ହଜି ଯାଉଛିି ଶୈଶବ : ବହିବସ୍ତାନି କାନ୍ଧରେ ପରିବାର ବୋଝ

ପୁରୀ ଅଫିସ,୨ା୯: ଶିଶୁ ଦେଶର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ। ହେଲେ ଏବେ ଶିଶୁଙ୍କ କାନ୍ଧରେ ବହିବସ୍ତାନି ବଦଳରେ ପରିବାର ବୋଝ ଲଦି ହୋଇଯାଉଛି। ଫଳରେ ହଜିଯାଉଛି ତାଙ୍କର ହସ, ଲିଭିଯାଉଛି ଆଶା ଓ ଆକାଂକ୍ଷା। ସ୍ବପ୍ନ ସବୁ ମଉଳି ଯାଉଛି। ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ସେମାନଙ୍କ ଭବିଷ୍ୟତ। ସେହିପରି ଶିଶୁମାନଙ୍କ ସୁରକ୍ଷା ମଧ୍ୟ ବଡ ପ୍ରସଙ୍ଗ ପାଲଟିଛି। ନିୟମକାନୁନ ଥିଲେ ବି ପୋଲିସ ଓ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ।
ପୁରୀ ଜିଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶିଶୁ ଚାଲାଣ, ଶିଶୁ ଶ୍ରମିକ ରୋକିବା ଲାଗି ବିଭିନ୍ନ ଆଇନ କାର୍ଯ୍ୟକାରୀ କରାଯାଇଛି। ମାତ୍ର ଏସବୁ କେବଳ କାଗଜପତ୍ରରେ ସୀମିତ ରହିଛି। ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଲଜ, ନିର୍ମାଣାଧୀନ କୋଠାବାଡ଼ି ଆଦି କାର୍ଯ୍ୟରେ ଶିଶୁମାନେ ଶ୍ରମିକ ଭାବେ ବିପଦସଙ୍କୁଳ ପରିସ୍ଥିତିରେ କାମ କରୁଛନ୍ତି। ଜିଲା ଶ୍ରମ ବିଭାଗ କାଁ ଭାଁ ଚଢାଉ କରି ଚୁପ୍‌ ବସିପଡୁଛି। ପୁରୀ ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିର ମଜା ନେବା ଲାଗି ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ତେଣୁ ବହୁ ଶିଶୁ ନିଜ ପେଟପାଟଣା ଲାଗି ପୁରୀକୁ ଚାଲିଆସୁଛନ୍ତି। ଏଠାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ଥିବା ଜଣାପଡ଼ିଛି। ଅନେକ ଶିଶୁ ପୁରୀ ବେଳାଭୂମିରେ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ମାଳି, ଶଙ୍ଖ, ଟେରାକୋଟା, ଶାମୁକା ଆଦି ବିକ୍ରି କରୁଥିବା ଦେଖିବାକୁ ମିଳେ। ଏତଦ୍‌ବ୍ୟତୀତ ପୁରୀ ସହର ଓ ଆଖପାଖ ଅଞ୍ଚଳର ଇଟାଭାଟି, ହୋଟେଲ, ଗ୍ୟାରେଜ ଏବଂ ରେଷ୍ଟୁରାଣ୍ଟରେ ବହୁ ଶିଶୁ କାମ କରୁଛନ୍ତି। ସେହିପରି କେତେଜଣ ବାଂଲାଦେଶୀ ପିଲା ପରିବାର ବୋଝ ଯୋଗୁ ଭିକ୍ଷାବୃତ୍ତି କରୁଥିବା ମଧ୍ୟ ନଜରକୁ ଆସିଛି।
ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ସୁବ୍ରତ ଜେନା କହିଛନ୍ତି, ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଗତ ବର୍ଷ ୪୩ ଏବଂ ଚଳିତ ବର୍ଷ ୪୫ରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କେଉଁଠି ଶିଶୁ ଶ୍ରମିକ କାମ କରୁଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଜିଲା ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଶିଶୁ ଶ୍ରମିକ ରୋକିବା ଲାଗି ଏକ ଟାସ୍କଫୋର୍ସ ଗଠନ ହୋଇଛି। ଜିଲା ଶ୍ରମ ବିଭାଗ ଶିଶୁ ଚାଲାଣ ରୋକିବା ସହ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥାନ୍ତି। ଚାଇଲ୍ଡଲାଇନ ପକ୍ଷରୁ ସେମାନଙ୍କୁ କାଉନସେଲିଂ କରାଯିବା ସହ ସେମାନଙ୍କ ମା’, ବାପାଙ୍କ ସହିତ ଆଲୋଚନା କରାଯାଇ ଥଇଥାନ ବ୍ୟବସ୍ଥା କରାଯାଇଥାଏ। ଶିଶୁ ସୁରକ୍ଷା ନେଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଜିଲାର ୧୧ଟି ବ୍ଲକ ସମେତ ପଞ୍ଚାୟତସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ବ୍ଲକ ଅଧ୍ୟକ୍ଷ, ବିିଡିଓ, ବିିଇଓ, ସିଡିପିଓ, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ବ୍ଲକସ୍ତରୀୟ କମିଟିର ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri