ହରିପୁର ଘାଟରୁ ବେଆଇନ ବାଲି ଚାଲାଣ

ବାରିପଦା ଅଫିସ,୩୧ା୧- ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ପ୍ରତାପପୁର ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀର ହରିପୁର ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ସ୍ଥାନୀୟ ଲୋକେ ତହସିଲ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ବେପାରୀମାନେ ସହଜରେ ବାଲି ଚୋରା ଚାଲାଣ କରୁଛନ୍ତି। ଏହି ଘାଟରୁ ବାଲି ଉଠାଇ ଖାନୁଆ ଗ୍ରାମ ମଧ୍ୟ ଦେଇ ଚାଲାଣ କରାଯାଉଛି। ପ୍ରତିଦିନ ଭୋର ସମୟରେ ଏଠାରୁ ବାଲି ଉଠାଇ ବେପାରୀମାନେ ଚାଲାଣ କରୁଛନ୍ତି। ଖାନୁଆ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ମଧ୍ୟ ବେପାରୀମାନେ ସେମାନଙ୍କୁ ଧମକ ଚମକ ଦେଉଥିବା ଜଣେ ଗ୍ରାମବାସୀ କହିଛନ୍ତି। ଏଠାରୁ ପ୍ରତି ଦିନ ଶହ ଶହ ଟ୍ରାକ୍ଟର, ଡମ୍ପର ଓ ବିଭିନ୍ନ ଗାଡ଼ିରେ ବାଲି ଚାଲାଣ ହେଉଛି। ଏ ନେଇ ଖାନୁଆ ରାଜସ୍ବ ନିରୀକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ସେ ବାଲି ଚାଲାଣ ଅଭିଯୋଗକୁ ଏଡାଇ ଯାଇ କୌଣସି ମତାମତ ଦେଇ ନ ଥିଲେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଅଭାବ: ଚାଷଜମିରୁ ଫେରି ଘରେ ବିଷ ପିଇଲେ ଚାଷୀ

ବଲାଙ୍ଗୀର ଅଫିସ, ୩।୯: ଚାଷଜମିରୁ ଫେରି ଘରେ ବିଷ ପିଇ ଦେଇଥିଲେ ଚାଷୀ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା...

ରାତିରେ ପର ଘରେ ଆଶ୍ରୟ

ଚମ୍ପୁଆ, ୧।୫ (ଡି.ଏନ.ଏ.)-ଘର ଭାଙ୍ଗି ଯାଇଥିବାରୁ ଯେକୌଣସି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଅର୍ଥ ଅଭାବ ଯୋଗୁ ଘରେ ଖଣ୍ଡେ କରିବା ତାଙ୍କ...

ମୁମ୍ବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୯ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଭୀମପୁର ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ଘଟିଛି। ସେ ହେଲେ ଲୋକନାଥ ସାହୁ (୫୫)। ଲୋକନାଥ...

ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନକୁ ହସ୍ତାନ୍ତର

ଗଞ୍ଜାମ,୨୯ା୬(ଡି.ଏନ.ଏ.)-ଗଞ୍ଜାମ ସହରସ୍ଥିତ ତ୍ରିବେଣୀ ମଠଛକଠାରେ ଶୁକ୍ରବାର ଅସହାୟ ଭାବେ ବୁଲୁଥିବା ଜଣେ ନାବାଳିକା (୧୫ବର୍ଷ)ଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ନାବାଳିକା ଜଣକ ମଠଛକ ଠାରେ...

ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ...

ସାପ କାମୁଡିବା ପରେ ଜଣାପଡିଲା କରୋନା ପଜିଟିଭ

ଶଙ୍କରାଖୋଲ,୩୦ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଚକାପାଦ ବ୍ଲକ ଚକାପାଦ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ଘରେ ଶୋଇଥିବାବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ...

ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ି ନେଇ ଡ୍ରାଇଭର ଛୁ’

ଖଡ଼ିଆଳ,୬।୭(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଶାଖାରୁ ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ିକୁ ନେଇ ଡ୍ରାଇଭର ଫେରାର...

ଘାଟିରୁ ଖସିଲା ଟ୍ରକ: ଡ୍ରାଇଭର ମୃତ

ବାରିପଦା ଅଫିସ,୧୮ା୭: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ନଂ ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ରବିବାର ସକାଳୁ ଏକ ଲୁହାପଥର ବୋଝେଇ ଟ୍ରକ ତଳକୁ...

Advertisement
Archives

Model This Week