ହନୁମତିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ତଳମୁଣ୍ଡକୁ ପାଣି ଆସୁନି, ଚାଷୀ ହନ୍ତସନ୍ତ

ତେଲକୋଇ, ୨୫ା୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ହନୁମତିଆ କ୍ଷୁଦ୍ର ଜଳ ସେଚନ (ଡିମିରିଆ)ପ୍ରକଳ୍ପରୁ ତଳ ମୁଣ୍ଡକୁ ଜଳ ଯୋଗାଣ ହୋଇପାରୁନାହିଁ । ଏଥିଯୋଗୁ ସୂର୍ଯ୍ୟମୁଖି, ଆକୁଳ ମକା, ଶୋରିସ ଓ ଚିନାବାଦାମ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ମଧ୍ୟରେ ପାଣି ପମ୍ପ ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ପାଣି ଯୋଗାଣ ପାଇଁ ପାଣିପକ୍ଷ କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ରବି ଫସଲ ନଷ୍ଟ ହେଉଥିବା ନେଇ ଶୁକ୍ରବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି କ୍ଷୁଦ୍ର ଜଳସେଚନ ମାଧ୍ୟମରେ ରବି ଫସଲ ପାଇଁ ଡିମିରିଆ ଜଟ ଓ ହାଲପୋଡି ଚାଷୀମାନଙ୍କର ଆବଶ୍ୟକ ଜଳସେଚନ କରା ନ ଗଲେ ରବି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବା ନେଇ ସେମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି। ପର୍ଯ୍ୟାପ୍ତ ପାଣି ହନୁମତିଆ ଜଳ ପ୍ରକଳ୍ପରେ ରହିଥିବା ସତ୍ତ୍ୱେ ଆବଶ୍ୟକ ପାଣି ଯୋଗାଣ ହୋଇପାରୁ ନ ଥିବା ହାଲପୋଡି ଗ୍ରାମର ଚାଷୀ ଡିଲେଶ୍ୱର କହିଛନ୍ତି। ସେହିପରି ଏହି ଜଳ ପ୍ରକଳ୍ପରୁ ୩ହଜାର ଚାଷୀ କ୍ଷତି ହେବା ଆଶଙ୍କା କରିଛନ୍ତି । ଏ ସମ୍ବନ୍ଧରେ ଜଳସେଚନ ବିଭାଗର ଏସ୍‌ଡିଓ ଡି. ସୁଧାକରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ସମ୍ପୃକ୍ତ ଚାଷୀଙ୍କ ରବି ଫସଲ ପାଇଁ ଜଳଯୋଗାଣ ହୋଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

୫କୋଟି ବ୍ୟୟରେ ହେବ ବ୍ୟାଖ୍ୟାକରଣ କେନ୍ଦ୍ର

ଭୁବନେଶ୍ୱର,୭।୪(ବ୍ୟୁରୋ): ବିଶ୍ୱର ଏକ ପ୍ରମୁଖ ଐତିହାସିକ ସ୍ଥଳ ଭାବେ ଧଉଳି ଶାନ୍ତି ସ୍ତୁପ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହି ଠାରୁ ହିଁ ଶାନ୍ତି, ଅହିଂସା...

ଶାରିଶୂଆକୁ ସଜେଇବାକୁ ନିଆଗଲା ପଦକ୍ଷେପ : ସ୍ଥାନ ଅନୁଧ୍ୟାନ ପାଇଁ ପହଞ୍ଚିଲେ ଇଞ୍ଜିନିୟରିଂ ଟିମ୍‌

ଖଇରା, ୨୯।୮(ଡି.ଏନ.ଏ)-ବଦଳିବ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ସୌନ୍ଦର୍ଯ୍ୟ। ଖଣି ମାଫିଆମାନଙ୍କ ଲୋଲୁପ ଦୃଷ୍ଟିରୁ ବାହାରି ଏବେ ପର୍ଯ୍ୟଟକମାନଙ୍କ ପାଇଁ ନୂଆ...

ଟ୍ରେନ୍‌ ଦୁର୍ଘଟଣାର ସଠିକ୍‌ ମୃତ୍ୟୁସଂଖ୍ୟା ୨୭୫: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସଠିକ୍‌ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଶନିବାର ସୁଦ୍ଧା ଏହା ସରକାରୀ ଭାବେ ୨୮୮ ରହିଥିବା ବେଳେ ରବିବାର ଏହି ମୃତ୍ୟୁସଂଖ୍ୟା...

ହଟିଲା ନିଷେଧାଦେଶ, ଚାଲିଲା ଟ୍ରଲର

ଭୋଗରାଇ, ୧୪।୬(ପ୍ରଦୀପ ଦାସ): ମତ୍ସ୍ୟଜୀବୀଙ୍କ ଦୀର୍ଘ ଦୁଇ ମାସ ଅପେକ୍ଷାର ଅନ୍ତ ଘଟିଛି। ଏହି ଦୁଇ ମାସ ମଧ୍ୟରେ ମତ୍ସ୍ୟଜୀବୀଙ୍କ ପରିବାର ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଥିଲା...

ଗୋଟିଏ କୋଠରିରେ ୨ ଶ୍ରେଣୀ

ବଇଣ୍ଡା,୨୮।୫(ଡି.ଏନ.ଏ.) ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ଏହି କାରଣରୁ ଗୋଟିଏ କୋଠରିରେ ୨ଟି ଶ୍ରେଣୀର ପିଲାଙ୍କୁ ବସିବାକୁ ପଡ଼ୁଛି। ଏଥିସହ ଶିକ୍ଷକ ଅଭାବ...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ପୁରୀ ଜିଲା ଗୋପ ବ୍ଲକ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ଦାୟୀ। ହେଲେ ତାଙ୍କୁ ମନ୍ତ୍ରିପଦରୁ ଏଯାବତ୍‌...

ସୁନ୍ଦରଗଡ଼, ଅନୁଗୋଳରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ସୁନ୍ଦରଗଡ଼ ଏବଂ ଅନୁଗୋଳ ଜିଲାରେ ୨ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ବୋର୍ଡ ଅନୁମୋଦନ...

ପୁରୀରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

ପୁରୀ ଅଫିସ, ୨୬।୫: ବାତ୍ୟା ଫନୀରେ ପୁରୀ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ପୁରୀରେ ପହଞ୍ଚିଛନ୍ତି ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ରବିବାର ପୂର୍ବାହ୍ନରେ ସର୍କିଟ...

Advertisement
Archives

Model This Week