ହଜିବାକୁ ବସିଲାଣି କଟକର ତାରକସି: ଦୁର୍ଦ୍ଦିନରେ ତାରକସି କାରିଗର

ହଜାରହଜାର ବର୍ଷର ସହର କଟକ। ଐତିହ୍ୟ ଓ ପରମ୍ପରା ଭିତରେ ବଞ୍ଚିଛି ଏଠାକାର ଲୋକଙ୍କ ମାନ ଆଉ ସ୍ବାଭିମାନ। ଏହା କେବଳ ଗୋଟିଏ ସହରର ନାଁ ନୁହେଁ, ବରଂ ଭାରତ ଭୂଖଣ୍ଡରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ବହନ କରୁଥିବା ଏକ କଳାର ମାଟି। ବିଶ୍ୱ ମାନଚିତ୍ରରେ ଉତ୍କୃଷ୍ଟ ତାରକସି କାର୍ଯ୍ୟ ପାଇଁ ଏହି ମାଟିର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ତାରକସି କଳା ଏବେ ବିଲୁପ୍ତପ୍ରାୟ। ଏବେ ଏହି କଳାକୁ ଏବେ କଳାବାଦଲ ଗ୍ରାସିଛି। ତାରକସି କଳାକୁ ଆଦରି ଜୀବନଜୀବିକାକୁ ଆଗେଇ ନେଉଥିବା କଳାକାରଙ୍କ ଅବସ୍ଥା ଦୁର୍ଦ୍ଦିନରେ ବିତୁଛି। କହିବାକୁ ଗଲେ ବୁଡ଼ିବାକୁ ବସିଲାଣି ତାରକସି କାରଗର କୁଳ। ଏବେ ସହରରେ ହାତଗଣତି ତାରକସି କାରିଗର। ୨୦ବର୍ଷ ପୂର୍ବେ କଟକର ଯେଉଁ ଗଳିରେ ୧୦୦ରୁ ୨୦୦ ତାରକସି କାରିଗର ଥିଲେ ଏବେ ସେଠାରେ ୨ରୁ ୩ଜଣ ଲୋକ ଚାନ୍ଦିକୁ ଚମକାଉଛନ୍ତି। କୌଣସି ବିଶେଷ ସୁବିଧା ସୁଯୋଗ ନ ଥିବାରୁ ପରପିଢ଼ି ମଧ୍ୟ ଏହି କଳାରୁ ମୁହଁ ଫେରାଇଲେଣି। ଏହା ନିଶ୍ଚିତ ଯେ, ତାରକସି କାର୍ଯ୍ୟରେ କୌଣସି ଯୁବପିଢ଼ି ନାହାନ୍ତି। ଏଣୁ ଆଉ ଗୋଟିଏ ପିଢ଼ି ଅତିକ୍ରମ ପରେ କଟକରେ ତାରକସି କାର୍ଯ୍ୟ ପ୍ରାୟ ବନ୍ଦ ହୋଇଯିବାର ସମ୍ଭାବନା ଦେଖା ଦେଇଛି।

କଟକର ସ୍ଥାନ ନେଲାଣି କୋଲିକତା
ଚାନ୍ଦିକୁ ତରଳାଇ, ଏଥିରୁ ତାର ପ୍ରସ୍ତୁତ କରି ବିଭିନ୍ନ ରୂପ ଦିଆଯାଏ। ଏଭଳି ନିଆରା ଆଉ ସ୍ବତନ୍ତ୍ର କାର୍ଯ୍ୟର ନାଁ ତାରକସି । ଏକଦା କଟକର ତାରକସି କାରିଗରମାନେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିଲେ। ମାନସିଂପାଟଣା, ମହମ୍ମଦିଆବଜାର ଓ ଡଗରପଡ଼ା ସାହିରେ ହିଁ ଅଧିକ ମାତ୍ରାରେ ତାରକସି କାରିଗରଙ୍କ ଘର। ବିଦେଶର ବିଭିନ୍ନ ସ୍ଥାନରେ ଏହି କାରିଗରଙ୍କ କଳାକୃତି ସ୍ଥାନ ପାଇଛି। କିଛି ବର୍ଷ ପୂର୍ବେ କଲିକତାର କିଛି କାରିଗର କଟକ ଆସି ତାରକସି କାର୍ଯ୍ୟ ଶିକ୍ଷା କରୁଥିଲେ। ଶିଖୁଥିବା କାରିଗରମାନେ ଏବେ କଲିକତାରେ ତାରକସି କାର୍ଯ୍ୟ କରୁଛନ୍ତି। ଏବେ କଟକର ସ୍ଥାନ କଲିକତା ନେଲାଣି। ଏଠାରୁ ଅଧିକ ମାତ୍ରାରେ ତାରକସି କାର୍ଯ୍ୟ କଲିକତାରେ ହେଉଥିବା ଜଣାପଡ଼ିଛି।

ହଜିଗଲା ‘ତାରକସି ହବ୍‌’
କଟକ ଖପୁରିଆ ଶିଳ୍ପାଞ୍ଚଳ ଭିତରେ କଳିଙ୍ଗ ଫିଲିଗ୍ରୀ ନାମରେ ଏକ ସଂସ୍ଥା ଥିଲା। ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱରେ ଥିଲେ। ଏଠାରେ ପ୍ରସ୍ତୁତ ତାରକସି ସାମଗ୍ରୀ ବିଦେଶରେ ବିକ୍ରି କରାଯିବା ସହ ମୋଟା ଅଙ୍କର ଅର୍ଥ ରୋଜଗାର ହେଉଥିଲା। ଫଳସ୍ବରୂପ କାରିଗରମାନେ ଲାଭବାନ ହେଉଥିଲେ। ମାତ୍ର ଅନେକ ବର୍ଷ ହେବ କଳିଙ୍ଗ ଫିଲିଗ୍ରୀ ବନ୍ଦ ହୋଇପଡ଼ିଛି। ଏହାକୁ ତାରକସି ହବ୍‌ରେ ପରିଣତ କରାଯିବ ବୋଲି ବିଭିନ୍ନ ନେତା, ମନ୍ତ୍ରୀ କଟକର ସଭାସ୍ଥଳରେ ଘୋଷଣା କରିଥିଲେ। ଶୁଣିବାକୁ ମିଳିଥିଲା ଯେ, ବାରବାଟୀ ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଏହି ହବ୍‌ ନିର୍ମାଣ ହେବ। ପରେ ତୁଳସୀପୁରଠାରେ ତାରକସି ହବ୍‌ ହେବ ବୋଲି କୁହାଯାଉଥିଲା। ଏବେ ହାଡ଼ିଆପଠା ନିକଟରେ କରାଯିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏହି ହବ୍‌ କେବେ ହେବ ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ।

କାଇଁଚରୁ ପ୍ରସ୍ତୁତ ଅଠା
ନିଖୁଣ ତାରକସି କାର୍ଯ୍ୟରେ ଚାନ୍ଦିର ତାରଗୁଡ଼ିକୁ ଯୋଡ଼ିବା ପାଇଁ କାଇଁଚ ଅଠା ବ୍ୟବହାର ହୁଏ। କାଇଁଚକୁ ପଥରେ ଘସି ଏଥିରୁ ବାହାରୁଥିବା ତରଳ ପଦାର୍ଥ(ଅଠା)କୁ ଚାନ୍ଦି ଯୋଡ଼ିବାରେ ବ୍ୟବହାର କରାଯାଏ। ଏଭଳି କାର୍ଯ୍ୟ କେଉଁଠାରେ ହେଉ ନ ଥିବ ବୋଲି କାରିଗରମାନେ କୁହନ୍ତି। ଏହି ଅଠା ଅନ୍ୟ ସମସ୍ତ ଅଠା ଠାରୁ ମଜଭୁତ ବୋଲି କୁହାଯାଏ।

ପେଟ ପୋଷୁଛି ଦଶହରା ଚାନ୍ଦିମେଢ଼
ଦଶହରାରେ ଚାନ୍ଦି ମେଢ଼ ନିର୍ମାଣ ହୁଏ। ବିଭିନ୍ନ ପୂଜା କମିଟି ଚାନ୍ଦି ମେଢ଼ ଦୌଡ଼ରେ ଅଛନ୍ତି। ଦିନକୁ ଦିନ ଚାନ୍ଦିମେଢ଼ ତାଲିକା ବଢ଼ୁଥିବାବେଳେ ଏଥିରୁ କଟକର ତାରକସି କାରୀଗରମାନେ ହିଁ ଲାଭବାନ ହେଉଛନ୍ତି। କଟକ, ଭୁବନେଶ୍ୱର ସମେତ ରାଜ୍ୟର ଯେଉଁ ସ୍ଥାନରେ ବି ଚାନ୍ଦି ମେଢ଼ ହୋଇଛି ସେ ସବୁ କଟକର କାରିଗରଙ୍କ ଦ୍ୱାରା କରାଯାଇଛି। ଏଣୁ ଦଶହରା ଯୋଗୁଁ ଏହି କାରିଗରମାନେ ପେଟ ପୋଷିବକୁ ସକ୍ଷମ ହେଉଛନ୍ତି ବୋଲି କୁହନ୍ତି।
(ରିପୋର୍ଟ: କୁମାରଶ୍ରୀ ସାହୁ, କଟକ)


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri