ୍ଦନ ମାତା, ହରିଶଙ୍କର ବାବା, ନୃସିଂହନାଥ ବାବାଙ୍କ କରୁଣାରୁ ଶ୍ରଦ୍ଧାଳୁମାନେ ସହଜରେ ଯାଆସ କରିଥାନ୍ତି। ମନ୍ଦିର ତରଫରୁ ଗନ୍ଧମାର୍ଦ୍ଦନ ପାହାଡର ୫ କିମି ଉପରେ ଭୀମ ମୋଡ ନିକଟରେ ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ହରିଶଙ୍କର ମନ୍ଦିର ପରିଚାଳକ ବେଣୁଧର ସାହୁ କହିଛନ୍ତି। ପାହାଡ ପଥ ୧୫କିମିରୁ ଉର୍ଦ୍ଧ୍ୱ ହେଉଥିବାରୁ ଶ୍ରଦ୍ଧାଳୁଙ୍କୁ ସ୍ବାସ୍ଥ୍ୟସେବା ପାହାଡ ଉପରେ ଯୋଗାଇବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା, ଝାରସୁଗୁଡ଼ାରେ ୪୪ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ଗତ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳଠାରୁ ଉପାନ୍ତ ସବୁଠି ତାତିର ପ୍ରକୋପ ପରିବେଶକୁ ଉତ୍ତପ୍ତ...

ଦମ୍ପତିଙ୍କୁ ତାଲା ପକାଇ ଲୁଟିନେଲେ ସୁନା, ନଗଦ ୧୨ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି ହୋଇଛି। ଦମ୍ପତିଙ୍କୁ ତାଲା ପକାଇ ଅଧାକିଲୋ ସୁନା, ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି।...

ସ୍କୁଲରେ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର, ୧୫।୭(ବ୍ୟୁରୋ)-କରୋନା ମହାମାରୀ ପାଇଁ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିଛି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଛନ୍ତି।...

କ୍ରାଇମ୍‌ ସ୍ପଟରୁ ଡେମୋ ଦେଖାଇଲେ ଗୋପାଳ

ବ୍ରଜରାଜନଗର,୭।୨(ଡି.ଏନ୍‌.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମଙ୍ଗଳବାର ସିନ୍‌ ରିକ୍ରିଏଶନ୍‌ କରିଛି। ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମ୍‌ ସ୍ପଟକୁ ନିଆଯାଇ ସେଠାରେ...

ନଦୀ ସାଜିଛି ପ୍ରତିବନ୍ଧକ

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ବର୍ଷା ଆସିଲେ ଛାତିରେ ଛନକା ପଶେ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଆଶଙ୍କା ଘାରେ। ବର୍ଷା ହେଉ କିମ୍ବା ଅନ୍ୟ ଦିନଗୁଡ଼ିକରେ ନଦୀ ପ୍ରତିବନ୍ଧକ...

ବିବାହ ପୂର୍ବରୁ ଜୀବନ ହାରିଲେ ଯୁବକ

ଲଙ୍ଗଳେଶ୍ୱର,୧୪।୭(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ହୋଇଥାନ୍ତା ବାହାଘର। ଏହା ପୂର୍ବରୁ ଜୀବନ ହାରିଦେଲେ ଯୁବକ। ବେକରେ ରଶି ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି।...

ପଦ୍ମପୁର ଉପନିର୍ବାଚନ: କମିଲା ଅବଧି, ୭ଟାରୁ ୪ଟା ଯାଏ ଭୋଟିଂ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟସୀମାକୁ ହ୍ରାସ କରାଯାଇଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ।...

ବିଳମ୍ବରେ ବହି ମିଳିବା ଘଟଣାର ତଦନ୍ତ ହେବ: ମନ୍ତ୍ରୀ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ମାଟ୍ରିକ ପରୀକ୍ଷାର କିଛିଦିନ ପୂର୍ବରୁ ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ବହି ମିଳିବା ଘଟଣାର ତଦନ୍ତ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଥିବା...

Advertisement
Archives

Model This Week