ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗାଁର ୨ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦିଗପହଣ୍ଡି ପୋଲିସ ମଙ୍ଗଳବାର ଅଭିଯୁକ୍ତ ସନ୍ତୋଷ ମହାନ୍ତିଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ମାମଲା (ନଂ.୬୪/୨୦) ଅନୁଯାୟୀ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସନ୍ତୋଷଙ୍କୁ ଦିଗପହଣ୍ଡି ସବ୍‌ ଜେଲକୁ ପଠାଯାଇଛି।
ସୂଚନାନୁଯାୟୀ, ସନ୍ତୋଷ ନିଜ ଗ୍ରାମ ଜକମେରୀପଲ୍ଲୀରେ ତେଜରାତି ଦୋକାନ କରିଥିବା ବେଳେ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିଲେ। ଏ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଗତ ରବିବାର ସକାଳେ ଗ୍ରାମର ବିଶ୍ୱନାଥ ବେହେରା ଓ ସନ୍ତୋଷ ନାୟକ ତେଜରାତି ଦୋକାନରେ ପହଞ୍ଚି ବେଆଇନ ଭାବେ ବିଦେଶୀ ମଦ ବିକ୍ରିକୁ ବିରୋଧ କରିଥିଲେ। ଏହାକୁ ନେଇ ସନ୍ତୋଷଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହେବା ପରେ ଏହା ଉଗ୍ରରୂପ ନେଇଥିଲା। ଫଳରେ ସନ୍ତୋଷ ମହାନ୍ତି ଉତ୍ତେଜିତ ହୋଇ ଖଣ୍ଡାରେ ଉଭୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଆହତ ଦ୍ବୟଙ୍କୁ ଗ୍ରାମବାସୀ ଉଦ୍ଧାରକରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ ଏତଲା ହେବା ପରେ ଥାନା ଆଇଆଇସି ବସନ୍ତ କୁମାର ସେଠୀ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକାର୍ପିତ ହେଲା ପାନୀୟ ଜଳ ପ୍ରକଳ୍ପ

ବଲାଙ୍ଗୀର ଅଫିସ, ୨୮ା୧:  ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବୁଧବାର ସଦର ବ୍ଲକର ଖଲିଆପାଲି, କୁଟୁମଡୋଲା, ଚନ୍ଦନଭାଟ ପଞ୍ଚାୟତର ବିଭିନ୍ନ ଗଁା ଗସ୍ତ କରି ଲୋକମାନଙ୍କ...

ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନିଆଳି, ୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ...

ପୋଖରୀରେ ବୁଡି ଯୁବକଙ୍କ ଜୀବନଗଲା

ଦିଗପହଣ୍ଡି,୩୦।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଆଠ ଗଡ଼ିଆ ସାହିର ବି.ଦିନବନ୍ଧୁ ନାମକ ଜଣେ ଯୁବକ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦...

ରାଜ୍ୟରେ ବଢ଼ୁଛି ବନ୍ୟପ୍ରାଣୀ ଅପରାଧ : ଭବାନୀପାଟଣାରୁ ହାତୀଦାନ୍ତ ଜବତ, ୩ ଗିରଫ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଦିନକୁ ଦିନ ଓଡ଼ିଶାରେ ବଢ଼ିଚାଲିଛି ବନ୍ୟପ୍ରାଣୀ ଅପରାଧ। ଏହି କ୍ରମରେ ଗୁରୁବାର କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଭବାନୀପାଟଣାରୁ ଏକ ହାତୀଦାନ୍ତ ଓ ବାଘଛାଲ ଜବତ...

ବାରବାଟୀ ଲଢେଇ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

କଟକ ଅଫିସ୍‌,୧୨।୬: ଭାରତ ଏବଂ ଦକ୍ଷିଣ ଆଫିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି।...

ବଜ୍ରପାତରେ ୨ ଜୀବନ ଗଲା

ଶଙ୍କରାଖୋଲ(ଡି.ଏନ୍‌.ଏ.)/ଫିରିଙ୍ଗିଆ,୨ା୬- କନ୍ଧମାଳ ଜିଲାରେ ସୋମବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଚକାପାଦ ଥାନା...

ନେହେରୁଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ ପରଲୋକ

କେନ୍ଦ୍ରାପଡ଼ା ଅଫିସ, ୨୪ା୧୨: କେନ୍ଦ୍ରାପଡ଼ା ସହର ବଳଗଣ୍ଡି ଗାଁର ଶତାୟୁ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହୋଇଛି। ମୃତ୍ୟୁ ବେଳକୁ...

ଖାଲିରେ ଚାଲିଛି ଭିଜିଲାନ୍ସ ବିଭାଗ

କଟକ ଅଫିସ, ୧୮ା୭: ରାଜ୍ୟରେ ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତିକୁ ରୋକିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା...

Advertisement
Archives

Model This Week