ହଦଗଡ଼ ଡ୍ୟାମ୍‌ର ସୁରକ୍ଷା ନେଇ ପ୍ରଶ୍ନବାଚୀ

ହାଟଡିହୀ, ୧୦।୬(ଶୁଭକାନ୍ତ ନାୟକ)-କେନ୍ଦୁଝର ଓ ଭଦ୍ରକ ଜିଲାକୁ କେନାଲ ଯୋଗେ ଜଳସେଚନ ସୁବିଧା ଯୋଗାଉଥିବା ହଦଗଡ଼ ଡ୍ୟାମର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ଦେଇ ପ୍ରବାହିତ ସାଳନ୍ଦୀ ନଦୀ ଉପରେ ଡ୍ୟାମ ନିର୍ମାଣ କରାଯାଇ ବିଦ୍ୟାଧରପୁରଠାରେ ନିର୍ମିତ ବ୍ୟାରେଜରୁ ବାମ ଓ ଦକ୍ଷିଣ ପାର୍ଶ୍ୱ କେନାଲରେ ଚାଷ ଜମିକୁ ଜଳ ଯୋଗାଯାଉଛି। ମନୋରମ ପରିବେଶ ଯୋଗୁ ହଦଗଡ ଡ୍ୟାମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିଛି। ଏହି ଡ୍ୟାମର ସୁରକ୍ଷାବାଡା ଦୁର୍ବଳ ହୋଇପଡ଼ିବା ପରେ ତାହାକୁ ଭାଙ୍ଗି ସେଠାରେ ନୂତନ ଭାବେ ସୁରକ୍ଷା ବାଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିଲାଗି ୪୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏହାସତ୍ତ୍ୱେ ନିମ୍ନମାନର ଲୁହାଛଡ଼ ବ୍ୟବହାର ସାଙ୍ଗକୁ ଢଳେଇ କାମ କରାଯାଉଥିବାରୁ ସୁରକ୍ଷାବାଡାର ସ୍ଥାୟୀତ୍ୱ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ନଦୀବନ୍ଧ ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପର ସୁରକ୍ଷା ଲାଗି ସରକାରୀସ୍ତରରେ ଗୁରୁତ୍ୱ ଦିଆଯାଉଥିବାବେଳେ ପ୍ରଶାସନିକସ୍ତରରେ ଏହାକୁ ଅଣଦେଖା କରାଯିବା ଚିନ୍ତାର କାରଣ ହୋଇଛି। ୧୯୬୦ ମସିହାରେ ହଦଗଡ଼ ଡ୍ୟାମ ନିର୍ମାଣ ଆରମ୍ଭ ହୋଇ ୧୯୭୬ ମସିହାରେ ଶେଷ ହୋଇଥିଲା। ବନ୍ଧର ଉଚ୍ଚତା ପ୍ରାୟ ୮୫.୯୫ ମିଟର। ସେଠାରେ ୩ଟି ସ୍ଲୁଇସ ଗେଟ୍‌ ରହିଛି ଯାହାଦ୍ୱାରା ନଦୀକୁ ଜଳ ନିଷ୍କାସନ କରାଯାଉଛି। ଉଲ୍ଲେଖନୀୟ ଯେ, ହଦଗଡ଼ ଡ୍ୟାମର ମନୋରମ ପରିବେଶର ଶୋଭା ଉପଭୋଗ କରିବାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଏହି ସ୍ଥାନ ବୁଲି ଦେଖିବାକୁ ଆସୁଛନ୍ତି। ସେମାନେ ଡ୍ୟାମ ଉପରେ ବିଶାଳ ଜଳଭଣ୍ଡାରର ନୀଳ ଜଳରାଶିର ଶୋଭା ଉପଭୋଗ କରିଥାନ୍ତି। ଶୀତ ଋତୁରେ ଅନେକ ପର୍ଯ୍ୟଟକ ମଧ୍ୟ ଏଠାକୁ ବଣଭୋଜି କରିବାକ ଆସିଥାନ୍ତି। ଡ୍ୟାମର ସୁରକ୍ଷାବାଡ଼ା ଦୁର୍ବଳ ହେବା ଯୋଗୁ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଥିଲେ। ଏହାପରେ ବ୍ୟୟ ଅଟକଳ ହୋଇ ବିଦ୍ୟାଧରପୁର ସବ୍‌ଡିଭିଜନ ପକ୍ଷରୁ ପ୍ରାୟ ମାସେ ହେବ ନୂତନ ବାଡ଼ା ନିର୍ମାଣ କରାଯାଉଛି। ପୁରୁଣା ବାଡ଼ାକୁ ଭାଙ୍ଗି ବାଲି, ସିମେଣ୍ଟ ଭାଗ କମ୍‌ ଦିଆଯାଇ ନୂତନ ବାଡ଼ା ନିମ୍ନମାନର କରାଯାଉଥିବାରୁ ଡ୍ୟାମ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଦେଖି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି କୌଣସି ଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଆସୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହଦଗଡ଼ ଡ୍ୟାମର ସୁରକ୍ଷା ଲାଗି ନିର୍ଦ୍ଧାରିତ ଅଟକଳ ଅନୁସାରେ ନିର୍ମାଣ କାମ କରାଯିବା ସାଙ୍ଗକୁ କ୍ୱାଲିଟି କଣ୍ଟ୍ରୋଲ ଟିମ୍‌ ଦ୍ୱାରା ମାନ ପରୀକ୍ଷା କରାଯିବା ସକାଶେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅମୂଲ୍ୟ ରାଉତଙ୍କୁ ପଚାରିବାରୁ କହିଛନ୍ତି, ଠିକାଦାରଙ୍କ ଦେହ ଖରାପ ଥିବାରୁ ତାଙ୍କ ଲୋକ ସୁରକ୍ଷାବାଡା ନିର୍ମାଣ କରୁଛନ୍ତି। କାମରେ କୌଣସି ଅନିୟମିତତା ହୋଇଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଫଳକ କାହିଁକି ଲଗାଯାଇନାହିଁ ପଚାରିବାରୁ ସେଭଳି ବ୍ୟବସ୍ଥା ବିଭାଗ ପକ୍ଷରୁ ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri