ହତ୍ୟାକାରୀଙ୍କୁ କ୍ଷମାଦେଲେ ଖାଶୋଗୀଙ୍କ ପରିବାର

ରିୟାଧ,୨୩ା୫(ଆଇଏଏନ୍‌ଏସ୍‌): ସୌଦି ଖବରଦାତା ଜମାଲ ଖାଶୋଗୀଙ୍କ ହତ୍ୟାକାରୀମାନଙ୍କୁ ତାଙ୍କ ପରିବାର ପକ୍ଷରୁ କ୍ଷମା କରିଦିଆଯାଇଛି। ଖାଶୋଗୀଙ୍କ ପୁଅ ସଲାହଙ୍କ ଟୁଇଟର ଆକାଉଣ୍ଟରେ ଏହା ପୋଷ୍ଟ କରାଯାଇଛି। ପବିତ୍ର ରମଜାନ ମାସରେ ଆଲ୍ଲାଙ୍କ କଥାକୁ ମନେ ପକାଇ ସଲାହ ଲେଖିଛନ୍ତି, ଜଣେ ବ୍ୟକ୍ତି କ୍ଷମା କରିବା ସହ ପୁନଃ ବନ୍ଧୁତ୍ୱ ସ୍ଥାପନ କଲେ ଈଶ୍ୱରଙ୍କ ଦ୍ୱାରା ପୁରସ୍କୃତ ହୋଇଥାନ୍ତି। ସେଥିପାଇଁ ବାପାଙ୍କ ହତ୍ୟାକାରୀଙ୍କୁ ଆମେ କ୍ଷମାଦେଲୁ ବୋଲି ସେ ଓ ତାଙ୍କର ଅନ୍ୟ ଭାଇମାନେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ୨୦୧୮ ଅକ୍ଟୋବର ୨ରେ ଖାଶୋଗୀ ଇସ୍ତାନବୁଲସ୍ଥିତ ସୌଦି ବାଣିଜି୍ୟକ ଦୂତାବାସକୁ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇ ମୃତଦେହକୁ ଗାଏବ କରିଦିଆଯାଇଥିଲା। ଏହି ମାମଲାରେ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ସୌଦି ରାଜପରିବାରର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଅଗଷ୍ଟରେ ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ନିର୍ବାଚନ କରିବ ପାକିସ୍ତାନ: ଭାରତ କଲା ବିରୋଧ

ଇସଲାମାବାଦ୍‌, ୨୮।୬: ପାକିସ୍ତାନ ଭାରତକୁ ହଇରାଣ କରିବା ଲାଗି ଷଡ଼ଯନ୍ତ୍ର କରୁଛି। ପାକିସ୍ତାନ ପକ୍ଷରୁ ୧୮ ଅଗଷ୍ଟରେ ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ନିର୍ବାଚନ କରିବା ଲାଗି ଘୋଷଣା କରାଯାଇଛି।...

କରୋନା ସହ ଲଢ଼େଇ ପାଇଁ ଅଣ୍ଟାଭିଡ଼ା: ତୁର୍କୀର ୩୧ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ

ଆଙ୍କରା,୧୧।୪: କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ରୋକିବା ପାଇଁ ତୁର୍କୀର ୩୧ଟି ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ଜାରି ହୋଇଥିବା ଅଞ୍ଚଳ ମଧ୍ୟରେ...

ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ୪୧ ଦାଦନ ଶ୍ରମିକ ଉଦ୍ଧାର

ଗ୍ରୀସ୍‌,୫ା୧୧-ଗ୍ରୀସ୍‌ରେ ଏକ ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ସୋମବାର ୪୧ ଜଣ ଦାଦନ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ପୋଲିସ ଉକ୍ତ ଟ୍ରକ୍‌ର ଡ୍ରାଇଭରଙ୍କୁ ଗିରଫ କରିଛି। ଦାଦନ...

ଅଧିକ କରୋନା ସଂକ୍ରମଣ ହେବା ସମ୍ମାନର କଥା: ଟ୍ରମ୍ପ୍‌

ଓ୍ବାଶିଂଟନ,୨୦।୫: ଆମେରିକାରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଇତିମଧ୍ୟରେ ଏଠାରେ ୧୫ ଲକ୍ଷ ୭୦ ହଜାର ୫୮୩ ଜଣ ସଂକ୍ରମିତ ହୋଇଥିବାବେଳେ...

ଇମ୍ରାନଙ୍କ ଘୋଷଣା: ବିନା ପାସପୋର୍ଟରେ ପାକିସ୍ତାନ ଆସିପାରିବେ ଭାରତୀୟ ଶ୍ରଦ୍ଧାଳୁ

ଇସଲାମାବାଦ,୧।୧୧:କରତାରପୁର କରିଡର ଦେଇ ପାକିସ୍ତାନ ଆସୁଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ବିନା ପାସପୋର୍ଟରେ ଭାରତୀୟ ଶ୍ରଦ୍ଧାଳୁ...

ଯୁବବର୍ଗଙ୍କୁ ସଂକ୍ରମିତ କଲେ କରୋନା ଯୁଦ୍ଧରେ ହେବ ବିଜୟ!

ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି...

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ...

ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ...

Coronavirus Update


Archives

Model This Week

Why Dharitri