ହଜି ଯାଉଛିି ଶୈଶବ : ବହିବସ୍ତାନି କାନ୍ଧରେ ପରିବାର ବୋଝ

ପୁରୀ ଅଫିସ,୨ା୯: ଶିଶୁ ଦେଶର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ। ହେଲେ ଏବେ ଶିଶୁଙ୍କ କାନ୍ଧରେ ବହିବସ୍ତାନି ବଦଳରେ ପରିବାର ବୋଝ ଲଦି ହୋଇଯାଉଛି। ଫଳରେ ହଜିଯାଉଛି ତାଙ୍କର ହସ, ଲିଭିଯାଉଛି ଆଶା ଓ ଆକାଂକ୍ଷା। ସ୍ବପ୍ନ ସବୁ ମଉଳି ଯାଉଛି। ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ସେମାନଙ୍କ ଭବିଷ୍ୟତ। ସେହିପରି ଶିଶୁମାନଙ୍କ ସୁରକ୍ଷା ମଧ୍ୟ ବଡ ପ୍ରସଙ୍ଗ ପାଲଟିଛି। ନିୟମକାନୁନ ଥିଲେ ବି ପୋଲିସ ଓ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ।
ପୁରୀ ଜିଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶିଶୁ ଚାଲାଣ, ଶିଶୁ ଶ୍ରମିକ ରୋକିବା ଲାଗି ବିଭିନ୍ନ ଆଇନ କାର୍ଯ୍ୟକାରୀ କରାଯାଇଛି। ମାତ୍ର ଏସବୁ କେବଳ କାଗଜପତ୍ରରେ ସୀମିତ ରହିଛି। ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଲଜ, ନିର୍ମାଣାଧୀନ କୋଠାବାଡ଼ି ଆଦି କାର୍ଯ୍ୟରେ ଶିଶୁମାନେ ଶ୍ରମିକ ଭାବେ ବିପଦସଙ୍କୁଳ ପରିସ୍ଥିତିରେ କାମ କରୁଛନ୍ତି। ଜିଲା ଶ୍ରମ ବିଭାଗ କାଁ ଭାଁ ଚଢାଉ କରି ଚୁପ୍‌ ବସିପଡୁଛି। ପୁରୀ ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିର ମଜା ନେବା ଲାଗି ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ତେଣୁ ବହୁ ଶିଶୁ ନିଜ ପେଟପାଟଣା ଲାଗି ପୁରୀକୁ ଚାଲିଆସୁଛନ୍ତି। ଏଠାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ଥିବା ଜଣାପଡ଼ିଛି। ଅନେକ ଶିଶୁ ପୁରୀ ବେଳାଭୂମିରେ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ମାଳି, ଶଙ୍ଖ, ଟେରାକୋଟା, ଶାମୁକା ଆଦି ବିକ୍ରି କରୁଥିବା ଦେଖିବାକୁ ମିଳେ। ଏତଦ୍‌ବ୍ୟତୀତ ପୁରୀ ସହର ଓ ଆଖପାଖ ଅଞ୍ଚଳର ଇଟାଭାଟି, ହୋଟେଲ, ଗ୍ୟାରେଜ ଏବଂ ରେଷ୍ଟୁରାଣ୍ଟରେ ବହୁ ଶିଶୁ କାମ କରୁଛନ୍ତି। ସେହିପରି କେତେଜଣ ବାଂଲାଦେଶୀ ପିଲା ପରିବାର ବୋଝ ଯୋଗୁ ଭିକ୍ଷାବୃତ୍ତି କରୁଥିବା ମଧ୍ୟ ନଜରକୁ ଆସିଛି।
ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ସୁବ୍ରତ ଜେନା କହିଛନ୍ତି, ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଗତ ବର୍ଷ ୪୩ ଏବଂ ଚଳିତ ବର୍ଷ ୪୫ରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କେଉଁଠି ଶିଶୁ ଶ୍ରମିକ କାମ କରୁଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଜିଲା ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଶିଶୁ ଶ୍ରମିକ ରୋକିବା ଲାଗି ଏକ ଟାସ୍କଫୋର୍ସ ଗଠନ ହୋଇଛି। ଜିଲା ଶ୍ରମ ବିଭାଗ ଶିଶୁ ଚାଲାଣ ରୋକିବା ସହ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥାନ୍ତି। ଚାଇଲ୍ଡଲାଇନ ପକ୍ଷରୁ ସେମାନଙ୍କୁ କାଉନସେଲିଂ କରାଯିବା ସହ ସେମାନଙ୍କ ମା’, ବାପାଙ୍କ ସହିତ ଆଲୋଚନା କରାଯାଇ ଥଇଥାନ ବ୍ୟବସ୍ଥା କରାଯାଇଥାଏ। ଶିଶୁ ସୁରକ୍ଷା ନେଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଜିଲାର ୧୧ଟି ବ୍ଲକ ସମେତ ପଞ୍ଚାୟତସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ବ୍ଲକ ଅଧ୍ୟକ୍ଷ, ବିିଡିଓ, ବିିଇଓ, ସିଡିପିଓ, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ବ୍ଲକସ୍ତରୀୟ କମିଟିର ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri